ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ମୂଷାମାରୀ ଗ୍ରାମର ମିଣ୍ଟୁ ତରେଇ। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ମିଣ୍ଟୁ ଦୀର୍ଘଦିନ ଧରି ଉକ୍ତ ବାଲିଖାଦାନକୁ ବିରୋଧ କରି ଆସୁଥିଲେ। ସକାଳେ ତାଙ୍କ ମୃତଦେହ ବାଲି ଗଚ୍ଛିତ ଥିବା ସ୍ଥାନରେ ପଡ଼ି ରହିଥିବା ଦେଖାଯାଇଥିଲା। ମିଣ୍ଟୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଗ୍ରାମବାସୀ ଓ ପରିବାରବର୍ଗ ମୃତଦେହକୁ ଧରି ରାସଗୋବିନ୍ଦପୁର-ବାରିପଦା ମୁଖ୍ୟରାସ୍ତା ମୂଷାମାରୀ ଛକରେ ଅବରୋଧ କରିଥିଲେ। ଫଳରେ ରାସଗୋବିନ୍ଦପୁର ଓ ବାରିପଦା ମଧ୍ୟରେ ଯାତାୟାତ ଠପ୍‌ ହୋଇପଡ଼ିଥିଲା। ଘଟଣାସ୍ଥଳରେ ରାସଗୋବିନ୍ଦପୁର ଅତିରିକ୍ତ ତହସିଲଦାର ପ୍ରଭାତ କୁମାର ମହାପାତ୍ର, ରାସଗୋବିନ୍ଦପୁର ଥାନା ଆଇଆଇସି କେ.ସି. ପଲେଇ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ)-ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ରଙ୍କୁ ପଦ ଓ...

ମନ୍ଦୋରଧରଙ୍କ ମନ ଦହି ପଖାଳରେ: ଗାଁକୁ ବିପଦ ଆସିଲେ ଶୁଭେ ବଂଶୀ ସୁର

ବଅଁରପାଳ, ୩୦।୫: ଗଡ଼ଦୁର୍ଗ ଭାବେ ପରିଚିତ ବଅଁରପାଳ ବ୍ଲକ ବଳରାମପ୍ରସାଦର ପାଟଣା ଠାରେ ରହିଛି ଅନେକ ଦେବଦେବୀ ପୀଠ। ହେଲେ ପ୍ରଭୁ ମନ୍ଦୋରଧର ସେଥିରୁ ଅନ୍ୟତମ।...

ଗାଧୋଇବା ପାଇଁ ପାଣି ଗରମ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତ, ଯୁବକ ମୃତ

ଖୋର୍ଦ୍ଧା ଅଫିସ,୨୧।୧୨: ଗାଧୋଇବା ପାଇଁ ପାଣି ଗରମ କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ଜିଲା ଚାନ୍ଦପୁର...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ରୂପ୍‌ସା,୮।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଣେ ମହିଳାଙ୍କ ଗାଁ ପୋଖରୀରେ ବୁଡ଼ି ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ବିଧବା...

ନାଡ୍‌ର ଜାତୀୟ ସମୀକ୍ଷା ବୈଠକ; କମ୍‌ ଖର୍ଚ୍ଚରେ ସହଜରେ ପିଲା ପାଇପାରିବେ ସାର୍ଟିଫିକେଟ

ଭୁବନେଶ୍ୱର, ୫।୭(ବ୍ୟୁରୋ)- କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନ୍ୟାଶନାଲ ଏକାଡେମିକ ଡିପୋଜିଟୋରୀ (ନାଡ୍‌) କାର୍ଯ୍ୟକ୍ରମର ଜାତୀୟ ସମୀକ୍ଷା...

ମୃତକଙ୍କ ନାଁରେ ଉଠାଯାଉଛି ଭତ୍ତା

ତିହିଡ଼ି, ୧୪।୯ (ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଏପରିକି ମୃତକଙ୍କ ନାଁରେ ୨ ବର୍ଷ...

ଖଣି ଚିନ୍ତା: ନିଲାମ ପୂର୍ବରୁ ଅନୁମତି କାର୍ଯ୍ୟ ସାରିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଖଣି ନିଲାମ ପୂର୍ବରୁ ସମସ୍ତ ପ୍ରକାର ଅନୁମତି(କ୍ଲିୟରାନ୍ସ) ଆଗୁଆ ଶେଷ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଖଣି ନିଲାମ...

ପାଟକୁରା ନିର୍ବାଚନ: ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪୦୭୭ ଭୋଟରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ, ୨୪।୭: ବହୁ ପ୍ରତୀକ୍ଷିତ ପାଟକୁରା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ୯ମ ରାଉଣ୍ଡ ସୁଦ୍ଧା ବିଜେଡି ୧୪୦୭୭ ଖଣ୍ଡ ଭୋଟରେ ଆଗୁଆ...

Coronavirus Update


Archives

Model This Week

Why Dharitri