ପାଟପୁର,୨ା୧୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ସରପଞ୍ଚ ତାଙ୍କ ପଞ୍ଚାୟତରେ ଗତମାସ ୨୦ ତାରିଖରେ ବାହ୍ୟ ମଳତ୍ୟାଗକୁ ନେଇ ଏକ ଅଭିନବ ଫତ୍ଓ୍ବା ଜାରି କରିଥିଲେ। ଯଦି କୌଣସି ବ୍ୟକ୍ତି ବାହାରେ ମଳତ୍ୟାଗ କରନ୍ତି, ତେବେ ତାଙ୍କ ରାଶନ ସାମଗ୍ରୀ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେତେକ ଲୋକ ଏହାକୁ ନ ମାନି ବାହାରେ ମଳତ୍ୟାଗ କରିଥିଲେ। ଏହା ଜଣାପଡ଼ିବା ପରେ ଶୁକ୍ରବାର ପଞ୍ଚାୟତର ୨୪ ପରିବାରର ରାଶନ ସାମଗ୍ରୀ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାକୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବିରୋଧ କରାଯିବା ସହ ଶନିବାର ବ୍ଲକ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ସୂଚନା ମିଳିଛି।
ଏ ସମ୍ପର୍କରେ ଗୌତମୀ ସରପଞ୍ଚ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ବାହ୍ୟ ମଳତ୍ୟାଗ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବହୁ ସଚେତନତା ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ଫଳରେ ପଞ୍ଚାୟତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତିି ା
ଗ୍ରାମରେ ପୂର୍ବରୁ ଲୋକଙ୍କୁ ସଚେତନ କରାଯିବା ସହ ପାଇଖାନା ଥିବା ପରିବାର ବାହାରେ ମଳତ୍ୟାଗ କଲେ ରାଶନ୍ ସାମଗ୍ରୀ ବନ୍ଦ କରାଯିବ ବୋଲି ଫତ୍ୱା ଜାରି କରାଯାଇଥିଲା। ଏଥିସହ ୩୦୦ ମହିଳା ପାଳି କରି ସକାଳ ଓ ସନ୍ଧ୍ୟାରେ ମଳତ୍ୟାଗ କରାଯାଉଥିବା ସ୍ଥାନକୁ ଜଗି ରହିବା ସହ ସେଠାରେ ତୁଳସୀ ଚାରା ରୋପଣ କରିଥିଲେ। ଏହା ସତ୍ତ୍ୱେ ମଧ୍ୟ ଲୋକେ ନ ମାନି ବାହ୍ୟ ମଳତ୍ୟାଗ କରିବାରୁ ୨୪ ପରିବାରକୁ ରାଶନ ସାମଗ୍ରୀ ବନ୍ଦ କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି। କିନ୍ତୁ ଏ ନେଇ ପଞ୍ଚାୟତ ପକ୍ଷରୁ କୌଣସି ନିଷ୍ପତ୍ତି ହୋଇ ନ ଥିବା ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ କହିଛନ୍ତି। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଏକ ତରଫା ବୋଲି ପ୍ରକାଶ କରିଛନ୍ତିି। ଏ ନେଇ ସମିତିସଭ୍ୟ ପ୍ରତିନିଧି ଏ.ଜଗନ୍ନାଥ ପାତ୍ରଙ୍କୁ ପଚାରିବାରୁ, ରାଶନ ସାମଗ୍ରୀ ବନ୍ଦକୁ ସେ ବିରୋଧ କରିଛନ୍ତି। କିନ୍ତୁ ବାହ୍ୟ ମଳତ୍ୟାଗକୁ ବାରଣ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ସେ କହିଛନ୍ତି। ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତିି। ରାଶନ ସାମଗ୍ରୀ ବନ୍ଦ କରିବା ସମ୍ପର୍କରେ ସେ ଓ ଅଧିକାଂଶ ୱାର୍ଡ ସଭ୍ୟାସଭ୍ୟ ଜାଣି ନ ଥିବା କହିଛନ୍ତି। ତେବେ ରାଶନ ସାମଗ୍ରୀ ବନ୍ଦ କରିବା ପ୍ରତିବାଦ ସହ ସ୍ବଚ୍ଛ ଭାରତ ଅଭିଯାନରେ ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବାକୁ ସେ ଦାବି କରିଛନ୍ତିି।
ସାନଖେମୁଣ୍ଡି ବ୍ଲକ ଯୋଗାଣ ନିରୀକ୍ଷକ ବିଶ୍ୱଜିତ ସେଠୀଙ୍କୁ ରାଶନ ସାମଗ୍ରୀ ବନ୍ଦ ସମ୍ପର୍କରେ ପଚାରିବାରୁ କାହାର ରାଶନ ସାମଗ୍ରୀ ବନ୍ଦ ହୋଇନାହିଁ ବୋଲି ସେ କହିଛନ୍ତି।

