ବାରିପଦାରେ କମନ ରିଭ୍ୟୁ ମିଶନ ପ୍ରତିନିଧି ଦଳ

ବାରିପଦା ଅଫିସ,୧୯ା୧୦- କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗଠିତ କମନ ରିଭ୍ୟୁ ମିଶନ(ସିଆରଏମ)ର ପ୍ରତିନଧି ଦଳ ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଡା.ବିକେ ସ୍ବାଇଁ ଏହି ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଟିମରେ ଡା.ଆର.ଆର ଶତପଥୀ, ମାନସ ଖରା, ସନ୍ତୋଷ ନାୟକ, ଦିଲ୍ଲୀପ ଦାଶ, ସ୍ବରୂପ ଦାସ, ଶିିବ ସୁତାର ଓ ମୃତ୍ୟୁଞ୍ଜୟ ରଥ ପ୍ରମୁଖ ରହିଛନ୍ତି। ଶୁକ୍ରବାର ଏହି ଟିମ ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ଟିମ ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିଦର୍ଶନ କରିଛି। ପରିଦର୍ଶନ ବେଳେ ରୋଗୀ, ରୋଗୀଙ୍କ ସମ୍ପର୍କୀୟ ଓ କର୍ମଚାରୀମାନଙ୍କ ସହିତ ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ଏହି ଟିମ ଆଲୋଚନା କରିଛି। ଭିତ୍ତିଭୂମି ସହିତ ସ୍ବାସ୍ଥ୍ୟସେବାର ସ୍ଥିତି ଅନୁଧ୍ୟାନ କରିଛି। ପରେ ରଙ୍ଗମାଟିଆ ସିଏଚସି ଓ କରଞ୍ଜିଆ ଗ୍ରାମକୁ ଯାଇ ସ୍ଥାନୀୟ ଲୋକଙ୍କ ସହିତ ସେମାନେ ପାଉଥିବା ବିଭିନ୍ନ ସ୍ବାସ୍ଥ୍ୟସେବା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ଟିମ ସହିତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ପ୍ରଦୀପ ମହାପାତ୍ର ସାମିଲ ହୋଇଥିଲେ। ସେହିପରି ଅନ୍ୟ ଏକ ଟିମ ବିଜାତଳା ଗସ୍ତ କରିଥିଲା। ଗସ୍ତ ସମୟରେ ଟିମର ସଦସ୍ୟମାନେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ କାର୍ଯ୍ୟକ୍ରମ, ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମାନବସମ୍ବଳ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାର ସୁଦୃଢ଼ୀକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହା ବ୍ୟତୀତ ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ସଫଳ କାର୍ଯ୍ୟକ୍ରମଗୁଡିକୁ କିପରି ଅନ୍ୟ ରାଜ୍ୟରେ ଉପଯୋଗ କରାଯିବ ସେ ନେଇ ଆଲୋଚନା କରିଛନ୍ତି। ଏହି ଟିମ ୧୮, ୧୯ ଓ ୨୦ ତାରିଖ ଜିଲା ଗସ୍ତ କରିବା ପରେ ୨୧ ତାରିଖରେ ଜିଲାପାଳ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିବ। ୨୨ରେ ଭୁବନେଶ୍ୱର ଫେରି ୨୩ ତାରିଖରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ ଯେ, ସିଆରଏମ ପ୍ରତିନିଧି ଦଳର ଗସ୍ତ ନ ସରିବା ପର୍ଯ୍ୟନ୍ତ ଜିଲାର ସମସ୍ତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଚିଠି ନଂ.୪୩୪୪ (୨/୧୦/୨୦୧୯) ରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ବଳିପଡ଼ୁଛି ଜୀବନ: ୭ ବର୍ଷରେ ୫୨ ମୃତ

ବାରିପଦା ଅଫିସ,୧୮ା୮-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ବାଙ୍ଗରିପୋଷିସ୍ଥିତ ଦ୍ୱାରଶୁଣୀ ଘାଟି ସାଜିଛି ମରଣଯନ୍ତା। ରାସ୍ତା ପ୍ରଶସ୍ତୀକରଣ ପାଇଁ ବନବିଭାଗ ଓ ଜାତୀୟ...

ଗାଁ ଦାଣ୍ଡରେ ପରିବା ବିକାଳିଙ୍କୁ ହତ୍ୟା

ଠାକୁରମୁଣ୍ଡା,୩୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡ଼ିହା ଥାନା ସାତକୋଶିଆ ପଞ୍ଚାୟତ ପ୍ରଧାନସାହି ଗାଁ ରାସ୍ତାରେ ଗୁରୁବାର ରାତିରେ ଜଣେ ପରିବା ବିକାଳିଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା...

୭ କୋଟି ଦାଖଲ ନ ହେଲେ ମାମଲା ଖାରଜ

ବାରିପଦା ଅଫିସ,୨୬।୩: ମୟୂରଭଞ୍ଜ ଜିଲାରେ ବେଆଇନ ଲଘୁ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ଘଟଣାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟରେ...

ଉଛୁଳିଲା ଜମ୍ଭୀରା ନଦୀ

ବାରିପଦା ଅଫିସ,୨୩ା୯:  ଲଘୁଚାପ ଜନିତ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲାର ତିନୋଟି ବ୍ଳକ ଅଞ୍ଚଳ ପ୍ରଭାବିତ ହୋଇଛି। ରାସଗୋବିନ୍ଦପୁର, ଶୁଳିଆପଦା ଓ ମୋରଡ଼ା ବ୍ଲକର ବିଭିନ୍ନ ଗ୍ରାମରେ...

ମାଛ ଧରିବା ବେଳେ ଯୁବକଙ୍କ ଜୀବନ ଗଲା

ସାରସକଣା,୮ା୩: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମନୋହରପୁର ଗ୍ରାମ ନିକଟସ୍ଥ ଦେଶୁଆବନ୍ଧରେ ମାଛ ଧରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ...

କୋଚିଳାଖାଇ ଚଢେଇ ଉଦ୍ଧାର, ୩ ଗିରଫ

ଠାକୁରମୁଣ୍ଡା,୧୨ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଘଣ୍ଟିଆଦର ଗ୍ରାମରୁ ରବିବାର ରାତିରେ ଏକ କୋଚିଲାଖାଇ ଚଢେଇ ଉଦ୍ଧାର ହୋଇଛି। ଏହି ଘଟଣାରେ...

ନକଲି ସାର୍ଟିଫିକେଟ: ତଦନ୍ତ ନିର୍ଦ୍ଦେଶ

ବାରିପଦା ଅଫିସ,୯।୫: ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ମଝିଗଡିଆ ହାଇସ୍କୁଲର ଜଣେ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଘଟଣାରେ...

ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବାଟ ଫିଟିଲା

ବାରିପଦା ଅଫିସ,୨୭।୮: ମୟୂରଭଞ୍ଜ ଜିଲା ବାରିପଦା ମୁଢିର ସ୍ବତନ୍ତ୍ର ସ୍ବାଦ ରାଜ୍ୟ ତଥା ଦେଶ ବିଦେଶରେ ପରିଚିତ। ଜିଲାର ଶତପ୍ରତିଶତ ଲୋକ ମୁଢିକୁ ପ୍ରତିଦିନ ବ୍ୟବହାର...

Advertisement
Archives

Model This Week