ବିକାଶନୁ ବହୁତ୍‌ ଦୂରେ ଡେବ୍ରିଆମୁଣ୍ଡାବାସୀ

ଲାଠୋର, ୧୨।୨ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗଁଗଁଲିର ବିକାଶ କଥା କହୁଛନ୍‌। ଇଥିରଲଗି ଅନେକ ଯୋଜନା ବି କାଯ୍‌କାରୀ କରି ଫିବଛର କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ଆଏଜ୍‌ ବି ଅନେକ ଗଁାଗଁାଡ଼ାର ଲୋକ୍‌ ସାଧାରନ୍‌ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଆଦିବାସୀ ବହୁଲ ଡେବ୍ରିଆମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଦୁଇଟା ଓ୍ବାର୍ଡକେ ନେଇ ଗଠିତ ଡେବ୍ରିଆମୁଣ୍ଡା ଗଁାରେ ୨ଶହ ପରିବାରର ପାଖାପାଖି ୧୨ଶହ ଲୋକ୍‌ ବାସ କରୁଛନ୍‌। ଗଁାର ବଡ଼ଭାଗି ଲୋକ୍‌ ଖଟିଖିଆ ଆର ଆଦିବାସୀ ସମାଜର। ବଛରର ଅନେକ ସମିଆ ଦାଦନ ଯାଇ ନିଜର ପେଟ୍‌ ପାଲୁଛନ୍‌। ସେନ୍‌ତା ଗଁାର ଅଲପ୍‌ କେତେ ଲୁକ୍‌କର ଜମିବାଡ଼ି ଅଛେ। ସେମାନେ ଚାଷ୍‌ବାସ କରି ନିଜର କୁଟୁମ ପୁଷୁଛନ୍‌। ସରକାର ଗରିବ୍‌ ଦୁଖି ଖଟିଖିଆକର ଲାଗି ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାଯ୍‌କାରୀ କରୁଥିଲାବେଲେ ଇଠାନେ ଥାନୀଅ ଲୋକ୍‌ କାମ୍‌ ନାଇଁ ପାଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଏନ୍‌ତାଥି ଗଁାର ବଡ଼ଭାଗି ପରିବାର ଚଲତି ବଛର ଦାଦନ ଯାଇଥିବାର ଗଁାବାସୀ କହିଛନ୍‌। ଗଁାର କେତେ ପରିବାରକେ ଆବାସ ଯୋଜନାରେ ସାମିଲ ହେଇଥିଲାବେଲେ ପାଖାପାଖି ୧୫୦ରୁ ଅଧ୍‌କା ଗରିବ୍‌ ପରିବାର ବାଦ୍‌ ପଡ଼ିଛନ୍‌। ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଗଁାରେ ୫ଟା ନଲ୍‌ଚୁଅଁା ରହିଛେ। ହେଲେ ଅନେକ ଦିନ୍‌ ହେଲା ସେଥ୍‌ରୁ ଗୁଟେ ନଲ୍‌ଚୁଅଁା ଅଲଚ ହେଇ ପଡ଼ିଥିଲାବେଲେ ବାକିରୁ ଦରକାର ହିସାବେ ପାଏନ୍‌ ନାଇଁ ବାହାରବାର। ଆଏଜ୍‌ ବି ଗଁାବାସୀକର ଲାଗି ନିରମଲ ପିଇଲା ପାଏନ୍‌ ସାତ୍‌ସପନ ହେଇ ରହିଛେ। ଗଁାରେ ଅଙ୍ଗନଓ୍ବାଡି କେନ୍ଦ୍ର ଆର ପ୍ରାଥମିକ ସ୍କୁଲ ରହିଛେ ସତ୍‌। ହେଲେ ସେଟା ନାନା ସମସିଆ ଘେରରେ ରହିଛେ। ଅଭାବ ଅନାଟନ ଲାଗି ଗଁାର ୮୦ ଭାଗ୍‌ ଛାତ୍ରୀଛାତ୍ର ମାଟ୍ରିକରୁ ଆଗ୍‌କେ ଯାଇ ନାଇଁପାରବାର। ଏନ୍‌ତାଥି ସେମାନେ ପାଠ୍‌ପଢ଼ା ଛାଡ଼ି ପରିବାର ଲୁକ୍‌କୁ କାମ୍‌ବୁତାରେ ସାହାଯ୍‌ କରୁଛନ୍‌। ପାଖାପାଖି ବଛ୍‌ରେ ହେଲା ଗଁାରେ ଲୋକ୍‌ ପିଡିଏସ୍‌ କିରାସିନ ନାଇଁପାଇ। ସେନ୍‌ତା ବଛ୍‌ରେ ହେଲା ଗଁାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ୍‌ ନାଇଁ ହେଇ ବଲି ଗଁାବାସୀ କହିଛନ୍‌। ଗଲା ବଛର ଗଁାର ୪ରୁ ୫ ଝନ୍‌ ହିତାଧିକାରୀକୁଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଜରିଆରେ ଗାଈ ଗୁହାଲ ତିଆରି ଲାଗି କାର୍ଯ୍ୟାଦେଶ ପାଇଛନ୍‌। ହେଲେ ଆକାଉଣ୍ଟରେ ଟଁକା ନାଇଁ ପଡ଼ବାର ଲାଗି ଝନେ ବି ହିତାଧିକାରୀ ଗୁହାଲ ତିଆରି ନାଇଁକରି। ଇ ବାବ୍‌ଦେ ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ପଚ୍‌ରାଲାରୁ ଗଁାରେ ଅନେକ ସମସିଆ ରହିଛେ। ସମସିଆର ସମାଧାନ ଲାଗି ଭିନେ ଭିନେ ବିଭାଗକେ ପଁଚେତ୍‌ରୁ ଚିଠି କରାଯାଇଛେ। ଦିନୁଦିନ୍‌କେ ସମସିଆର ସମାଧାନ ହେବା ବଲି ସେ କହିଛନ୍‌। ଇ ଦିଗେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାର ଦୁଇ ଓ୍ବାର୍ଡ ମେମର ପବିତ୍ର ଶବର, ଧନିଆ ଶବର ସମେତ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri