Posted inଖେଳ

‘ବାଲା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ’

ନୂଆଦିଲ୍ଲୀ, ୧୭ା୫ (ପି.ଟି.)-ବାଲା ଦେବୀ ଦେଶର ଅନ୍ୟ ମହିଳା ଫୁଟ୍‌ବଲରଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ୍ଲ ପଟେଲ। ବିଦେଶରେ ପ୍ରଫେସନାଲ ଲିଗ୍‌ ଖେଳିବାରେ ମଣିପୁରର ତଥା ଜାତୀୟ ଦଳର ଷ୍ଟ୍ରାଇକର ବାଲା ଭାରତର ପ୍ରଥମ ମହିଳା ଖେଳାଳି। ସେ ସ୍କଟିଶ ପ୍ରିମିୟର ଲିଗ୍‌ କ୍ଲବ ରେଞ୍ଜର୍ସ ଦଳ ସହିତ ଚୁକ୍ତି କରିଛନ୍ତି। ପଟେଲ ସମସ୍ତ ବୟସବର୍ଗର ଜାତୀୟ ଖେଳାଳିଙ୍କ ସହ ବାର୍ତ୍ତାଳାପ ଅବସରରେ ବାଲା ଦେବୀଙ୍କୁ ଲକ୍ଷ୍ୟକରି କହିଥିଲେ, ତୁମର ସଫଳତାକୁ ନେଇ ଆମେ ଗର୍ବିତ। ଉଦୀୟମାନ ଫୁଟ୍‌ବଲରଙ୍କ ଲାଗି ତୁମେ ଦିଗ୍‌ଦର୍ଶକ ପାଲଟିଛ। ଆମ ମହିଳା ଫୁଟ୍‌ବଲରମାନେ କୌଣସି ଗୁଣରେ କମ୍‌ ନୁହଁନ୍ତି ବୋଲି ତୁମେ ପ୍ରମାଣ କରି ଦେଖାଇଛି। ବର୍ତ୍ତମାନ ଗ୍ଳାସ୍‌ଗୋଠାରେ ଥିବା ବାଲା ଦେବୀ କହିଥିଲେ ଦକ୍ଷତା ବୃଦ୍ଧି ପାଇଁ ଜାତୀୟ ଦଳ ସହ ବିଦେଶ ଟୁର୍‌ ଦ୍ୱାରା ମୋ ଖେଳରେ ଯଥେଷ୍ଟ ଉନ୍ନତି ଘଟିପାରିଛି। ୨୦୧୮-୧୯ରେ ଆମେ ଅନେକ ଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିଛୁ। କ୍ୟାମ୍ପରେ ସମୟ ଦେଇଛୁ। ଜଣେ ଖେଳାଳି ହିସାବରେ ଏହା ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୋଇଛି। ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ବିଦେଶ କ୍ଲବ ସହିତ ଚୁକ୍ତି ସମ୍ଭବ ହୋଇପାରଛି। ବିଦେଶ ଟୁର୍‌ରେ ଗୋଲକିପର ଅଦିତି ଚୌହାନଙ୍କ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ରହିଥିଲା। ଏଆଇଏଫ୍‌ଏଫ୍‌ ସଭାପତିଙ୍କୁ ସେ କହିଥିଲେ ଦକ୍ଷତାବୃଦ୍ଧି ଟୁର୍‌ ପାଇଁ ମୁଁ ଦଳର ପ୍ରତ୍ୟେକ ଖେଳାଳିଙ୍କ ତରଫରୁ ଧନ୍ୟବାଦ ଦେବି। ଦଳର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ଘଟିଛି। ମନୋବଳ ଦୃଢ ହେବା ସହ ଆମେ ଅଧିକ ପରିପକ୍ୱ ହୋଇପାରିଛୁ। ଷ୍ଟ୍ରାଇକର ଡାଙ୍ଗ୍‌ମେଇ ଗ୍ରେସ୍‌ କହିଛନ୍ତି, ଆମେ ଯେତେ ଅଧିକ ଖେଳିବାରୁ ଆମର ସେତେ ଉନ୍ନତି ଗଟିବ। ଭବିଷ୍ୟତରେ ଅଧିକରୁ ଅଧିକ ମ୍ୟାଚ ଆୟୋଜନ ହେବା ଦରକାର। କୋଭିଡ୍‌-୧୯ ମହାମାରୀ ବେଳେ ଖେଳାଳିମାନଙ୍କ ମାନସିକ ଅବସ୍ଥା ଜାଣିବା ଲାଗି ପଟେଲ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସମସ୍ତ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ ବାର୍ତ୍ତାଳାପ କରିଥିଲେ। ଭାରତୀୟ ପୁରୁଷ ଦଳର ସେଣ୍ଟ୍ରାଲ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ୍‌ ଲକ୍‌ଡାଉନ୍‌ ଚାଲିଥିବାରୁ ପ୍ରତ୍ୟେକେ ନିଜକୁ ଯଥାସମ୍ଭବ ଫିଟ୍‌ ରଖିବାକୁ ଚେଷ୍ଟା କରିବା ଉଚିତ୍‌। ଆମ ହାତ ପାହାନ୍ତାରେ ଯାହାନାହିଁ ତାହାକୁ ଆମେ ନିୟନ୍ତ୍ରଣ କରିପାରିବା ନାହିଁ। ମାତ୍ର ନିଜକୁ ଫିଟ୍‌ ରଖିବା ଲାଗି ସମୟର ଉପଯୋଗ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳରତ୍ନ ଚାନୁଙ୍କ ନାମ ଅର୍ଜୁନ ପାଇଁ ସୁପାରିସ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଦେଶର ସର୍ବୋଚ୍ଚ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇ ସାରିଥିଲେ ହେଁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଭାରତୀୟ ଭାରୋତ୍ତୋଳନ ସଂଘ (ଆଇଡବ୍ଲ୍ୟୁଏଲଏଫ)ପକ୍ଷରୁ ତାରକା ଭାରୋତ୍ତୋଳିକା...

ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ...

ରଣଜୀ ଟ୍ରଫି:ଶାନ୍ତନୁ, ଅନୁରାଗ, ପୋଦ୍ଦାରଙ୍କ ଅର୍ଦ୍ଧଶତକ

କଟକ ଅଫିସ,୨୮ା୧- ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ସୋମବାର୍‌ଠାରୁ ଓଡ଼ିଶା-ଆସାମ ରଣ୍‌ଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପ୍ରଥମ ଦିବସ...

ଇତିହାସ ରଚିଲେ ଆମି: ମାତ୍ର ୧୬ ବର୍ଷ ବୟସରେ କଲେ ଏମିତି କାରନାମା

ହରାରେ,୧୨।୧୦: ଜିମ୍ବାୱେ ବିପକ୍ଷରେ ଆୟାରଲାଣ୍ଡ ମହିଳା ବ୍ୟାଟ୍ସମ୍ୟାନ ଆମି ହଣ୍ଟର୍‌ ନିଜର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଦିନିକିଆରେ ଏକ ଶତକ ହାସଲ...

ଫିଫା ମହିଳା ବିଶ୍ୱକପ୍‌:ଫ୍ରାନ୍ସ ବିଜୟ ଅଭିଯାନ

ପ୍ୟାରିସ, ୮ା୬- ଫିଫା ମହିଳା ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆୟୋଜକ ଫ୍ରାନ୍ସ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ...

ପ୍ରାକ୍ଟିସ୍‌ରେ ହାମିଲଟନ ଦ୍ରୁତତମ

ସ୍ପିଲବର୍ଗ (ଅଷ୍ଟ୍ରିିଆ), ୪ା୭ (ଏପି): ସିଜନ ଓପନିଂ ଫର୍ମୁଲାଓ୍ବାନ୍‌ ରେସ୍‌ ଅଷ୍ଟ୍ରିିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ୍‌ ସେସନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫର୍ମୁଲାଓ୍ବାନ୍‌...

ପ୍ରକାଶ ପାଇଲା ଆଇପିଏଲ-୧୪ କାର୍ଯ୍ୟସୂଚୀ: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ-ଆରସିବି

ନୂଆଦିଲ୍ଲୀ,୭।୩ : ଆଗାମୀ ଆଇପିଏଲ ଲାଗି ରବିବାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏପ୍ରିଲ ୯ ତାରିଖରୁ ଆରମ୍ଭ...

ଅବସର ନେଲେ ହଳଧର

କଟକ ଅଫିସ,୨୧ା୧୦- ହଳଧର ଦାସ ରାଜ୍ୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ରାଜ୍ୟ ଦଳରୁ ଖେଳିବେ ନାହିଁ ବୋଲି ସ୍ପଷ୍ଟ...

Advertisement
Archives

Model This Week