ବାରିଗାଁ-ପୁରୁଣିଆ ରାସ୍ତାରୁ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ଘସିପୁରା,୩୧।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବାରିଗାଁ-ପୁରୁଣିଆ ରାସ୍ତା ବିଲ ପାର୍ଶ୍ୱରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗୁହାଳିଆ ଗ୍ରାମ ବଇଁଚ ସାହିର ରୋହିତ ଜେନା(୪୦)।
ପ୍ରକାଶ ଯେ, ପାରିବାରିକ କଳହକୁ କେନ୍ଦ୍ରକରି ରୋହିତ ଗତ ମଙ୍ଗଳବାରଠାରୁ କେଉଁଆଡ଼େ ଚାଲିଯାଇଥିଲେ। ମାତ୍ର ବୁଧବାର ରାତିରେ ସେ ଘରକୁ ଫେରି ପୁନର୍ବାର କେଉଁଆଡ଼େ ଯାଇଥିବା ପରିବାର ଲୋକେ କହିଛନ୍ତି। ରୋହିତଙ୍କ ବେକରେ ଏକ ଦଉଡ଼ି ଲାଗିଥିବା ଦେଖିବାକୁ ମିଳିଛି। ପାରିପ୍ବାର୍ଶିକ ସ୍ଥିତିରୁ ଏହା ହତ୍ୟା ନା ଆମତ୍ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ ପଣ୍ଡା ଓ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ…

ମାଗଣା ଚାର୍ଜିଂ କରିବା କର୍ମଚାରୀଙ୍କ ନିତିଦିନିଆ ଅଭ୍ୟାସ, ବିଭାଗକୁ ବିଲ୍‌ ବାବଦରେ ଲକ୍ଷାଧିକ ଟଙ୍କା ପୈଠ

ହାଟଡ଼ିହୀ,୪l୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ରେ କାର୍ଯ୍ୟରତ କର୍ମଚାରୀମାନେ ମାଗଣାରେ ନିଜ ନିