ବାଲେଶ୍ୱରରେ ସୁଧୁରୁନି ବିଦ୍ୟୁତ୍‌ ସମସ୍ୟା

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱର ଜିଲାରେ ବିଦ୍ୟୁତ୍‌ ସମସ୍ୟା ଲାଗିରହିଥିବାରୁ ଏହାର ପ୍ରତିକାର ଲାଗି ବାଲେଶ୍ୱର ସିଭିଲ ସୋସାଇଟି ପକ୍ଷରୁ ଗତ ମେ’ ୨୭ରେ ୬ଦଫା ସମ୍ବଳିତ ଦାବିପତ୍ର ଦିଆଯାଇଥିଲା। ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦିଆ ନ ଗଲେ ଆନ୍ଦୋଳନ ଲାଗି ଚେତାବନୀ ଦିଆଯାଇଥିଲା। ନେସ୍କୋ କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱ ଦେଇ ସୋମବାର ସିଭିଲ୍‌ ସୋସାଇଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।
ନେସ୍କୋ କର୍ତ୍ତୃପକ୍ଷଙ୍କ କ୍ଷମତାଧୀନ ଦାବିଗୁଡ଼ିକ ଯଥାଶୀଘ୍ର ପୂରଣ କରିବା ସହ ଅନ୍ୟ ଦାବିଗୁଡ଼ିକ ଓଇଆର୍‌ସିଙ୍କୁ ଅବଗତ କରାଇବାକୁ କର୍ତ୍ତୃପକ୍ଷ ଦାୟିତ୍ୱ ନେଇଥିଲେ। ଜିଲାରେ ବିଦ୍ୟୁତ୍‌ ସରବରାହରେ ବାଧା ସୃଷ୍ଟି କରୁଥିବା ସମସ୍ତ ବିଦ୍ୟୁତ୍‌ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ସରଞ୍ଜାମକୁ ଚଳିତମାସ ମଧ୍ୟରେ ପରିବର୍ତ୍ତନ କରିବା, ମିଟର ରେଣ୍ଟ୍‌ ବାବଦରେ ଆଦାୟ କରାଯାଇଥିବା ଅଧିକ ଅର୍ଥକୁ ବିଦ୍ୟୁତ୍‌ ବିଲ୍‌ରେ ବ୍ୟବସ୍ଥିତ କରିବା, ଓଡ଼ିଆ ଭାଷାରେ ବିଦ୍ୟୁତ୍‌ ବିଲ୍‌ ପ୍ରଦାନ, ତ୍ରୁଟିପୂର୍ଣ୍ଣ ବିଲ୍‌ର ଅଭିଯୋଗକ୍ରମେ ସଂଶୋଧନ ଆଦି ଦାବି ପୂରଣ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେସ୍କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନାରେ ନେସ୍କୋର ନିର୍ବାହୀଯନ୍ତ୍ରୀ ଇଂ. ବିମାନ ଜେନା, ଏସ୍‌ଡିଓ ଇଂ. ସୌମ୍ୟରଞ୍ଜନ ବେହେରା, ଆକାଉଣ୍ଟ୍‌ସ ଅଧିକାରୀ କୃତ୍ତିବାସ ପଣ୍ଡା ଓ ହେରେମ୍ବ ନାରାୟଣ ପଣ୍ଡାଙ୍କ ସମେତ ସିଭିଲ୍‌ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ, ସଦସ୍ୟ ଜୟନ୍ତ ଦାସ, ଆଶୁତୋଷ ପରିଡ଼ା, ଦେବାଶିଷ ସିଂହ, ଅରୁଣ ଜେନା ଓ ବେଣୁଧର ବାରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପ୍ରତିଶ୍ରୁତିଗୁଡ଼ିକ କାର୍ଯ୍ୟକାରୀ ନହେଲେ ବିଦ୍ୟୁତ୍‌ ଗ୍ରାହକମାନଙ୍କୁ ସଂଗଠିତ କରି ସିଭିଲ୍‌ ସୋସାଇଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୋସାଇଟି ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୨୯ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତର ସରପଞ୍ଚ କେଶରସେନ ମୁଠାମାଝିଙ୍କୁ କିଛି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି।...

ଭୋକିଲା ପେଟକୁ ଦାନା

ବାଲେଶ୍ୱର ଅଫିସ,୩।୪- ଲକ୍‌ଡାଉନ୍‌ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି।...

ବିର୍ସା ମୁଣ୍ଡା ଆଥ୍‌ଲେଟିକ୍‌ ଷ୍ଟାଡିୟମ ଲୋକାର୍ପଣ

ରାଉରକେଲା ଅଫିସ,୧୧ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦୁଇଦିନିଆ ରାଉରକେଲା ଗସ୍ତ କରିଛନ୍ତି। ଏହି ସମୟରେ ସେ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର...

ଯୁବକଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଗଡ଼ ଗ୍ରାମରେ ଗତ ୧୬ ତାରିଖରେ ମୋହନ ପଟ୍ଟନାୟକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ମୋହନଙ୍କୁ ସ୍ଥାନୀୟ...

ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି...

ଲୋକଙ୍କ ଘରେ ଜିନିଷ ପହଞ୍ଚାଇବ ହୋମ୍‌ଭେରି ପୋର୍ଟାଲ

ସମ୍ବଲପୁର,୨୮।୩(ବ୍ୟୁରୋ)-ଲକ୍‌ଡାଉନ ଘୋଷଣା ହେବା ପରେ ସମ୍ବଲପୁର ଜିଲାରେ ଦୋକାନ ବଜାରଗୁଡିକ ବନ୍ଦ ରହିଛି। ମହାନଗର ନିଗମ ପକ୍ଷରୁ ଶୁକ୍ରବାରଠାରୁ କିରାନା ସାମଗ୍ରୀ ଏବଂ ଔଷଧ ହୋମ...

ପିଜିରେ ଉତ୍ତୀର୍ଣ୍ଣ ହେଲେ ୭୭ ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ

ସୋନପୁର,୩।୭(ନି.ପ୍ର.): ଦୃଢ ଇଚ୍ଛାଶକ୍ତି ଥିଲେ ସଫଳ ହେବାକୁ କେହି ରୋକି ପାରିବେ ନାହିଁ। ଏହା ପ୍ରମାଣ କରି ଦେଖାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ।...

ରାଜ୍ୟ ସ୍ତରୀୟ ସିପାକଟାକ୍ରୋ ପ୍ରତିଯୋଗିତା: ମୟୂରଭଞ୍ଜ ବାଳିକା ଟିମ୍‌ ରନର୍ସଅପ୍‌

ବାରିପଦା ଅଫିସ,୧୨ା୧- ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ ବର୍ଷରୁ କମ ବାଳିକା ଓ ବାଳକ ବର୍ଗର ସିପାକଟାକ୍ରୋ ପ୍ରତିଯୋଗିତା ଗତ ୯ ଓ ୧୦ ତାରିଖ...

Advertisement
Archives

Model This Week