Posted inଖେଳ

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୨୦।୨ (ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ସାଇନା ନେହ୍ବାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ୨୧-୧୬, ୨୧-୧୪ ସିଧାସଳଖ ଗେମ୍‌ରେ ବିଶ୍ୱ ମାନ୍ୟତାର ୪୨ ନମ୍ବର ସ୍ଥାନରେ ରହିଥିବା ଜର୍ମାନୀର ଭୋନେ ଲି’ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର ୩୫ ମିନିଟ୍‌ ସମୟ ଲାଗିଥିଲା। ତେବେ ପୁରୁଷ ସିଙ୍ଗଲ୍ସରେ ଏଚ୍‌.ଏସ୍‌. ପ୍ରଣୟଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରଣୟ ୧୮-୨୧, ୧୫-୨୧ ସିଧାସଳଖ ଗେମ୍‌ରେ ମାଲେସିଆର ଲିଉ ଡାରେନଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମିକ୍ସଡ ଡବଲ୍ସରେ ଭାରତକୁ କିନ୍ତୁ ସଫଳତା ମିଳିଛି। ପ୍ରଣବ ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ୧୦-୨୧, ୨୧-୧୬, ୨୧-୧୭ ଗେମ୍‌ରେ ମାଥିଆସ କ୍ରିଷ୍ଟିଆନସେନ ଓ ଆଲେକ୍ସଜାଣ୍ଡ୍ରା ବୋଜେ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିଲ୍ଲୀ କ୍ୟାପିଟାଲ୍ସକୁ ଆଉ ଏକ ଝଟକା: ଆଇପିଏଲ୍‌ରୁ ବାଦ୍‌ ପଡିଲେ ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ,୧୯।୪: ପୁଣି ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା। ଦଳର ଗୁରୁତ୍ୱପୂର୍ଣ୍ଣ ଦ୍ରୁତ ବୋଲର କମଳେଶ ନାଗରକୋଟିଙ୍କ ପିଠିରେ ଆଘାତ ଯୋଗୁ ସେ ଆଇପିଏଲ୍‌ର ପୂରା ସିଜନରୁ ବାଦ୍‌...

‘ନୂଆ ବର୍ଷ, ନୂଆ ଆଶା’

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-କରୋନା ମହାମାରୀ ପାଇଁ ବିଗତବର୍ଷ କ୍ରୀଡ଼ାବିତ୍‌ଙ୍କ ଲାଗି ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ନୂଆ ବର୍ଷରେ ନୂଆ...

ଏହି କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: ଚେନ୍ନାଇ ସୁପର କିଙ୍ଗ୍ସରୁ ଅଲଗା ହୋଇଯିବେ ଧୋନୀ!

ପୂର୍ବତନ କ୍ରିକେଟର ତଥା ପ୍ରସିଦ୍ଧ ସମୀକ୍ଷକ ଆକାଶ ଚୋପ୍ରା ନିଜ ବେପରୁଆ ମନ୍ତବ୍ୟ ପାଇଁ ଜଣାଶୁଣା। ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଆକାଶ ଚୋପ୍ରା ଏକ...

ମାଡ୍ରିଡ ଓପନ ଟେନିସ ଦ୍ୱିତୀୟ ରାଉଣ୍ଡ: ପୁରସ୍କୃତ କରିଥିବା ଖେଳାଳିଙ୍କୁ ଭେଟିବେ ନାଡାଲ

ମାଡ୍ରିଡ, ୫।୫(ଏପି)- କିଛିଦିନ ତଳେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ଜଣେ ପ୍ରତିଭା ସମ୍ପନ୍ନ ଟେନିସ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ସ୍ପାନିଶ ଗ୍ରେଟ୍‌ ରାଫାଲ ନାଡାଲ। ମାତ୍ର...

ବିଶ୍ୱ କ୍ରିକେଟରେ ହାତଛଡ଼ା ହୋଇଥିବା ମହଙ୍ଗା କ୍ୟାଚ୍‌

କ୍ରିକେଟରେ କ୍ୟାଚ୍‌ ହିଁ ମ୍ୟାଚ୍‌ ଜିତାଏ। କିନ୍ତୁ ବିଶ୍ୱ କ୍ରିକେଟରେ ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା ହୋଇଛି, ଯାହାକି ପୂରା ଦଳକୁ ମହଙ୍ଗା ପଡ଼ିବାର ବହୁ...

୧୯ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌, ଧୋନୀ ଦେଲେ ସ୍ବତନ୍ତ୍ର ଉପହାର

ଆବୁଧାବି,୩।୧୦: ଆବୁଧାବିରେ ଚେନ୍ନାଇ ସୁପର କିଙ୍ଗ୍ସ (ଆରଆର ବନାମ ସିଏସକେ) ବିପକ୍ଷ ମ୍ୟାଚରେ ରାଜସ୍ଥାନ ରୟାଲ୍ସର ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜଶୱାଲ ଅର୍ଦ୍ଧଶତକ ହାସଲ...

ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ: ହୋଇପାରେ ପରୀକ୍ଷା ନିରୀକ୍ଷା

ହରାରେ,୨୧ା୮: ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ସୋମବାର ଖେଳାଯିବ। ଏହି ମୁକାବିଲା ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ...

ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ ହୃଦୟ ଦେଇ ବସିଥିଲେ ସଚିନ୍‌: ୧୭ ବର୍ଷ ବୟସରେ ଏପରି ଆରମ୍ଭ ହୋଇଥିଲା ‘ଲଭଷ୍ଟୋରୀ’

ନୂଆଦିଲ୍ଲୀ,୧୪।୮: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ୧୯୯୦ ଅଗଷ୍ଟ ୧୪ରେ ସେ ନିଜ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ।...

Advertisement
Archives

Model This Week