ବାର୍‌ହା ଆକ୍ରମଣରେ ୨ଆହତ

ହିଞ୍ଜିଳିକାଟୁ,୧୪ା୧୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗଁା ପଞ୍ଚାୟତ ବାହିଆମ୍ପଗଁାରେ ବୁଧବାର ବାର୍‌ହା ଆକ୍ରମଣରେ ୨ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଉକ୍ତ ଗ୍ରାମର ପ୍ରକାଶ ରାଉତ ଓ ଚିତ୍ରସେନ ସାହୁ। ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାପରେ ଗୁରୁବାର ଉଭୟ ଘରକୁ ଫେରିଛନ୍ତି। ପ୍ରକାଶ ବୁଧବାର ଭୋରରେ ଫୁଲ ତୋଳିବାକୁ ଆସିଥିବାବେଳେ ତାଙ୍କୁ ବାର୍‌ହା ଆକ୍ରମଣ କରିଥିଳା। ଚିତ୍ରସେନ ରକ୍ଷା କରିବାକୁ ଯାଇଥିବାବେଳେ ତାଙ୍କୁ ମଧ୍ୟ ବାର୍‌ହା ଆକ୍ରମଣ କରିଥିଲା। ପାଟିଶୁଣି ଗ୍ରାମବାସୀ ରୁଣ୍ଡ ହୋଇଯିବାରୁ ବାର୍‌ହାଟି ନିକଟସ୍ଥ ପାହାଡ଼କୁ ପଳାଇଥିଲା। ଆହତ ୨ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ବାଦିଆମ୍ବଗାଁ, ଶାସନଆମ୍ବଗାଁ, ସାରୁ, ରାଳବ, ନିମିଗାଁ ପ୍ରଭୃତି ଗ୍ରାମରେ କିଛିଦିନ ହେଲା ବାର୍‌ହା ଉପଦ୍ରବରେ ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଏନେଇ ହିଞ୍ଜିଳିକାଟୁ ଫରେଷ୍ଟର ପ୍ରଦୀପ କୁମାର ପଣ୍ଡା କହିଛନ୍ତି ଯେ, ଆହତଙ୍କ ଚିକିତ୍ସା ଚାଲିଛି ସେମାନେ ସରକାରୀ ସହାୟତା ପାଇଁ ଆବେଦନ କଲେ ବିଭାଗ ପକ୍ଷରୁ ସହାୟତା ଉଦ୍ୟମ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ପାଟଣା, ୧୩ା୪(ସ୍ବ.ପ୍ର.)-ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ଓ ପରେ ହତ୍ୟା ଅଭିଯୋଗରେ କେନ୍ଦୁଝର ଜିଲା ତୁରୁମୁଙ୍ଗା ପୋଲିସ ଲୋକନାଥ ମହାନ୍ତ ନାମକ ଯୁବକଙ୍କୁ ରବିବାର ଗିରଫ କରି...

ଚାକିରି କରାଇଦେବା କହି ୪୮ ଲକ୍ଷ ଠକେଇ ନକଲି ଭିସା:ଫ୍ଲାଇଟ୍‌ ଟିକେଟ ଦେଇ ଫସିଲେ ୩ କର୍ମଚାରୀ

ରଣପୁର,୨୦ା୧୧(ସ୍ବ.ପ୍ର.): ମାଲେସିଆରେ ଚାକିରି କରାଇଦେବା ବାହାନାରେ ନୟାଗଡ଼ ଜିଲା ରଣପୁର ବ୍ଲକ, ଖୋର୍ଦ୍ଧା ଜିଲା ବାଣପୁର, ବାଲୁଗଁା ଅଞ୍ଚଳର ପ୍ରାୟ ୬୦ ଜଣ ଯୁବକ ୪୮...

ରାଜ୍ୟ ସରକାରଙ୍କ ଅପାରଗତା: ଗିରିଧର ଗମାଙ୍ଗ

ଗୁଣପୁର,୨୫ା୨(ଡି.ଏନ.ଏ)-ରାୟଗଡ଼ା ଜିଲା ଗୁଣପୁର, ରାମନାଗୁଡ଼ା ବ୍ଲକ୍‌ ସୀମାନ୍ତ ସଂରକ୍ଷିତ ଜଙ୍ଗଲ ଇରିଡ଼ି ଘାଟିରେ ଆନ୍ଧ୍ର ପକ୍ଷରୁ ରାସ୍ତା କାମ ଚାଲିଥିଲା। ଏଭଳି ଏକ ସମ୍ବେଦନଶୀଳ ଖବର...

ଆନ୍ତର୍ଜାତୀୟ ଫୁଟବଲ ରେଫରି କୃଷ୍ଣଚନ୍ଦ୍ରଙ୍କ ହୃଦୟ କଥା: ପ୍ରତିଭା ଅଛନ୍ତି, ସୁଯୋଗ ମିଳୁନି

କେନ୍ଦୁଝର, ୧୫ା୮(ସ୍ବ.ପ୍ର.)ଗତ ୩ରୁ ୬ ତାରିଖ ଯାଏ ଚେନ୍ନାଇରେ ଅନୁଷ୍ଠିତ ଆନ୍ତର୍ଜାତିକ ଫୁଟବଲ ଚାମ୍ପିୟନଶିପ୍‌ ସ୍ପେଶାଲ ଅଲିମ୍ପିକରେ କେନ୍ଦୁଝର ଜିଲାର ୨ ଜଣ କ୍ରୀଡାବିତ୍‌ଙ୍କୁ ରେଫରି...

ନିଆରା ବ୍ୟକ୍ତିତ୍ୱ ଉଜ୍ଜ୍ୱଳ କୁମାର: ବାଣ୍ଟି ଚାଲିଛନ୍ତି ସମାଜସେବାର ବାର୍ତ୍ତା

କେନ୍ଦୁଝର, ୩୦।୯ – ସେବା କାର୍ଯ୍ୟରୁ ଯେଉଁ ଆନନ୍ଦ ମିଳେ, ତାହା ଅବର୍ଣ୍ଣନୀୟ । ଯୁବପିଢ଼ି ସେବା କାର୍ଯ୍ୟ ଲାଗି ଆଗଭର ହେଲେ ସମାଜରେ ପରିବର୍ତ୍ତନ...

ବିଭିନ୍ନ ଗ୍ରାମରେ ମାସ୍କ, ପରିବା ବଣ୍ଟନ

ଖଇରା, ୨୮।୪(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାରୁଗାଁ ପଞ୍ଚାୟତ ଯୁବ ବିଜେଡି ଆନୁକୂଲ୍ୟରେ ସୋମବାର ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ମାସ୍କ ଓ ପରିବା...

ଏଥର ତ୍ରିମୁଖୀ ଲଢ଼େଇ

କେନ୍ଦୁଝର, ୮ା୩ (ସ୍ବ.ପ୍ର.) ପାୈରନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲର ସୋମବାର ଥିଲା ଶେଷ ଦିନ। ଚଳିତ ନିର୍ବାଚନରେ ପାୈରାଧ୍ୟକ୍ଷ ନିର୍ବାଚନ ବହୁ ବର୍ଷ ପରେ ସିଧାସଳଖ...

ସର୍ପାଘାତରେ ଯୁବକ ମୃତ

ଖଇରା,୪।୧୦(ଡି.ଏନ୍‌.ଏ): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଆଳଦା ଗ୍ରାମର ଜଣେ ବ୍ୟକ୍ତିଙ୍କର ସର୍ପାଘାତରେ ଶୁକ୍ରବାର ସକାଳେ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ କୁମାର...

Advertisement
Archives

Model This Week