ଜଙ୍ଗଲରେ ନିଆଁ, ରାସ୍ତାରେ ମୟୂର
ବୁଗୁଡ଼ା,୧୫।୩(ଡି.ଏନ୍.ଏ.): ସମ୍ପ୍ରତି ବୁଗୁଡ଼ା ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବିପଦ ଯୋଗୁଁ ରାସ୍ତାରେ ମୟୂରମାନେ ଘୂରି ବୁଲୁଥିବା ଦେଖିବାକୁ...
ସଂଘବଦ୍ଧ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ
ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ...

ସାଇକେଲରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ଛତ୍ରପୁର,୨୮ା୩(ଡି.ଏନ୍.ଏ.)- କରୋନାକୁ ପ୍ରତିରୋଧ ପାଇଁ ଗଞ୍ଜାମ ଜିଲାରେ ଲାଗୁ ହୋଇଥିବା ଲକ୍ଡାଉନ ଶନିବାର ସପ୍ତମ ଦିନରେ ପହଞ୍ଚତ୍ଛି। ଏନେଇ ଜିଲାରେ ବାଇକ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ...

ଗଞ୍ଜାମ ମାଛ ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ବିଡିଓ
ଗଞ୍ଜାମ,୮।୪(ଡି.ଏନ୍.ଏ.): କରୋନା(କୋଭିଡ-୧୯) ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଏଥିପାଇଁ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ...

ସ୍ବାମୀଙ୍କ ଦ୍ୱିତୀୟ ବିବାହ ନେଇ ଥାନାରେ ପ୍ରଥମ ସ୍ତ୍ରୀ
ହିଞ୍ଜିଳିକାଟୁ,୨୮ା୪: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଗୋଦରାପଲୀ ଗ୍ରାମର ପି. ଅନୀତାଙ୍କୁ ଯୌତୁକ ନିର୍ଯାତନା ଦେବାସହ ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ ମଙ୍ଗଳବାର ଥାନାରେ...

୪ ନକଲି ଖବରଦାତା ଗିରଫ
କୁକୁଡ଼ାଖଣ୍ଡି,୨ା୮(ଡି.ଏନ.ଏ.)- ଆଙ୍କୁଶପୁର ସଦର ଥାନା ପୋଲିସ ଗୁରୁବାର ମଧ୍ୟାହ୍ନରେ ୪ ନକଲି ଖବରଦାତାଙ୍କୁ ଗିରଫ କରିଛି। ନଂ.୧୯୦/୧୯ରେ ମାମଲା ରୁଜୁ କରି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟଚାଲାଣ...

ସଙ୍ଗରୋଧ କେନ୍ଦ୍ରରେ ଯୋଗ, ପ୍ରାଣାୟମ
ବୁଗୁଡ଼ା,୭ା୫(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ତାଳଶାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆମାନଙ୍କୁ ଗୁରୁବାର ଯୋଗ, ପ୍ରାଣାୟମ ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଉକ୍ତ କେନ୍ଦ୍ରକୁ...

ବନ୍ଦ ଘରୁ ଅଧ୍ୟାପକଙ୍କ ଗଳିତ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
ହଞ୍ଜିଳିକାଟୁ, ୮ା୮(ଡ଼ି.ଏନ୍.ଏ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ମାଣିକନଗର ଅଞ୍ଚଳର ଏକ ବନ୍ଦ ଘରୁ ଗୁରୁବାର ପୂର୍ବାହ୍ନରେ ଜଣେ ଅଧ୍ୟାପକଙ୍କ ଗଳିତ ଶବକୁ ହିଞ୍ଜିଳି ପୋଲିସ ଝୁଲନ୍ତା...