Posted inଖେଳ

ବାର୍ସିଲୋନା ସ୍ପେନ ମାଷ୍ଟର୍ସ: ଦ୍ୱିତୀୟ ରାଉଣ୍ଡରେ ସାଇନା

ବାର୍ସିଲୋନା, ୧୯।୨ (ପି.ଟି.):ଏଠାରେ ଆରମ୍ଭ ହୋଇଥିବା ଏକ ଲକ୍ଷ ୭୦ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ବାର୍ସିଲୋନା ସ୍ପେନ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଷ୍ଟାର୍‌ ଭାରତୀୟ ଖେଳାଳି ସାଇନା ନେହ୍ବାଲ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ୨୧-୧୬, ୨୧-୧୪ ସିଧାସଳଖ ଗେମ୍‌ରେ ବିଶ୍ୱ ମାନ୍ୟତାର ୪୨ ନମ୍ବର ସ୍ଥାନରେ ରହିଥିବା ଜର୍ମାନୀର ଭୋନେ ଲି’ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସାଇନାଙ୍କୁ ମାତ୍ର ୩୫ ମିନିଟ୍‌ ସମୟ ଲାଗିଥିଲା। ତେବେ ପୁରୁଷ ସିଙ୍ଗଲ୍ସରେ ଏଚ୍‌.ଏସ୍‌. ପ୍ରଣୟଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରଣୟ ୧୮-୨୧, ୧୫-୨୧ ସିଧାସଳଖ ଗେମ୍‌ରେ ମାଲେସିଆର ଲିଉ ଡାରେନଙ୍କ ନିକଟରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ମିକ୍ସଡ ଡବଲ୍ସରେ ଭାରତକୁ କିନ୍ତୁ ସଫଳତା ମିଳିଛି। ପ୍ରଣବ ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀ ଯୋଡ଼ି ୧୦-୨୧, ୨୧-୧୬, ୨୧-୧୭ ଗେମ୍‌ରେ ମାଥିଆସ କ୍ରିଷ୍ଟିଆନସେନ ଓ ଆଲେକ୍ସଜାଣ୍ଡ୍ରା ବୋଜେ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୧୬।୩- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଠିକ୍‌ ୮ ବର୍ଷ ପୂର୍ବେ ଇତିହାସ ରଚିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ତମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଲାଷ୍ଟର...

କୋହଲି ସବୁଠୁ ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ, ୧୦।୮- କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତୀୟ କ୍ରିକେଟ ଦଳ ଖେଳିବା ତ ଦୂରର କଥା ଏପର୍ଯ୍ୟନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରି ପାରିନାହିଁ।...

ସଚିନ, ସେହ୍ବାଗଙ୍କ କ୍ଲବରେ ରୋହିତ

ରାଞ୍ଚି,୨୦।୧୦- ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦ୍ୱିଶତକ କରିବାରେ ରୋହିତ ଶର୍ମା ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ...

ଆଇପିଏଲ୍‌ ଇତିହାସର ପ୍ରମୁଖ ବୋଲିଂ ରେକର୍ଡ ଜାଣନ୍ତୁ

ନୂଆଦିଲ୍ଲୀ, ୧୬।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ବିଗୁଲ୍‌ ବାଜି ସାରିଛି। ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱର ଏହି...

ଇଣ୍ଟରନ୍ୟାଶନାଲ ରେଫରି ପରୀକ୍ଷାରେ ପ୍ରେମ ସିଂ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୨୯|୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ପେନଚାକ୍‌ ସିଲଟ୍‌ ଆସୋସିଏଶନର ସାଧାରଣ ସମ୍ପାଦକ ପ୍ରେମ ସିଂ ଥାପ୍ପା ଇଣ୍ଟରନ୍ୟାଶନାଲ ରେଫରି କ୍ଲାସ-୨ରେ ସଫଳତାର ସହ ଉତ୍ତୀର୍ଣ୍ଣ...

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରୁ ବାଦ୍‌ ପଡ଼ିଲେ ଅନ୍ତର୍ଜାତୀୟ ଷ୍ଟାର

ଲାହୋର,୧।୧- ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ନସିମ ଶାହଙ୍କୁ ୧୯ ବର୍ଷରୁ କମ୍‌ ପାକିସ୍ତାନ ବିଶ୍ୱକପ୍‌ ଦଳରୁ ବାଦ୍‌ ଦିଆଯାଇଛି। ଆସନ୍ତା ୧୭ ତାରିଖରୁ ଦକ୍ଷିଣ...

୧୯ ବର୍ଷରୁ କମ୍‌ ଏସିଆ କପ: ଆଜାଦ୍‌, ତିଲକଙ୍କ ଶତକ: ପାକିସ୍ତାନକୁ ହରାଇଲା ଭାରତ

କଲମ୍ବୋ, ୮।୯- ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଶନିବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଭାରତ ୬୦ ରନରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ...

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ...

Coronavirus Update


Archives

Model This Week

Why Dharitri