ବାଲ୍ୟ ବିବାହ

ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ। ଏଥିପାଇଁ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ସରକାରୀ ନୀତି ନିୟମ ମଧ୍ୟ ପ୍ରଣୟନ ହେଉଛି। ପୋଲିସ ପ୍ରଶାସନ ବି ଏପରି ଅପରାଧ ବନ୍ଦ ପାଇଁ ତତ୍ପର। ହେଲେ ଏବେ ବି ସାରା ରାଜ୍ୟରେ ବାଲ୍ୟ ବିବାହ ଏକ ସମସ୍ୟା ହୋଇ ଠିଆ ହୋଇଛି। ଆଉ ରାୟଗଡ଼ା ଜିଲାରେ ଏହି ସ୍ଥିତି ଚିନ୍ତାଜନକ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟର ସଦ୍ୟ ତଥ୍ୟ ଅନୁସାରେ ଜିଲାରେ ୩୪.୪ ପ୍ରତିଶତ ବାଲ୍ୟ ବିବାହ ହେଉଛି। ରାଜ୍ୟରେ ରାୟଗଡ଼ା ଜିଲା ବାଲ୍ୟ ବିବାହରେ ୫ମ ସ୍ଥାନରେ ରହିଛି। ବିଶେଷ ଭାବେ ଗ୍ରାମାଞ୍ଚଳରେ ଏପରି ବିବାହ ଦିନକୁ ଦିନ ବଢ଼ି ଚାଲିଛି। ଯାହା ଲୋକଲୋଚନକୁ ଆସିପାରୁନାହଁି। ଜିଲାରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପ୍ରାୟ ୬୩ ପ୍ରତିଶତ ପରିବାରରେ ବାଲ୍ୟ ବିବାହ ଏକ ସାଧାରଣ କଥାରେ ପରିଣତ ହୋଇଛି। ଆର୍ଥତ୍କ ସ୍ବଚ୍ଛଳ ଥିବା ପରିବାରରେ ୩୩ ପ୍ରତିଶତ ବାଲ୍ୟ ବିବାହ ହେଉଛି। ୬୮ ପ୍ରତିଶତ ନିରକ୍ଷର ପରିବାର ଓ ୩୫ ପ୍ରତିଶତ ସାକ୍ଷର ପରିବାରରେ ଏହି ବିବାହ ଚାଲିଛି। ବାଲ୍ୟ ବିବାହ ଯୋଗୁ ନାବାଳିକାମାନେ ନିଜର ସ୍ବାଧୀନତା, ସ୍ବାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ଇତ୍ୟାଦି ଭଳି ଗୁରୁତର ମୌଳିକ ଅଧିକାର ହରାଉଛନ୍ତି। ନାବାଳକମାନେ ପାରିବାରିକ ବୋଝ ତଳେ ଚାପି ହୋଇଯାଉଛନ୍ତିି। ଏଥିଯୋଗୁ ସାମାଜିକ ଅସ୍ଥିରତା ଦେଖାଯାଉଛି। ସେହିପରି ବାଲ୍ୟ ବିବାହ ଯୋଗୁ ଜଣେ ନାବାଳିକା ଗର୍ଭଧାରଣ ଓ ପ୍ରସବ ସମୟରେ ୬୭ ପ୍ରତିଶତ ଗୁରୁତର ଭାବେ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିବା ରିପୋର୍ଟ କହୁଛି। ଏଥିସହ ପାରିବାରିକ ଅଶାନ୍ତି, ବିବାହ ବିଚ୍ଛେଦ ଭଳି ଅନେକ ସାମାଜିକ ସମସ୍ୟା ବଢ଼ି ଚାଲିଛି। ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କୁ ମଧ୍ୟ ପରିବାର ଲୋକେ ବୋଝ ଭାବି କମ୍‌ ବୟସରୁ ବିବାହ କରିବାକୁ ବାଧ୍ୟ ହେଉଛନ୍ତି। ବାଲ୍ୟବିବାହ ନିରୋଧକ ଆଇନ ୨୦୦୬ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାୟଗଡ଼ା ଜିଲାରେ କାହାକୁ ଦଣ୍ଡ ନ ମିଳିବା ପ୍ରଶାସନର ଏକ ବଡ଼ ବିଫଳତା ବୋଲି ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଚଳିତ ବର୍ଷ ରାୟଗଡ଼ା ଜିଲାରେ ବାଲ୍ୟ ବିବାହକୁ ବିରୋଧ କରି ୨.୨୫ ଲକ୍ଷ ଜନସାଧାରଣ ଓ ୧.୫ ଲକ୍ଷ ଛାତ୍ରୀଛାତ୍ରଙ୍କୁ ନେଇ ଏକ ମାନବ ଶୃଙ୍ଖଳ କରାଯାଇଥିଲା। ନିଶ୍ଚିତ ଭାବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ଜିଲା ପ୍ରଶାସନ ଏପରି ପଦକ୍ଷେପକୁ ନେଇ ପୁରସ୍କୃତ ହୋଇଥିଲା। ଏବେ ଜିଲା ପ୍ରଶାସନ ଗ୍ରାମାଞ୍ଚଳ ଲୋକଙ୍କୁ ଏଥିପାଇଁ ସଚେତନ କରିବା ଜରୁରୀ ହୋଇପଡିଛି। ଏଥିପ୍ରତି ସମସ୍ତଙ୍କ ଉଦ୍ୟମ ସଫଳତା ଆଣିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri