ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ

କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି।  ତେଲୁଗୁ ସମ୍ପ୍ରଦାୟର କେହି ମୃତ୍ୟୁ ହେଲେ ସତ୍କାର ପାଇଁ ୨୦୦୨ରେ ମାତାମଠସ୍ଥିତ ଏକ ସ୍ଥାନ ନିରୂପଣ ହୋଇଥିଲା। ଏହାକୁ ତେଲୁଗୁ ମଶାଣୀ ଘୋଷଣା କରାଯାଇଥିଲା। ସେବେଠାରୁ ମଙ୍ଗଳାବାଗ, ଥୋରିଆସାହି, ଦେୱାନବଜାର, ଓଡ଼ିଆବଜାର, ଜଗନ୍ନାଥ ବଲ୍ଲଭ, ସୂତାହାଟ, ବାଉଁଶଗଳି, ପଟାପୋଲ, ମୋଚିସାହି, ରାଣୀହାଟ, ମାଛୁଆବଜାର, ନୂଆପାଟଣା, କ୍ୟାଣ୍ଟନମେଣ୍ଟ, ହାୱଡ଼ାମୋଟର ଅଞ୍ଚଳର ପ୍ରାୟ ୧ ଲକ୍ଷ ଲୋକ କ୍ରିୟାକର୍ମ ପାଇଁ ଏହି ମଶାଣୀ ଉପରେ ନିର୍ଭର କରୁଛନ୍ତି। କଟକ ମହାନଗର ନିଗମ (ସିଏମସି) ମଶାଣି ଚାରିପାଖରେ ୮ ଲକ୍ଷ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ, ଟ୍ୟୁବୱେଲ ପାଣି ତଥା ଆଲୋକ ବ୍ୟବସ୍ଥା କରିଥିଲା। ଫାଇଲିନ ବାତ୍ୟାରେ ଏହା କିଛିକାଂଶରେ କ୍ଷତିଗ୍ରସ୍ତ ହୋଇଥିଲା। ପରେ ସିଏମସି ୪ ଲକ୍ଷ ଟଙ୍କା ବ୍ୟୟରେ ମଶାଣୀର ପୁନରୁଦ୍ଧାର କରିଥିଲା। ଏହାଛଡ଼ା ୩ ଲକ୍ଷ ୮୦ ହଜାର ବ୍ୟୟରେ ମାତାମଠ, ସିସୋର (ଜାଇକା) ରୋଡଠାରୁ ମଶାଣୀ ପର୍ଯ୍ୟନ୍ତ ପକ୍କାରାସ୍ତା କରାଯାଇଛି। ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ଶିବଙ୍କ ରୁଦ୍ର ମୂର୍ର୍ତ୍ତି ସ୍ଥାପନ ସହ ପରିବେଶ ସୁରକ୍ଷା ପାଇଁ ପ୍ରାୟ ୨୦୦ ଚାରା ଲଗାଯାଇଛି। ଶବବାହକମାନେ ବସିବା ପାଇଁ ୬ଟି ସିମେଣ୍ଟ ବେଞ୍ଚ ସେହି ସ୍ଥାନରେ ତିଆରି ହୋଇଛି। ଏହା ସତ୍ତ୍ବେ ଜିଲା ପ୍ରଶାସନ ସୂଚନା ନ ଦେଇ ବାଲି ଫିଲିଂ କରୁଛି। ଏ ନେଇ ସମ୍ପ୍ରଦାୟର ଲୋକେ ଜିଲାପାଳ, ସିଏମ୍‌ସି କମିଶନରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପଦକ୍ଷେପ ଶୂନ। ତେଣୁ ବାଲି ଫିଲିଂ କରିବା ପୂର୍ବରୁ ଶ୍ମଶାନ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛି ‘ଐକ୍ରତା’ ସଙ୍ଗଠନ। ବୁଧବାର ଏନେଇ ତିନିକୋଣିଆ ବଗିଚାରେ ଏକ ଖବରଦାତା ସମ୍ମିଳନୀରେ ସଙ୍ଗଠନ ଉପଦେଷ୍ଟା ପ୍ରଦୀପ ପଟ୍ଟନାୟକ କହିଛନ୍ତି, ଦାବି ପୂରଣ ନ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ।
ଜିଲାପାଳଙ୍କୁ ଦାବିପତ୍ର ଦେଲେ ବିଧାୟକ
ମାତାମଠସ୍ଥିତ ଶ୍ମଶାନ ଘାଟରେ ବାଲି ପୋତେଇ ଦ୍ୱାରା ଶ୍ମଶାନ କ୍ଷତିଗ୍ରସ୍ତ ହେବା ଆଶଙ୍କା କରାଯାଉଛି। କିଛି ବର୍ଷ ଭିତରେ ପ୍ରାୟ ଦୁଇଶହ ତେଲୁଗୁ ସଂପ୍ରଦାୟର ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଓ କ୍ରିୟାକର୍ମ ଏଠାରେ ହୋଇଛି। ଶ୍ମଶାନ ଘାଟର ସୁରକ୍ଷା ସକାଶେ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ଜିଲାପାଳ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଦାବିପତ୍ର ଦିଆଯାଇଛି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସମେତ ଅନ୍ୟ ବୁଦ୍ଧିଜୀବୀ ଏହି ଦାବିପତ୍ର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri