ବାଲିତୁଠ ପ୍ରାଥମିକ ବିଦ୍ୟାଳୟ: ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଶିକ୍ଷୟିତ୍ରୀ ଗିରଫ

ଜଗତ୍‌ସିଂହପୁର ଅଫିସ,୨୩ା୧୨: ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅଧୀନ ବାଲିତୁଠ ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଲିନା ନନ୍ଦ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ଶନିବାର ଛାତ୍ରୀ ବାଲିତୁଠର ଜନ୍‌ ସ୍ବାଇଁଙ୍କ ଝିଅ ବର୍ଷା ସ୍ବାଇଁ(୯)ଙ୍କୁ ମାଡ଼ ମାରିଥିଲେ। ଏନେଇ ଛାତ୍ରୀଙ୍କ ବାପା କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଆଇପିସି ଦଫା ୩୪୧/୩୦୭/୩୨୩ ଏବଂ ଜୁଭେନାଇଲ ଜଷ୍ଟିସ୍‌ ଆକ୍ଟର ଦଫା ୭୫ରେ ଏକ ମାମଲା (୨୯୧/୧୯) ରୁଜୁ କରିବା ସହ ଶିକ୍ଷୟିତ୍ରୀ ନନ୍ଦଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି।
ଆଇଆଇସି ଦିଲୀପ କୁମାର ସାହୁ ସୂଚନା ଦେଇ କହିଛନ୍ତି, ପିଲାଟି ବିଦ୍ୟାଳୟକୁ ଯାଇଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଶିକ୍ଷୟିତ୍ରୀ ନନ୍ଦ ତାଙ୍କୁ ନିଷ୍ଠୁର ଭାବରେ ପିଟିଥିଲେ। ଯଦ୍ଦ୍ବାରା ଛାତ୍ରୀଙ୍କ କାନ ମୁଣ୍ଡ, ଗାଲ, ପିଠି, ଗୋଡ ଆଦି ଶରୀରର ଏକାଧିକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଅତୀତରେ ମଧ୍ୟ ଶିକ୍ଷୟିତ୍ରୀ ପିଲାଙ୍କୁ ମାରଧର କରିଥିବା ଅଭିଯୋଗ ରହିଛି। କିନ୍ତୁ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ କାହିଁକି ଓ କେଉଁଥିପାଇଁ ଏଭଳି ଭାବରେ ପିଟିଥିଲେ ତା’ର କୌଣସି ସନ୍ତୋଷଜନକ ଉତ୍ତର ଆଇଆଇସି ଦେଇପାରି ନ ଥିଲେ। ଛାତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି, ଶିକ୍ଷୟିତ୍ରୀ ତାଙ୍କ ଘର ପାଖରେ ଭଡାରେ ରୁହନ୍ତି। ବିଭିନ୍ନ ସମୟରେ ବିଦ୍ୟାଳୟରେ ପିଲାଙ୍କୁ ତାଙ୍କ ଥାଳି ଧୁଆଠାରୁ ଆରମ୍ଭ କରି ଅନ୍ୟ କାମରେ ଲଗାନ୍ତି। ପାଖାପାଖି ୧ ମାସ ହେବ ତାଙ୍କ ଝିଅକୁ ବିଭିନ୍ନ କାମରେ ଲଗାଉଥିଲେ। ଶନିବାର ଝିଅ ବିଦ୍ୟାଳୟ ଯାଇଥିବା ବେଳେ କୌଣସି କାରଣରୁ ତାଙ୍କୁ ଆକ୍ରମଣ କରିଥିଲେ। ଝିଅ କାକୁତି ମିନତି ହୋଇ ଯେତେ ନେହୁରା ହୋଇଥିଲେ ସୁଦ୍ଧା ତାଙ୍କ ହୃଦୟ ତରଳି ନ ଥିଲା। ଝିଅର କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟାବସ୍ଥା ଆଶାଜନକ ଭାବେ ସୁଧୁରିନି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri