Posted inଖେଳ

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ ସେ ମାତ୍ର ୯୦ଟି ବଲରୁ ଶତକ ପୂରଣ କରିଛନ୍ତି। ବିଶ୍ୱକପରେ ରୋହିତ ତାଙ୍କର ଚତୁର୍ଥ ଓ କ୍ୟାରିୟରର ୨୬ତମ ଦିନିକିଆ ଶତକ ହାସଲ କରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ୩ଟି ଶତକ ଅର୍ଜନ କରି ରେକର୍ଡ କରିଥିଲେ। ଏହାପୂର୍ବରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୨୨, ପାକିସ୍ତାନ ବିପକ୍ଷରେ ୧୪୦ ଏବଂ ଇଂଲଣ୍ଡ ବିପକ୍ଷରେ ୧୦୨ରନର ପାଳି ଖେଳିଥିଲେ। ଏହାସହ ଦିନିକିଆରେ ସର୍ବାଧିକ ଛକା ମାରିବାରେ ମଧ୍ୟ ରୋହିତ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଦେଇଛନ୍ତି। ପୂର୍ବରୁ ଧୋନୀଙ୍କ ନାଁରେ ୨୨୮ଟି ଛକା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ,୨।୩: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଆଗାମୀ ଆଇପିଏଲ୍‌ ସିଜନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ହୋଇପାରନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରିଙ୍କ ସହ କମିନ୍ସଙ୍କ...

ଆଇପିଏଲ୍‌ ଖେଳିବେ କି ନାହିଁ ପନ୍ତ, ମାର୍ଚ୍ଚ ୫ରେ ଆସିପାରେ ବଡ଼ ଅପ୍‌ଡେଟ୍‌…

ନୂଆଦିଲ୍ଲୀ,୨।୩: ଋଷଭ ପନ୍ତ ଏକ ବର୍ଷରୁ ଅଧିକ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏମିତିରେ ସମସ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସୁସ୍ଥ ହେବା...

କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’

ନୂଆଦିଲ୍ଲୀ,୨।୩: ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁ ନାହାନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ସିରିଜ ପୂର୍ବରୁ ତାଙ୍କ ନାମ...

ଇଂଲଣ୍ଡର ଏହି ଖେଳାଳିଙ୍କୁ ଉପହାରରେ ମିଳିଥିଲା ୧୦୦ ବୋତଲ ମଦ, କାରଣ ଜାଣିଲେ…

ନୂଆଦିଲ୍ଲୀ,୨।୩: ଯେତେବେଳେ ଜଣେ ଖେଳାଳୀ ଅବସର ନିଅନ୍ତି, ତାଙ୍କୁ ସାଥୀ କ୍ରିକେଟରମାନେ କିଛି ଉପହାର ଦିଅନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଣ୍ଡ୍ରିୟୁ ଷ୍ଟ୍ରସ ଅବସର ନେବା...

ହାର୍ଦ୍ଦିକଙ୍କ ସହ ଈଶାନଙ୍କ ପ୍ରଶିକ୍ଷଣରେ ବିସିସିଆଇ ଅସନ୍ତୁଷ୍ଟ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ,୨।୩: ନିକଟରେ ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାଣ୍ଟ ଘୋଷଣା କରାଯାଇଥିଲା। ଏହି ସେଣ୍ଟ୍ରାଲ କଣ୍ଟ୍ରାଣ୍ଟରେ ଈଶାନ କିଷନ ଏବଂ ଶ୍ରେୟସ ଆୟରଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ ।...

ତୃତୀୟ ଥର ପାଇଁ ବାପା ହେଲେ ପାକିସ୍ତାନର ଏହି ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୨।୩: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ଶୋଏବ ଅଖତରଙ୍କ ପତ୍ନୀ ରୁବାବ ଖାନ ଏକ କନ୍ୟା...

କ୍ରିକେଟ ପାଇଁ ରାଜନୀତିରୁ ଓହରିଗଲେ କି ଗମ୍ଭୀର

ନୂଆଦିଲ୍ଲୀ,୨।୩: ପୂର୍ବ ଦିଲ୍ଲୀରୁ ଭାଜପା ଏମ୍‌ପି ଗୌତମ ଗମ୍ଭୀର ଏଥର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଶନିବାର ତାଙ୍କର ଏକ ଟୁଇଟ୍‌ ଏଭି...

ଆଇପିଏଲ ପୂର୍ବରୁ ବଡ଼ ପରିବର୍ତ୍ତନ କଲା ଲକ୍ଷ୍ନୌ, ଏବେ ଏହି ଭେଟେରାନଙ୍କ ହେଲା ଦଳରେ ଏଣ୍ଟ୍ରି

ନୂଆଦିଲ୍ଲୀ,୨।୩: ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍‌ ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ରହିଲା। ଆଇପିଏଲ୨୦୨୪ର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଚେନ୍ନାଇ ସୁପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri