ବାରିପଦାରେ ଆରମ୍ଭ ହେଲା କରୋନା ଟେଷ୍ଟିଂ

ବାରିପଦା ଅଫିସ,୩୧ା୫- ମୟୂରଭଞ୍ଜ ଜିଲା ବାରିପଦାର ରଙ୍ଗମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜରେ ରବିବାରଠାରୁ କରୋନା ଟେଷ୍ଟିଂ ଆରମ୍ଭ ହୋଇଛି। ଜିଲାପାଳ ବିନୀତ ଭରଦ୍ୱାଜ ଏହି ଟେଷ୍ଟିଂ ଲ୍ୟାବ୍‌କୁ ଉଦ୍‌ଘାଟନ କରିଛନ୍ତି। ପ୍ରତିଦିନ ଏଠାରେ ୧୦୦ ଜଣଙ୍କ ସ୍ବାବ୍‌ ପରୀକ୍ଷା ହେବ ଓ ଆଗକୁ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମାଇକ୍ରୋ ଭାଓରୋଲୋଜି ବିଭାଗ ପକ୍ଷରୁ ୨ଟି ଲ୍ୟାବ୍‌ରେ ୨ଟି ମେଶିନ୍‌ରେ ପରୀକ୍ଷା କରାଯିବ। ପୂର୍ବରୁ କରୋନା ସନ୍ଦେହରେ ଯେଉଁ ସ୍ବାବ୍‌ ସାମ୍ପୁଲ ସଂଗ୍ରହ କରାଯାଉଥିଲା ତାହା କଟକ ଓ ଭୁବନେଶ୍ୱରକୁ ପରୀକ୍ଷା ପାଇଁ ପଠାଯାଉଥିଲା। ବର୍ତ୍ତମାନ ଆଉ ସେଭଳି କରା ନ ଯାଇ ଯେଉଁ ଦିନ ସାମ୍ପୁଲ ସଂଗ୍ରହ କରାଯିବ ସେହିଦିନ ରିପୋର୍ଟ ଆସିପାରିବ। ମାଗଣାରେ ଏହି ପରୀକ୍ଷା କରାଯିବ। କରୋନା ସନ୍ଦେହ ବ୍ୟକ୍ତି, ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି, ବୃଦ୍ଧାବୃଦ୍ଧ, ଗର୍ଭବତୀ, ପ୍ରବାସୀ, ପଜିଟିଭି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ବାବ୍‌ ପରୀକ୍ଷା କରାଯିବାକୁ ପ୍ରାଥମିକତା ଦିଆଯିବ। ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେଡ଼ିକାଲ କଲେଜର ଡିନ୍‌ ଏବଂ ଅଧ୍ୟକ୍ଷ ଡା. ରାମାରମଣ ମହାନ୍ତି, ମାଇକ୍ରୋବାୟୋଲୋଜି ବିଭାଗ ପ୍ରଫେସର ଡା.ଦୀପ୍ତିଲତା ପଣ୍ଡା, ପ୍ରଫେସର ବୈକୁଣ୍ଠନାଥ ମହାପାତ୍ର, ଅତିରିକ୍ତ ଜିଲାପାଳ ବିବେକାନନ୍ଦ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରୂପଭାନୁ ମିଶ୍ର , ମେଡ଼ିକାଲ ଅଫିସର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ, ମୟୂରଭଞ୍ଜ ଜିଲାରେ ମୋଟ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୧୨ ଜଣ ବାଙ୍କିଶୋଳସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଦେଖାଇ ବଳାତ୍କାର

ସଜନାଗଡ଼,୧୮ା୧: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବନ୍ଧୁକ ଦେଖାଇ ବାଇକ୍‌ରେ ଟେକି ନେଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର...

ଗ୍ୟାସ୍‌ କର୍ମଚାରୀଙ୍କଠାରୁ ଟଙ୍କା ଲୁଟ୍‌ ଘଟଣା: ୩ ଗିରଫ

ତିହିଡ଼ି, ୨୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆବିନ୍ଧାସ୍ଥିତ ରାଉତ ଗ୍ୟାସ ଏଜେନ୍ସିର କର୍ମଚାରୀଙ୍କୁ କେତେକ ଦୁର୍ବୃତ୍ତ ଆକ୍ରମଣ କରି ୧୧ଲକ୍ଷ ୯ହଜାର ୭ଶହ ଟଙ୍କା...

ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର...

ଅମ୍ଫନ ମୁକାବିଲା: ଚାନ୍ଦବାଲି, ବାସୁଦେବପୁରରେ ହାଇଆଲର୍ଟ ଜାରି

ଭଦ୍ରକ ଅଫିସ, ୧୯।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଅମ୍ପନ’ ସହ ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏ ନେଇ ଭଦ୍ରକ ଜିଲା ଚାନ୍ଦବାଲି...

ସବୁ ଝିଣ୍ଟିକା ପଙ୍ଗପାଳ ନୁହନ୍ତି: ଜିଲାପାଳ

ମାଲକାନଗିରି,୩ା୬(ଡି.ଏନ୍‌.ଏ.)-ସାରା ଦେଶରେ ବର୍ତ୍ତମାନ ପଙ୍ଗପାଳକୁ ନେଇ ଚିନ୍ତା। ପଡୋଶୀ ଛତିଶଗଡ ରାଜ୍ୟରୁ ପଙ୍ଗପାଳ ମାଲକାନଗିରି ଜିଲାକୁ ଆସିବା ନେଇ ମଧ୍ୟ ଆଶଙ୍କା ରହିଛି। ଫଳରେ ଜିଲାର...

‘ସୌଭାଗ୍ୟ’ର ଭାଗ୍ୟ ବଦଳୁନି

ପାଟଣା,୧୭।୭(ସ୍ବ.ପ୍ର.)-ବଦଳୁନି ‘ସୌଭାଗ୍ୟ’ ଯୋଜନାରେ ଭାଗ୍ୟ। ଏହି ଯୋଜନାରେ ସାମିଲ ହୋଇ ୨୪ ପରିବାର ବିଜୁଳି ଆଲୁଅରୁ ବଞ୍ଚିତ ହୋଇଛନ୍ତି। ଟ୍ରାନ୍ସଫର୍ମର ବସିଛି, ଖୁଣ୍ଟ ପୋତି ତାର...

୮ବର୍ଷ ପରେ ମାଟିତଳୁ ମହିଳାଙ୍କ ଦେହାବଶେଷ ମିଳିବା ଘଟଣା : ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କ ମୃତ୍ୟୁ ରହସ୍ୟ ୮ବର୍ଷ ପରେ ଝିଅ ବିଜୟିନୀଙ୍କ ଯୋଗୁ ପଦାକୁ ଆସିଛି। ହତ୍ୟା ପରେ ଜୟଶ୍ରୀଙ୍କୁ...

ପିଠା ପ୍ରତିଯୋଗିତା, ପ୍ରଦର୍ଶନୀ

ବାଲେଶ୍ୱର ଅଫିସ, ୨୫।୨-ବାଲେଶ୍ୱର ସହର ସ୍ଥାନୀୟ ଟାଉନହଲ୍‌ଠାରେ ବାଲେଶ୍ୱର ‘ଇନ୍‌ଟାକ୍‌’ ଚାପ୍ଟରର ତୃତୀୟ ଆକର୍ଷଣୀୟ ପୀଠା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫୨ଜଣ...

Advertisement

BGU

Archives

Model This Week

Why Dharitri