Posted inଜାତୀୟ

ବିଏସ୍‌ଏଫ୍‌ରେ ଯବାନ ଅଭାବ

ନୂଆଦିଲ୍ଲୀ, ୪ା୫: ୨୦୨୧ରେ ଆମେରିକା ଓ ଚାଇନା ପରେ ଭାରତର ପ୍ରତିରକ୍ଷା ବଜେଟ୍‌ ବିଶ୍ୱର ତୃତୀୟ ସର୍ବାଧିକ। ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ଚାଇନା ପଟୁ ଆସୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଆମଦାନୀ ବଢ଼ାଇବା ସହ ସ୍ବଦେଶୀ ଜ୍ଞାନକୌଶଳରେ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଗୁରୁତ୍ୱ ଦେଉଛି। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ ଭଳି ସମ୍ବେଦନଶୀଳ ବର୍ଡରରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଯବାନ ଓ ଅନ୍ୟ ଅଧିକାରୀଙ୍କ ଅଭାବ ଉପୁଜିଛି। ଆବଶ୍ୟକତାଠାରୁ କର୍ତ୍ତବ୍ୟରତ ସୈନ୍ୟ ଓ କର୍ମଚାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଏହି ଅର୍ଦ୍ଧସାମରିକ ବାହିନୀ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ଭିତରେ କାର୍ଯ୍ୟରେ ନିୟୋଜିତ କେହି କର୍ମଚାରୀ ଅସୁସ୍ଥ ହେଲେ ସମ୍ପୂର୍ଣ୍ଣ ୟୁନିଟ୍‌ ଉପରେ ଚାପ ପଡ଼ୁଥିବା ବିଏସ୍‌ଏଫ୍‌ ପକ୍ଷରୁ ଅଭିଯୋଗ ଆସିଛି। ଜଣେ ସୀମା ସୁରକ୍ଷା ବଳ ଅଧିକାରୀଙ୍କ କହିବା ମୁତାବକ, ପ୍ରତି ୟୁନିଟ୍‌ରେ ପ୍ରାୟ ୧୦୦ ଅଧିକାରୀ ଲୋ ମେଡିକାଲ କାଟାଗୋରୀ (ଏଲ୍‌ଏମ୍‌ସି)ରେ ଆସୁଛନ୍ତି। ଅର୍ଥାତ୍‌ ଏହି ବର୍ଗରେ ଥିବା ଯବାନ ତଥା ଅନ୍ୟ କର୍ମଚାରୀ ହାଇ ରିସ୍କ ଏରିଆ କିମ୍ବା ଅତି ବିପଦପୂର୍ଣ୍ଣ ସୀମାନ୍ତରେ ଚ୍ୟାଲେଞ୍ଜିଂ ଅପରେଶନ କରିବା ପାଇଁ ଶାରୀରିକ ଦୃଷ୍ଟିରୁ ସକ୍ଷମ ନୁହନ୍ତି। ପ୍ରତ୍ୟେକ ବିଏସ୍‌ଏଫ୍‌ ୟୁନିଟ୍‌ରେ ୧,୨୧୦ କର୍ମଚାରୀ ରହିଛନ୍ତି। ବିଏସ୍‌ଏଫ୍‌ରେ ପ୍ରାୟ ୨୦ ହଜାର ପଦବୀ ଖାଲି ପଡ଼ିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ତଥ୍ୟ ହେଉଛି, ଅଫିସର ର଼୍ୟାଙ୍କଠାରୁ ତଳସ୍ତରର କର୍ମଚାରୀଙ୍କ ଅଭାବ ସଂଖ୍ୟା ଅଧିକ। ସେମାନେ ସିକ୍ୟୁରିଟି ନେଟ୍‌ର ପ୍ରମୁଖ ଅଙ୍ଗ। ପର୍ଯ୍ୟବେକ୍ଷକ ଭାବେ ପ୍ରଥମ ସ୍ତରରେ ହେଡ୍‌ କନଷ୍ଟେବଳ ରହିଥାନ୍ତି। ପରେ ଏଏସ୍‌ଆଇ, ଏସ୍‌ଆଇ, ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁପରଭାଇଜର ଭୂମିକା ନେଇଥାନ୍ତି। କିନ୍ତୁ ଏହି ସ୍ତରରେ ବହୁ ଅଧିକାରୀ ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ବିଏସ୍‌ଏଫ୍‌ କର୍ତ୍ତୃପକ୍ଷ ଭଲଭାବେ ଅବଗତ ବୋଲି ସମ୍ପୃକ୍ତ ଅଫିସର ଜଣକ କହିଛନ୍ତି। ପ୍ରବେଶ ସ୍ତରରେ କନଷ୍ଟେବଳମାନଙ୍କୁ ପ୍ରଥମ ପ୍ରମୋଶନ ପାଇବା ନିମନ୍ତେ ୨୦ ବର୍ଷରୁ ଅଧିକ ସମୟ ଲାଗିଯାଉଛି। ଏହି ଅସୁବିଧା ବିଏସ୍‌ଏଫ୍‌ର ପ୍ରତ୍ୟେକ ର଼୍ୟାଙ୍କରେ ରହିଛି। ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଏକ ‘ଦରବାର୍‌’ ଡାକି କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟୁଥିଲେ। କିନ୍ତୁ କରୋନା ମହାମାରୀ ପରଠାରୁ ତାହା ମଧ୍ୟ ବନ୍ଦ ହୋଇଯାଇଛି। କେବଳ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟାଳୟ ସ୍ତରରେ ଅନୌପଚାରିକ ଭାବେ ବୈଠକ ବସୁଥିବା ଜଣାପଡ଼ିଛି।

ବିଏସ୍‌ଏଫ୍‌ରେ ୧୯୦ ବାଟାଲିୟନ ରହିଛି। ୫,୫୦୦ ଅଧିକାରୀ ଗ୍ରୁପ୍‌ ‘ଏ’ରେ ଥିବାବେଳେ ଗ୍ରୁପ୍‌ ‘ବି’ ଏବଂ ‘ସି’ରେ ପ୍ରାୟ ୨.୫ ଲକ୍ଷ କର୍ମଚାରୀ ରହିଛନ୍ତି। ଏଥିସହ ବିଏସ୍‌ଏଫ୍‌ରେ ସହକର୍ମୀଙ୍କୁ ହତ୍ୟା କରିବା ଭଳି ଘଟଣା ମଧ୍ୟ ଅନେକ ସମୟରେ ଘଟୁଛି। ୨୦୨୧ରେ ଏଭଳି ୨ଟି ମାମଲା ସାମ୍‌ନାକୁ ଆସିଥିବାବେଳେ ଚଳିତ ବର୍ଷ ଅଦ୍ୟାବଧି ଏପରି ୫ ଘଟଣା ଘଟିସାରିଲାଣି। ପଡ଼ୋଶୀ ପାକିସ୍ତାନ ଓ ଚାଇନା ସଂଲଗ୍ନ ସୀମାରେ ଭାରତୀୟ ଯବାନମାନେ ପ୍ରତିପକ୍ଷଙ୍କ ସହ ମୁହାଁମୁହିଁ ହେଉଥିବାବେଳେ ବିଏସ୍‌ଏଫ୍‌ରେ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ସାମରିକ ବଳର ଦୁର୍ବଳତାକୁ ପଦାକୁ ଆଣୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ: ମାଟିତଳୁ ମିଳିଲା ପୂରାତନ ମୂର୍ତ୍ତି ସହିତ ଶିବଲିଙ୍ଗ

ଅଯୋଧ୍ୟା,୨୧।୫: ଅଯୋଧ୍ୟାର ରାମଜନ୍ମଭୂମିଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା ଆରମ୍ଭ ହୋଇଛି। ମାଟି ସମତଳ ସମୟରେ ଏଠାରୁ ପୂରାତନ ମୂର୍ତ୍ତିର...

କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

ନୂଆଦିଲ୍ଲୀ, ୨୫।୮: କଂଗ୍ରେସରେ ଲାଗି ରହିଥିବା ନେତୃତ୍ୱ ସଙ୍କଟ ଏବେ ପଦାରେ ପଡ଼ିଛି। କପିଲ ସିବଲ୍‌ ଏବଂ ଗୁଲାମ ନବି ଆଜାଦ୍‌ଙ୍କ ଉପରେ ଆସିଥିବା ଅଭିଯୋଗ...

ସ୍ବାଧୀନତା ଦିବସରେ ବି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ପୁଞ୍ଚ,୧୫।୮: ପାକିସ୍ତାନ ତା’ର ପୂର୍ବ ପ୍ରକୃତି ଭୁଲି ପାରୁ ନାହିଁ। ଭାରତ ଗୁରୁବାର ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ପାଳନ କରୁଥିବା ବେଳେ ସେପଟେ...

କେନ୍ଦ୍ର ସରକାରଙ୍କ ଚାପରେ ଟୁଇଟର ବନ୍ଦ କରିଛି ଆକାଉଣ୍ଟ: ରାହୁଲ

ନୂଆଦିଲ୍ଲୀ,୯ ।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପରେ ସୋମବାର କଂଗ୍ରେସ ମାଇକ୍ରୋବ୍ଲଗିଂ ସାଇଟକୁ ଟାର୍ଗେଟ କରିଛି...

ଏମ୍‌ଏନଏସ୍‌ ମୁହାଁ ଶିବସେନାର ବିଦ୍ରୋହୀ ବିଧାୟକ…

ମହାରାଷ୍ଟ୍ର, ୨୭।୬ : ମହାରାଷ୍ଟ୍ରରେ ଶିବସେନା ବିଦ୍ରୋହୀ ବିଧାୟକ ଉଦ୍ଧବଙ୍କ ସମ୍ପର୍କୀୟ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବର୍ନିମାନ ସେନା(ଏମ୍‌ଏନଏସ୍‌)ରେ ଯୋଗ ଦେଇ ପାରନ୍ତି ବୋଲି...

ପାର୍ଟି କ୍ଷମତାରେ ଅଛି ବୋଲି ଆମିଷ ଷ୍ଟଲ ଭାଙ୍ଗିବା କ‘ଣ ଠିକ୍‌ ? ଏଏମ୍‌ସିକୁ ହାଇକୋର୍ଟଙ୍କ ପ୍ରଶ୍ନ…

ଅହମଦାବାଦ,୯।୧୨: ଗୁଜରାଟର ଅମହଦାବାଦରେ ରାସ୍ତା ପାର୍ଶ୍ୱରେ ଥିବା ଆମିଷ ଷ୍ଟଲ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ପାର୍ଟି କ୍ଷମତାରେ ଅଛି ବୋଲି ଏଭଳି...

କାର୍‌ଗିଲ ଯୁଦ୍ଧରେ ଶହୀଦ୍‌ ହୋଇଥିଲେ ପିତା, ସେହିଦିନ ଜନ୍ମ ନେଲେ ଝିଅ କିନ୍ତୁ ପାଳନ୍ତି ନାହିଁ ଜନ୍ମଦିନ

ପୁଣେ, ୨୬।୭: ସାରା ଦେଶ ଶୁକ୍ରବାର କାର୍‌ଗିଲ ବିଜୟ ଦିବସ ପାଳନ କରୁଥିଲାବେଳେ କିଛି ଘରେ ଆଜି ବି ସମ୍ପର୍କୀୟଙ୍କୁ ହରାଇବାର ଦୁଃଖ ଲିଭିନାହିଁ। ମହାରାଷ୍ଟ୍ରର...

ଆଖୁ ଜମିରେ କାମ କରିବା ଲାଗି ୩ ବର୍ଷରେ କଢ଼ାଯାଇଛି ୪ ହଜାରରୁ ଅଧିକ ମହିଳାଙ୍କ ଗର୍ଭାଶୟ: ସରକାର ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୯।୬: ମହାରାଷ୍ଟ୍ର ବିଡ୍‌ ଜିଲାରେ ଆଖୁ ଜମିରେ କାମ କରିବା ପାଇଁ ମହିଳାଙ୍କ ଗର୍ଭାଶୟ କଢ଼ାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଏହାର ତଦନ୍ତ ପାଇଁ...

Advertisement
Archives

Model This Week