ବିକାଶରେ ବାଧକ ଫଳକ ରାଜନୀତି

ଯାଜପୁର ଅଫିସ,୨୪ା୨: ପର୍ଯ୍ୟଟନ ମାନଚିତ୍ରରେ ଯାଜପୁରର ପରିଚୟ ସ୍ବତନ୍ତ୍ର। ଜିଲାର ବୈଭବମୟ, ଗୌରବମୟ ଐତିହ୍ୟରାଜି ଓ ପର୍ଯ୍ୟଟନକ୍ଷେତ୍ର ବିଶ୍ୱବାସୀଙ୍କୁ ଚମକୃତ କରିଛି। ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆଗାମୀ ଦିନରେ ଜିଲାକୁ ଏକ ସାଂସ୍କୃତିକ ଓ ପର୍ଯ୍ୟଟନ ପ୍ରାଣକେନ୍ଦ୍ରରେ ପରିଗଣିତ କରିବ ବୋଲି ରାଜନେତା ଓ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ସମୟରେ ବକ୍ତବ୍ୟ ଦେଇଆସୁଛନ୍ତି। କିନ୍ତୁ ବିଡମ୍ବନା ଯେ, କେବଳ ଫଳକ ରାଜନୀତି ଜିଲାର ଏକ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବରର ବିକାଶରେ ଅନ୍ତରାୟ ସୃଷ୍ଟି କରିଛି।
ସେତେବେଳର ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କରକମଳରେ ବ୍ୟାସ ଜଗନ୍ନାଥ ଉଦ୍ୟାନ, ୨୦୧୩ରେ ତକତ୍ାଳୀନ ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ହାତରେ ବ୍ୟାସ ଜଗନ୍ନାଥ ଉଦ୍ୟାନର ନବୀକରଣ କାର୍ଯ୍ୟକ୍ରମ ଓ ୨୦୧୬ରେ ଆକାଶ ଦାସନାୟକଙ୍କ ଦ୍ୱାରା ବ୍ୟାସସରୋବର ଉନ୍ନତୀକରଣର ଶୁଭାରମ୍ଭ ପାଇଁ ଫଳକ ସ୍ଥାପନ ହୋଇଥିଲା। କିନ୍ତୁ କାର୍ଯ୍ୟରେ ନୁହେଁ, ନିୟମିତ ବ୍ୟବଧାନରେ ଫଳକର ଉନ୍ନତୀକରଣ ହୋଇଛି ବୋଲି ସହରବାସୀ ବିଭିନ୍ନ ସୋସିଆଲ ମିଡିଆରେ ମତପ୍ରକାଶ କରୁଛନ୍ତି। ତେବେ ତକତ୍ାଳୀନ ପୌରାଧ୍ୟକ୍ଷା ସବିତା ରାଉତ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରର ଉନ୍ନତୀକରଣ ସକାଶେ ୫କୋଟି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ମାତ୍ର ୧କୋଟି ଟଙ୍କା ମଞ୍ଜୁର ହୋଇ ପୂର୍ତ୍ତ ବିଭାଗ ଦ୍ୱାରା କିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଥିଲାବେଳେ ଆଉ ୪କୋଟି ଟଙ୍କା ପଡି ରହିଛି। ସେହିପରି ମ୍ୟୁନିସିପାଲଟି ଫଣ୍ଡରୁ ୨୦ ଲକ୍ଷ ଟଙ୍କାର ପୋଖରୀ କାର୍ଯ୍ୟ ହେଉଥିଲା। ମାତ୍ର ୪/୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ ଜିଲାପାଳ ସେହି କାର୍ଯ୍ୟକୁ କୌଣସି କାରଣରୁ ବନ୍ଦ କରି ଦେଇଛନ୍ତି। ପୌରପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ଏବେ ଏହି ପର୍ଯ୍ୟଟନସ୍ଥଳୀର ଉନ୍ନୟନ ଠପ୍‌ ହୋଇପଡିଛି। ଏଭଳି ଅଧାପନ୍ତରିଆ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣକୁ ସହରବାସୀ ଏକ ହାସ୍ୟାସ୍ପଦ ପଦକ୍ଷେପଭାବେ ଗ୍ରହଣ କରିଛନ୍ତି। ନିକଟରେ ପ୍ରସିଦ୍ଧ ବ୍ୟାସସରୋବର ମେଳା ସମ୍ପନ୍ନ ହୋଇଛି। ୧୦ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ହଜାରହଜାର ଶ୍ରଦ୍ଧାଳୁ ବ୍ୟାସ ସରୋବରକୁ ଆସିଛନ୍ତି। କିନ୍ତୁ ଭଲ ରାସ୍ତାଟିଏ ନାହିଁ। ଖାଲଖମାର ରାସ୍ତାରେ ଶ୍ରଦ୍ଧାଳୁ ପଡିଉଠି ଯାତାୟାତ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ବ୍ୟାସସରୋବର ମେଳାର ଉଦଘାଟନ ଓ ଉଦଯାପନୀ ଦିବସରେ ଯାଇଛନ୍ତି। ହେଲେ ଭାଷଣ ଛଡା କେବେ କିଛି ହୋଇନାହିଁ। ସରୋବରର ସର୍ବାଙ୍ଗୀନ ଉନ୍ନତି ପାଇଁ ଦୃଢ ଦାବି ଉପସ୍ଥାପନ କଲେ ହୁଏତ ଆଗାମୀ ଦିନରେ ଟିକେଟ ନ ମିଳିବାର ଭୟ ନିର୍ବାଚିତ ପ୍ରତିନିଧିଙ୍କୁ ନୀରବଦ୍ରଷ୍ଟା ସଜେଇଛି ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷେ ଅଞ୍ଚଳର ବିକାଶ ଓ ବିଭିନ୍ନ ସମସ୍ୟା ନେଇ ଗତ ଦୁଇ ବିଧାନସଭାରେ ସମ୍ପୃକ୍ତ ନିର୍ବାଚିତ ପ୍ରତିନିଧି ମୁହଁ ଖୋଲି ନାହାନ୍ତି। କୌଣସି ଆଲୋଚନାରେ ସେମାନଙ୍କୁ ଭାଗ ନେବାର ଦେଖାଯାଏ ନାହିଁ। ଜିଲାରେ ବିଭିନ୍ନ ସମସ୍ୟା ରହିଥିଲେ ହେଁ ସମ୍ପୃକ୍ତ ଲୋକ ପ୍ରତିନିଧି କାହା ଭୟରେ ହାତଟେକି ରହୁଛନ୍ତି ତାହା ମଧ୍ୟ ସହରବାସୀଙ୍କୁ ସନ୍ଦେହରେ ପକାଇଛି। ଜିଲାର ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ଆଶାନୁରୂପକ ବିକାଶ ହେଉଥିବାବେଳେ ବ୍ୟାସସରୋବର କାହିଁକି ଅବହେଳିତ ବୋଲି ଅନେକେ ପ୍ରଶ୍ନ କରୁଛନ୍ତି। ଏଥିଯୋଗୁ ସୁପ୍ରାଚୀନ ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସସରୋବରର ସୌନ୍ଦର୍ଯ୍ୟ ବଳି ପଡୁଛି। ଏ ସଂକ୍ରାନ୍ତରେ ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ କହିଛନ୍ତି, ତାଙ୍କ ସମୟରେ ବ୍ୟାସରୋବରର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ତେବେ ଜିଲାପାଳ କଣ ପାଇଁ ପୋଖରୀ ଖନନ ଓ ଅନ୍ୟାନ୍ୟ କାର୍ଯ୍ୟକୁ ବନ୍ଦ ରଖିଛନ୍ତି ତାହା ବୁଝାପଡୁ ନାହିଁ ବୋଲି କହୁଛନ୍ତି। ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲାପାଳ ନିରଞ୍ଜନ ନାୟକଙ୍କୁ ପଚାରିବାରୁ, ବ୍ୟାସସରୋବରର ସର୍ବାଙ୍ଗ ସୁନ୍ଦର କରିବାକୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏଥିପାଇଁ ସେ ନିଜେ ବ୍ୟାସସରୋବର ବୁଲି ନୀରିକ୍ଷଣ କରିଛନ୍ତି। ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଜିଲାପାଳ ଫେରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri