ବାହାର ରାଜ୍ୟ ଫେରନ୍ତାଙ୍କ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପରେ ରାଜ୍ୟରେ କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର। ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପୂର୍ବରୁ ବିଦେଶ ଗସ୍ତ କରିଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହାର ସୁଫଳ ମଧ୍ୟ ମିଳିଥିଲା। ଏଥିରୁ ଶିକ୍ଷା ଗ୍ରହଣ କରି ବର୍ତ୍ତମାନ ଲକ୍‌ଡାଉନରେ ଭାରତର ବିଭିନ୍ନ ସ୍ଥାନରେ ଫସିଥିବା ଓଡ଼ିଆଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଭିଡିଓ ବାର୍ତ୍ତାଳାପ କରି ବାହାର ରାଜ୍ୟ ଫେରନ୍ତା ଶ୍ରମିକ, ଛାତ୍ରୀଛାତ୍ର ଏବଂ କର୍ମୀଙ୍କ ପଞ୍ଜୀକରଣ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ଏହି କ୍ରମରେ ଶୁକ୍ରବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ମାଧ୍ୟମରେ ଏହା କରାଯାଉଛି। କୌଣସି ବ୍ୟକ୍ତିିବିଶେଷ ରାଜ୍ୟ ବାହାରେ ଥିଲେ, ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ପଞ୍ଜୀକରଣ କରାଇ ପାରିବେ। ଶଟ୍‌ଡାଉନ ଥିବାରୁ ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲାରେ ଅଫ୍‌ ଲାଇନ ପଞ୍ଜୀକରଣ ଏତେଟା ଦେଖାଯାଇ ନ ଥିଲା। ହେଲେ ରାଜ୍ୟର ଅନ୍ୟ ପ୍ରାନ୍ତରେ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଞ୍ଜୀକରଣ ଦେଖିବାକୁ ମିଳିଥିଲା। ବିଶେଷ କରି ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ନୂଆଦିଲ୍ଲୀ, କର୍ନାଟକରେ ବହୁ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏଣିକି https://covid19.odisha.gov.in/ ୱେବସାଇଟ୍‌ରେ ନିଜକୁ ପଞ୍ଜୀକରଣ କରାଇବା ସହ ନିଜ ଅଞ୍ଚଳରେ ପହଞ୍ଚି ୧୪ ଦିନିଆ କ୍ୱାରାଣ୍ଟାଇନ ନିୟମ ପାଳନ କରିବେ। ଏହି ୱେବସାଇଟ୍‌କୁ ଯାଇ ଏହାର ବାମ ପାର୍ଶ୍ୱରେ ଥିବା ରେଜିଷ୍ଟ୍ରେଶନ ଉପରେ କ୍ଲିକ୍‌ କରି ଆବଶ୍ୟକ ତଥ୍ୟ ପ୍ରଦାନ କରିବେ। ନିୟମ ଅନୁଯାୟୀ ସମସ୍ତ ତଥ୍ୟ ଦେବା ପରେ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବ। ୱେବ୍‌ସାଇଟ୍‌ରେ ପଞ୍ଜୀକରଣ ନେଇ ଘୋଷଣା ହେବା ପରେ ବ୍ୟାପକ ୱେବ୍‌ ଟ୍ରାଫିକ୍‌ ଦେଖାଦେଇଥିଲା। ଏହାଦ୍ୱାରା ୱେବ୍‌ସାଇଟ୍‌ ଖୋଲିବାରେ ମଧ୍ୟ ଅସୁବିଧା ଦେଖାଦେଇଥିଲା। ପରେ ଏହି ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାକଟପୁର ବ୍ଲକ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

କାକଟପୁର,୭ା୩(ଡି.ଏନ.ଏ.): କାକଟପୁର ବ୍ଲକ ବିଡିଓ ଓ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା କ୍ୱାର୍ଟର୍ସଗୁଡିକ ଭୂତକୋଠି ପାଲଟିଯାଇଛି। ଦୀର୍ଘବର୍ଷ ଧରି ଏହି କ୍ୱାର୍ଟର୍ସଗୁଡିକ ଅବହେଳିତ ଅବସ୍ଥାରେ ପଡ଼ିରହିଛି।...

ସତ୍ୟବାଦୀର ବିକାଶ ମୋର ପ୍ରାଥମିକତା: ଉମାକାନ୍ତ ସାମନ୍ତରାୟ

ପୁରୀ ଅଫିସ,୨୪।୫: ସତ୍ୟବାଦୀରେ ପ୍ରଥମ ଥର ଲାଗି ଖାତା ଖୋଲିଛି ବିଜେଡି। ବିଜେଡି ପ୍ରତିଷ୍ଠା ପରଠାରୁ ଏଠାରେ କେବେହେଲେ ଜିତିପାରି ନ ଥିଲା। ହେଲେ ଏଥର...

ବନ୍ୟାରେ ଛଟପଟ ହେଉଛନ୍ତି ଲୋକେ,ସରକାର ମିଛ ପ୍ରଚାରରେ ବ୍ୟସ୍ତ: କଂଗ୍ରେସ

ଭୁବନେଶ୍ବର, ୨୬ା୮(ବ୍ୟୁରୋ): ରାଜ୍ୟରେ ଦେଖା ଦେଇଥିବା ଭୟଙ୍କର ବନ୍ୟାରେ ୧୫ ଜିଲା ପ୍ରଭାବିତ ହୋଇଥିବା ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପାଣି ଘେରରେ ରହି...

ପୁଣି ପ୍ରଦୀପଙ୍କୁ ପଚରାଉଚରା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ...

ବଢୁଛି ଆନ୍ତଃ ରାଜ୍ୟ ଡକାୟତି ପୋଲିସ ପାଇଁ ଚ୍ୟାଲେଞ୍ଜ

ବସ୍ତା, ୭।୭(ଡି.ଏନ.ଏ.)-ଓଡ଼ିଶାର ସୀମାନ୍ତ ବାଲେଶ୍ୱର ଜିଲା ଅଧୀନ ବସ୍ତା, ବାଲିଆପାଳ, ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି। ଅପରାଧୀମାନେ ଯୋଜନାବଦ୍ଧ...

ବଧୂ ବେଶରେ ବସିଥିଲେ ଝିଅ, ଆସିଲେନି ବର

ଭୁବନେଶ୍ୱର,୧୮।୨(ବ୍ୟୁରୋ): ବିବାହ ପାଇଁ ମଣ୍ଡପରେ ରବିବାର ଚାଲିଥିଲା ଜୋରଦାର ପ୍ରସ୍ତୁତି। ବନ୍ଧୁବାନ୍ଧବ ଆସି ଭୋଜି ଖାଇବା ସହ ବଧୂବେଶରେ ଥିବା ଝିଅକୁ ଆଶୀର୍ବାଦ ଦେଇଥିଲେ। ପୁରୋହିତ...

ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ମିଳନ ଆରମ୍ଭ

ଗଞ୍ଜାମ,୨୦-୧୧(ଡି.ଏନ.ଏ.):ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମ ନିକଟ ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହୋଇଛି। ପୂର୍ବବର୍ଷ ଅପେକ୍ଷା ଚଳିତ...

ବରଗଡ଼ରେ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ

ବରଗଡ଼,୨୧ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଗୁରୁବାର ସକାଳୁ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ ଜାରି ରହିଛି। ଜିଲାର ବରଗଡ଼ ସହର ସମେତ ସୋହେଲା ଆଦି...

Advertisement
Archives

Model This Week