ବିଇଡି, ଏମ୍‌ଇଡି ଶିକ୍ଷାନୁଷ୍ଠାନକୁ ବନ୍ଦ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ

ଭୁବନେଶ୍ୱର, ୨୧। ୨(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ବିଇଡି ଏବଂ ଏମ୍‌ଇଡି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର ହୀନ ଚେଷ୍ଟା ବିରୋଧରେ ଏଆଇଡିଏସଓ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ଆନ୍ଦୋଳନ କରିବାକୁ ଆହ୍ବାନ ଦିଆଯାଇଛି। ଗୁରୁବାର ଏକ ପ୍ରେସ ବିବୃତିରେ ସଙ୍ଗଠନର ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ ଓ ସମ୍ପାଦକ ସୁବାସ ନାୟକ କହିଛନ୍ତି। ଜାନୁୟାରୀ ୧୬ରୁ ୧୮ ମଧ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ଇଆରସି ଓ ନ୍ୟାଶନାଲ କାଉନ୍‌ଶିଲ ଫର ଟିଚ୍‌ର ଏଜୁକେଶନର ୨୭୮ତମ ସଭାରେ ରାଜ୍ୟରେ ୧୦ ବିଇଡି, ଏମ୍‌ଇଡି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା କୋର୍ସକୁ ଆସନ୍ତା ୨୦୨୦-୨୧ ଶିକ୍ଷାବର୍ଷଠାରୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଶିକ୍ଷାନୁଷ୍ଠାନରେ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି, ଶିକ୍ଷାନୁଷ୍ଠାନ ପାଇଁ ଆବଶ୍ୟକ ସ୍ଥାୟୀ କ୍ୟାମ୍ପସ୍‌ ନାହିଁ, ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଥିପାଇଁ ଅନୁବନ୍ଧନ ପ୍ରତ୍ୟାହାର କରାଗଲା ବୋଲି ଏକ ଚିଠିରେ ଉଲ୍ଲେଖ କରାଯାଇ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରାଯାଉଛି। ଉକ୍ତ ୧୦ଟି ଶିକ୍ଷାନୁଷ୍ଠାନରେ ରାଜ୍ୟର ହଜାର ହଜାର ଛାତ୍ରୀଛାତ୍ର କମ ଟଙ୍କାରେ ସରକାରୀ ଶିକ୍ଷାନୁଷ୍ଠାନ ଭାବେ କୋର୍ସ କରିପାରୁଥିଲେ। ଏପରି ସ୍ଥଳେ ବର୍ତ୍ତମାନ ହଜାର ହଜାର ସାଧାରଣ ଗରିବ ଛାତ୍ରୀଛାତ୍ର, ଶିକ୍ଷକ ତାଲିମରୁ ସମ୍ପୂର୍ଣ୍ଣ ବଞ୍ଚତ୍ତ ହେବେ। ତେଣୁ ଯଦି ସରକାର ଏ ନେଇ କିଛି ପଦକ୍ଷେପ ତୁରନ୍ତ ନେଇ ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଏହା ବିରୋଧରେ ଛାତ୍ରୀଛାତ୍ରମାନେ ଆସନ୍ତା ମାର୍ଚ୍ଚରେ ବିଧାନସଭା ଘେରାଉ କରିବା ସହ ଆନ୍ଦୋଳନ ପନ୍ଥା ଆପଣାଇବେ ବୋଲି ଏଆଇଡିଏସଓ ପକ୍ଷରୁ ଗୁରୁବାର ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ହେଲମେଟରେ ବାଇକ ପଛରେ ବସିଲେ ଗଣିବେ ଜରିମାନା

ଭୁବନେଶ୍ୱର,୫।୧୨- ଦୁଇ ଚକିଆ ଯାନ ଚଳାଉଥିବା ଏବଂ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ ପିନ୍ଧିବେ। ଉଭୟଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯାଇଛି । ଯଦି ପଛରେ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସମ୍ଭାବନା: ୧୨ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୧୨।୫(ବ୍ୟୁରୋ): ବିହାର ଓ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, କୋରାପୁଟ,...

ହଂସରାଳି, ୧୦ ଛୁଆ ଉଦ୍ଧାର

ଭୁବନେଶ୍ୱର,୭।୮(ବ୍ୟୁରୋ): କଟକ ଜିଲା ବାଙ୍କୀ ଗଡ଼ର କୃଷ୍ଣଚନ୍ଦ୍ର ବେହେରାଙ୍କ ଘରୁ ଗୋଟିଏ ହଂସରାଳି ମା’ ଏବଂ ୧୦ଟି ଛୁଆକୁ ବୁଧବାର ସ୍ନେକ୍‌ ହେଲ୍ପ ଲାଇନ ସଦସ୍ୟ...

କାଠପୋଲ ଛଡା ଆଉ ବାଟ ନାହିଁ

ପାରଳାଖେମୁଣ୍ଡି,୨୬।୧୧(ଡି.ଏନ୍‌.ଏ.): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗଜପତି ଜିଲା ରାୟଗଡ଼ ବ୍ଲକ ଜଳଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଅବହେଲିତ। ଗମନାଗମନ ପାଇଁ ଗାଁକୁ ରାସ୍ତା...

ଧର୍ମେନ୍ଦ୍ରଙ୍କୁ ଭେଟିଲେ କ୍ଷୁଦ୍ର ଗ୍ରହ ଆବିଷ୍କାରକ ବନୀତା

ନବରଙ୍ଗପୁର, ୨୬।୧୦(ବି.ପ୍ର.): କ୍ଷୁଦ୍ର ଗ୍ରହର ଆବିଷ୍କାରକ ନବରଙ୍ଗପୁରର ଓଡିଆ ଝିଅ ବନୀତା ଦାସ ମଙ୍ଗଳବାର ନୂଆ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି।...

ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବାଚସ୍ପତି...

ଶୀତ ଅଧିବେଶନ ପୂର୍ବରୁ ୧୦ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ଅତିରିକ୍ତ ବଜେଟ୍‌ ଆଗତ...

କେନ୍ଦ୍ର ସବ୍‌ସିଡି ବନ୍ଦ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସହ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସଅଳ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉପରେ ଚାଷୀମାନେ...

Advertisement
Archives

Model This Week