ବାଲେଶ୍ୱର-ନୀଳଗିରି ଷ୍ଟେଶନ ମଧ୍ୟରେ ମରାମତି: ୩ ଟ୍ରେନ ବାତିଲ୍‌, ୭ଟିର ସମୟ ପରିବର୍ତ୍ତନ

ଭୁବନେଶ୍ୱର, ୨୮ା୧୨(ବ୍ୟୁରୋ): ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେଶନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ରବିବାର ୩ ଟ୍ରେନ୍‌ ବାତିଲ୍‌ ସହ ୭ଟିର ସମୟ ପରିବର୍ତ୍ତନ କରାଯାଇଛି। ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏହି ଦୁଇ ଷ୍ଟେଶନ ମଧ୍ୟରେ ରୋଡ଼ ଓଭରବ୍ରିଜରେ ଗାର୍ଡ଼ର ସ୍ଥାପନ କରାଯିବ। ଏଥିପାଇଁ ବାତିଲ୍‌ ହେଉଥିବା ଟ୍ରେନ୍‌ଗୁଡ଼ିକ ହେଲା ୬୮୦୫୧-୬୮୦୫୧ ବାଲେଶ୍ୱର-ଭଦ୍ରକ ମେମୁ, ୬୮୧୦୯-୬୯୧୧୦ ଖଡ଼ଗପୁର-ଯାଜପୁର କେନ୍ଦୁଝର ରୋଡ଼ ମେମୁ ଓ ୧୨୦୭୩-୧୨୦୭୪ ହାଓଡ଼ା ଭୁବନେଶ୍ୱର ଜନଶତାବ୍ଦୀ ଏକ୍ସପ୍ରେସ। ସେହିଭଳି ହାଓଡ଼ାରୁ ଛାଡ଼ିବାକୁ ଥିବା ୧୨୮୨୧-୧୨୨୮୨ ଧଉଳି ଏକ୍ସପ୍ରେସ, ୧୨୭୦୩ ଫଲକନାମା ଏକ୍ସପ୍ରେସ, ୧୨୨୭୭-୧୨୨୭୮ ଶତାବ୍ଦୀ ଏକ୍ସପ୍ରେସ, ଖଡ଼ଗପୁର-ଭଦ୍ରକ ମେମୁ, ଶନିବାର ଆନନ୍ଦବିହାରରୁ ଆସୁଥିବା ୧୨୮୧୬ ନନ୍ଦନକାନନ ଏକ୍ସପ୍ରେସ ଓ ଚେନ୍ନାଇରୁ ବାହାରୁଥିବା କରମଣ୍ଡଳ ଏକ୍ସପ୍ରେସର ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପରିବର୍ତ୍ତିତ ସମୟ ବିଷୟରେ ଯାତ୍ରୀମାନେ ସୂଚନା କେନ୍ଦ୍ର କିମ୍ବା ରେଲ୍‌ଓ୍ବେ ଅନୁସନ୍ଧାନ ନମ୍ବରରେ ଫୋନ କରି ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାସହରା ପରିବାରଙ୍କୁ ଥଇଥାନ କରା ନ ଯିବା ମାମଲା :ବିପର୍ଯ୍ୟୟ ଓ ପ୍ରଶମନ ବିଭାଗକୁ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର, ୩।୧୧(ବ୍ୟୁରୋ) ୧୯୮୨ ମସିହାରେ କନ୍ଦଳ ନଦୀ ବନ୍ୟାରେ କଟକ ଜିଲା କଣ୍ଟାପଡ଼ା ତହସିଲର ପ୍ରାୟ ୨୫ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ସେମାନେ ବାସହରା ହୋଇ...

କମରପଦା-କିଶୋରନଗର ଆର୍‌ଡି ରାସ୍ତା ଦବିଲା

କଟକସଦର,୨୨।୭(ଡି.ଏନ୍‌.ଏ.): କଟକ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅନ୍ତର୍ଗତ କମରପଦା-କିଶୋରନଗର ଆର୍‌ଡି ରାସ୍ତାର କିଛି ଅଂଶ ସୋମବାର ସକାଳେ ଦବିଯାଇଛି। ବାଙ୍କାବଜାର ନିକଟରେ ୧୫ ଫୁଟ ଲମ୍ବ...

ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ ପୁଣି ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଢେଙ୍କାନାଳର...

ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ...

ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି

ପଟ୍ଟାମୁଣ୍ଡାଇ,୨୫ା୪(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହାୟ ଗୁଳଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ସପ୍ତାହେ ହେଲା କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ...

୨୦୨୨ରେ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲିଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିବସ ମେ ୧୬କୁ ସରକାରୀ ଛୁଟି ଘୋଷଣା...

ଚିତ୍ତରଞ୍ଜନ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ପୁରୀ ଜିଲା ବ୍ରହ୍ମଗିରି ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ବୁଧବାର ପୋଲିସ ଡିଜି ଅଭୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ମୁଖ୍ୟାଳୟ ପକ୍ଷରୁ...

ଚାକିରି ଦେବାକୁ କହି ଠକେଇ: ୫ ଗିରଫ

ଦାମନଯୋଡି,୪ା୪(ଡି.ଏନ.ଏ.): ନାଲକୋ ଠିକାଦାରଙ୍କ ଅଧୀନରେ ଚାକିରି ଦେବାକୁ କହି ଠକେଇ କରିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ୱରର ଅରୋଶ୍ରୀ ସ୍କିଲ ଡେଭଲପମେଣ୍ଟ...

Advertisement
Archives

Model This Week