ବିଇଓଙ୍କ ଦ୍ୱାରସ୍ଥ ହେଲା ଶିକ୍ଷକ ସଂଘ

ଦେଓଗାଁ,୧୫ା୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ନିୟମିତ ଶିକ୍ଷକ ଓ ଜିଲା ପରିଷଦ ଶିକ୍ଷକ ଏ ଯାଏ ଜୁନ ମାସର ଦରମା ପାଇ ନାହାନ୍ତି। ଏଥିସହ ବିଇଓ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅସହଯୋଗ କରାଯାଉଛି। ଏହିସବୁ ଅଭିଯୋଗକୁ ନେଇ ସୋମବାର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦ୍ୱାରସ୍ଥ ହୋଇଛି ଶିକ୍ଷକ ସଂଘ। ଜୁନ ମାସର ଦରମା ମିଳି ନ ଥିବାରୁ ରଥଯାତ୍ରା ସମୟରେ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ବିଇଓ ଭାଗ୍ୟବତୀ ଦାଶଙ୍କୁ ଜଣାଇଛନ୍ତି। ଏ ନେଇ ବିଇଓ କାର୍ଯ୍ୟାଳୟରେ କିରାଣିମାନଙ୍କୁ ଅଭିଯୋଗ କରିବାକୁ ଗଲେ ଏଚ୍‌ଆରଏମଏସର ଭେରିଫିକେସନ ଚାଲିଥିବା କହି ବାହାନା କରାଯାଉଛି ବୋଲି ନିୟମିତ ଶିକ୍ଷକ ସଂଘ ସଭାପତି କୈଳାସ କର୍ତ୍ତି, ଜିଲା ପରିଷଦ ଶିକ୍ଷକ ସଂଘ ସଭାପତି ମୋହନ ଦଲାଇ ଓ ସମନ୍ବୟ କମିଟି ସଭାପତି ଗିରୀଶ ଚନ୍ଦ୍ର ପଣ୍ଡା ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏଭଳି ଅସହଯୋଗ ଲାଗିି ରହିଲେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ କ୍ରିକେଟର ଭଗବାନ, ବାପାଙ୍କୁ ମନେ ପକାଇ କହିଲେ…

ନୂଆଦିଲ୍ଲୀ,୨୩।୭: NEET-UG ପେପର୍‌ ଲିକ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। CJP ଦେଶବ୍ୟାପୀ ପ୍ରତିବାଦ ଘୋଷଣା କରିଛନ୍ତି ଏବଂ ଛାତ୍ରୀଛାତ୍ରମାନଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି।…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri