‘ବିଏସ୍‌କେୱାଇ’କୁ ସ୍କଚ୍‌ ସ୍ବର୍ଣ୍ଣ ପୁରସ୍କାର

ଭୁବନେଶ୍ୱର, ୩୦ା୧୧ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ସ୍କଚ୍‌ ସ୍ବାସ୍ଥ୍ୟ ଭାରତ ସ୍ବର୍ଣ୍ଣ ପୁରସ୍କାର ମିଳିଛି। ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ, ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିରେ ୭୦ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତି ପରିବାରର ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଉଛି। ଏହି ଯୋଜନାରେ ମାଗଣାରେ ଔଷଧ, ରୋଗ ନିରୂପଣ, ଡାଏଲିସିସ୍‌, କେମୋଥେରାପି, ମାଗଣା ଓଟି, ଆଇସିୟୁ ଓ ରକ୍ତ ଆଦି ଯୋଗାଇ ଦିଆଯାଉଛି। ରୋଗୀଙ୍କୁ ଜଟିଳ ରୋଗର ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ପ୍ରାୟ ୨୦୦ ଘରୋଇ ଚିକିତ୍ସାଳୟ ସହିତ ରାଜିନାମା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଟିଏମ୍‌ରେ କମ୍‌ ଟଙ୍କା ଭର୍ତ୍ତି କରି ୧ କୋଟି ୩୯ ଲକ୍ଷ ହଡ଼ପ: କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଜଟଣୀ, ୧୭ା୭(ଡି.ଏନ.ଏ): ଏଟିଏମ୍‌ରେ ପ୍ରକୃତ ପରିମାଣଠାରୁ କମ୍‌ ଟଙ୍କା ଭର୍ତ୍ତି କରି ପାଖାପାଖି ୧ କୋଟି ୩୯ ଲକ୍ଷ ଟଙ୍କା ହଡପ କରିଥିବା ଏକ ଘରୋଇ...

ଦୁର୍ବଳ ହେଲା ଅବପାତ!

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅବପାତ ଦୁର୍ବଳ ହୋଇ ଏକ ସୁଦୃଶଃ-ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ...

ଝୁଲେନବର ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ନିୟମିତ ଆସୁନାହାନ୍ତି ଶିକ୍ଷକ; ମଧ୍ୟାହ୍ନ ଭୋଜନ ପରେ ସ୍କୁଲ ଛୁଟି

କୋକସରା,୨୨।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅଧୀନ ଆମପାଣି କ୍ଳଷ୍ଟରର ବଣପାହାଡ଼ ଘେରା ଦୁର୍ଗମ ବରାଡ଼ଙ୍ଗା ପଞ୍ଚାୟତ ଝୁଲେନବର ପ୍ରାଥମିକ ବିଦ୍ୟାଳୟ। ଆଦିବାସୀ...

ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ଶୃଙ୍ଖଳିତ ଦର୍ଶନ

ପୁରୀ ଅଫିସ,୧୨ା୧୧: ଶ୍ରୀମନ୍ଦିରରେ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହୋଇଯାଇଛି। ସଅଳ ନୀତିକାନ୍ତି ଯୋଗୁ ଦର୍ଶନ ଶୃଙ୍ଖଳିତ ହୋଇଛି। ପ୍ରବଳ ଗହଳି ସତ୍ତ୍ବେ ଶ୍ରଦ୍ଧାଳୁମାନେ...

ଡେପୁଟି ମେୟରଙ୍କ ଘରେ ଲାଗିଲା ଉଚ୍ଛେଦ ନୋଟିସ୍‌

କଟକ ଅଫିସ,୩।୫: କଟକ ଡେପୁଟି ମେୟରଙ୍କ ଘରେ ଉଚ୍ଛେଦ ନୋଟିସ୍‌ ଲଗାଯାଇଛି। ଇଡ୍‌କୋ ଜାଗାରେ ଥିବା ତାଙ୍କ ଏହି ଘରକୁ ଭାଙ୍ଗିବାକୁ  ନୋଟିସ ଜାରି ହୋଇଛି।...

ବ୍ରହ୍ମପୁର ଆଇଟିଆଇକୁ ସ୍ବର୍ଣ୍ଣ

ବ୍ରହ୍ମପୁର ଅଫିସ,୨୩ା୧୦: ବ୍ରହ୍ମପୁର ଆଇଟିଆଇ ଜାତୀୟସ୍ତରୀୟ ଦକ୍ଷତାଭିତ୍ତିକ ପ୍ରତିଯୋଗିତାରେ ସଫଳତା ହାସଲ କରିଛି। ଗତ ୨୦ରୁ ୨୩ ତାରିଖ ଯାଏ ବିହାର ପାଟନାଠାରେ ଏହି ପ୍ରତିଯୋଗିତା...

ବିଏମ୍‌ସି ଅବସରପ୍ରପ୍ତ କର୍ମଚାରୀ ପାଇବେ ପେନସନ

ବ୍ରହ୍ମପୁର ଅଫିସ,୧୮ା୧-ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ କର୍ମଚାରୀ ସପ୍ତମ ବେତନ କମିଶନ ସୁପାରିସ ଅନୁସାର ପାଇବେ ପେନ୍‌ସନ। ରାଜ୍ୟ ସରକାରଙ୍କ ମଞ୍ଜୁରୀପତ୍ର ବିଏମ୍‌ସିରେ ପହଞ୍ଚତ୍ଛି ଓ...

ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ : ହାଇକୋର୍ଟ

କଟକ ଅଫିସ,୮ା୧: ବିବାହ ପ୍ରତିଶ୍ରୁତି ଦେଇ ସହମତିରେ ପ୍ରାପ୍ତ ବୟସ୍କା ମହିଳାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଲେ ବଳାତ୍କାର ନୁହେଁ ବୋଲି ଓଡ଼ିଶା ହାଇକୋର୍ଟ ରାୟ...

Advertisement
Archives

Model This Week