Posted inଖେଳ

ବାର୍ଟିଙ୍କୁ ହରାଇଲେ ଆଲିସନ

ଲଣ୍ଡନ,୯ା୭-ଆମେରିକାର ଷ୍ଟାର ଖେଳାଳି ସେରେନା ଓ୍ବିଲିୟମ୍ସ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ୭ଥର ଚାମ୍ପିୟନ ତଥା ୧୧ତମ ସିଡ୍‌ ସେରେନା ଏକ ମହିଳା ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସ୍ପେନର କାର୍ଲା ସୁଆରେଜ ନାଭାରୋଙ୍କୁ ୬-୨, ୬-୨ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। କ୍ୱାର୍ଟର ଫାଇନାଲରେ ସେ ନିଜ ଦେଶର ଆଲିସନ ରିସ୍କେଙ୍କୁ ଭେଟିବେ। ବିଶ୍ୱର ୫୫ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆଲିସନ ତାଙ୍କ ଚତୁର୍ଥ ରାଉଣ୍ଡ ମ୍ୟାଚରେ ବିଶ୍ୱର ନମ୍ବର ଓ୍ବାନ୍‌ ତଥା ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ୩-୬, ୬-୨, ୬-୩ ସେଟ୍‌ରେ ହରାଇ ଦେଇଥିଲେ। ଏହି ମ୍ୟାଚ ୧ ଘଣ୍ଟା ୩୬ ମିନିଟ ଧରି ଚାଲିଥିଲା। ଆଲିସନ ପ୍ରଥମଥର ଏକ ଗ୍ରାଣ୍ଡସ୍ଲାମ କ୍ୱାର୍ଟର ଫାଇନାଲ ଖେଳିବେ। ସୂଚନାଯୋଗ୍ୟ, ୨୩ ବର୍ଷୀୟ ବାର୍ଟି ଟୁର୍ନାମେଣ୍ଟରେ ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ କରି ନ ଥିଲେ। ୟୁକ୍ରେନର ତଥା ୮ମ ସିଡ୍‌ ଏଲିନା ସ୍ବିତୋଲିନା ତାଙ୍କ ଚତୁର୍ଥ ରାଉଣ୍ଡ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ସେ ପେତ୍ରା ମାର୍ଟିକଙ୍କୁ ୬-୪, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେ କାରୋଲିନା ମୁଚୋଭା ଏବଂ କାରୋଲନା ପ୍ଲିସକୋଭାଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାଙ୍କୁ ଭେଟିବେ।
ନାଡାଲ ବିଜୟୀ
ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସରେ ରାଫଲ ନାଡାଲ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସୋମବାର ଏକ ପୁରୁଷ ସିଙ୍ଗଲ୍ସ ଚତୁର୍ଥ ରାଉଣ୍ଡ ମ୍ୟାଚରେ ସେ ପର୍ତ୍ତୁଗାଲର ଜୋଆଓ ସୋସାଙ୍କୁ ୬-୨, ୬-୨, ୬-୨ ସେଟରେ ପରାସ୍ତ କରିଛନ୍ତି। ୧୮ଟି ଗ୍ରାଣ୍ଡସ୍ଲାମ ବିଜେତା କ୍ୱାର୍ଟରଫାଇନାଲରେ ଆମେରିକର ସାମ କ୍ୱେରି କିମ୍ବା ଟେନିସ ସ୍ୟାଣ୍ଡଗ୍ରେନ୍‌ଙ୍କୁ ଭେଟିବେ।
ଶରନ-ଡିମୋଲିନର ହାରିଲେ
ଭାରତର ଡିଭିଜ ଶରନ ଏବଂ ତାଙ୍କ ବ୍ରାଜିଲିଆନ ପାର୍ଟନର ମାର୍ସିଲୋ ଡିମୋଲିନର ଓ୍ବିମ୍ବେଲଡନ ଓପନ ଟେନିସ ପୁରୁଷ ଡବଲ୍ସ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଛନ୍ତି। ସୋମବାର ସେମାନେ ଟପ୍‌ ସିଡ୍‌ ଲୁକାଜ କୁବଟ ଓ ମାର୍ସିଲୋ ମେଲୋଙ୍କଠାରୁ ୫-୭, ୭-୬ (୮), ୬-୭(୮), ୩-୬ ସେଟ୍‌ରେ ହାରିଯାଇଛନ୍ତି। ଏହି ମ୍ୟାଚ ୩ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା। ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ରେ ଶରନ ଭାରତର ଶେଷ ଆଶା ଥିଲେ। ଏହି ଖେଳାଳି ଗତବର୍ଷ ଏଠାରେ କ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହୋଇ ପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍‌ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’

ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍‌। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା।...

ମେଣ୍ଟର ଧୋନୀଙ୍କୁ ନେଇ ଗାଭାସ୍କର କହିଲେ ଏଭଳି; ସେ କେବଳ ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ...

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ...

ଭାରତୀୟ ଦଳର ଗୁମର ଖୋଲିଦେଲେ ଶାମି

ନୂଆଦିଲ୍ଲୀ,୨୬।୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆର ପରାଜୟକୁ ନେଇ ବୋଲର୍‌ ମହମ୍ମଦ ସାମିଏକ ବଡ଼ ଖୁଲାସା କରିଛନ୍ତି। ବ୍ୟାଟ୍ସମ୍ୟାନ୍‌ଙ୍କ ଯୋଗୁ ଦଳ ଏହି ଗସ୍ତରେ...

ବଲବୀର ସିଂ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୦।୫: ଭାରତୀୟ ହକି ଲିଜେଣ୍ଡ ବଲବୀର ସିଂ ଚଣ୍ଡିଗଡର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡକୁ ନିଆଯାଇଥିଲା। କିନ୍ତୁ...

ନା ଧୋନୀ, ନା କୋହଲି; କେକେଆର୍‌ର ଏହି ମହଙ୍ଗା ଖେଳାଳିଙ୍କ ପସନ୍ଦର ଅଧିନାୟକ ହେଲେ…

ନୂଆଦିଲ୍ଲୀ,୬।୪: ଅଷ୍ଟ୍ରେଲିୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ସାଢ଼େ ୧୫ କୋଟି ଟଙ୍କାରେ କିଣିଥିଲା। ଏବେ କୁମିନ୍ସ ଆଗାମୀ ଆଇପିଏଲ୍‌ରେ କେକେଆର୍‌...

ଆଇପିଏଲ୍‌ରେ ଦୁଇ ଅଲରାଣ୍ଡରଙ୍କ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଆରମ୍ଭ ହେବାକୁ ୫ ଦିନ ବାକି ଅଛି। ଆଇପିଏଲର ୧୫ତମ ସିଜନ ମାର୍ଚ୍ଚ ୨୬ରୁ ଆରମ୍ଭ ହେଉଛି। ଏହି ସିଜିନ୍‌ର...

ସାମାନ୍ୟ ବଦଳିପାରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର କାର୍ଯ୍ୟସୂଚୀ

ସିଡ୍‌ନୀ,୨୪।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ମୂଳ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ମୂଳ କାର୍ଯ୍ୟସୂଚୀ ଅନୁଯାୟୀ ତୃତୀୟ ଟେଷ୍ଟ ସିଡ୍‌ନୀଠାରେ...

Advertisement
Archives

Model This Week