ବାରିଗାଁ-ପୁରୁଣିଆ ରାସ୍ତାରୁ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଘସିପୁରା,୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ-ପୁରୁଣିଆ ରାସ୍ତା ବିଲ ପାର୍ଶ୍ୱରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗୁହାଳିଆ ଗ୍ରାମ ବଇଁଚ ସାହିର ରୋହିତ ଜେନା(୪୦)।
ପ୍ରକାଶ ଯେ, ପାରିବାରିକ କଳହକୁ କେନ୍ଦ୍ରକରି ରୋହିତ ଗତ ମଙ୍ଗଳବାରଠାରୁ କେଉଁଆଡ଼େ ଚାଲିଯାଇଥିଲେ। ମାତ୍ର ବୁଧବାର ରାତିରେ ସେ ଘରକୁ ଫେରି ପୁନର୍ବାର କେଉଁଆଡ଼େ ଯାଇଥିବା ପରିବାର ଲୋକେ କହିଛନ୍ତି। ରୋହିତଙ୍କ ବେକରେ ଏକ ଦଉଡ଼ି ଲାଗିଥିବା ଦେଖିବାକୁ ମିଳିଛି। ପାରିପ୍ବାର୍ଶିକ ସ୍ଥିତିରୁ ଏହା ହତ୍ୟା ନା ଆମତ୍ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ ପଣ୍ଡା ଓ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ

ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍‌ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ...

ଲକ୍‌ଡାଉନ ସମୟରେ ପ୍ରବାସୀଙ୍କୁ ରୋଜଗାର ଦେଉଛି ଗଞ୍ଜାମ ଏନ୍‌ଏସି ପ୍ରଶାସନ

ଗଞ୍ଜାମ,୭।୭(ଡି.ଏନ୍‌.ଏ.): କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଫଳରେ କାମଧନ୍ଦା ନ ପାଇ ବେକାର ହୋଇ ଘରେ...

୨୦ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ

କଟକ ଅଫିସ,୭।୮: ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ଆସନ୍ତା ୨୦ ସୁଦ୍ଧା ପ୍ରକାଶ ପାଇବ । ଏ ନେଇ ଜୋରଦାର ଉଦ୍ୟମ ଚାଲିଛି। ଚଳିତ ବର୍ଷ...

ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ନେଲେ

ସୁନ୍ଦରଗଡ଼,୧୨।୯ (ଡି.ଏନ୍‌.ଏ): ଜଣେ ଗର୍ଭବତୀଙ୍କୁ ମାଡ଼ ମାରିଥିବା ନେଇ ଗତ କିଛିଦିନ ତଳେ ଚର୍ଚ୍ଚାରେ ଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରାଙ୍କୁ ମଙ୍ଗଳବାର ଏକ ଭିନ୍ନ...

ଦୁର୍ଘଟଣାରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ, ନିଜ କାର୍‌ ଅଟକାଇ ଗୁରୁତରଙ୍କୁ ହସ୍ପିଟାଲ ପଠାଇଲେ ବିଧାୟକ

କୋରାପୁଟ,୫ା୬(ସ୍ବ.ପ୍ର.): କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ଶନିବାର ରାସ୍ତା ଦୁର୍ଘଟଣାରେ ଗୁରୁତରଙ୍କୁ ତୁରନ୍ତ ଚିକିତ୍ସା...

ବରୀ ବ୍ଲକରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ବରୀ, ୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ଦିନକୁ ଦିନ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସକାଳୁ ପୁଣି ଜଣେ...

ଗାଁ ଦାଣ୍ଡରେ ଶାଶୁଙ୍କୁ ଘୋଷାଡ଼ି ପିଟିଲେ ବୋହୂ

ପରଜଙ୍ଗ, ୯।୮(ଡି.ଏନ.ଏ.)-ଢେଙ୍କାନାଳ ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ଗେହ୍ଲେଇକାଟେଣୀ ଗ୍ରାମର ଜଣେ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ଗଁା ଦାଣ୍ଡରେ ଘୋଷାଡ଼ି ନିସ୍ତୁକ ମାଡ଼ ମାରୁଥିବା...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ...

Advertisement
Archives

Model This Week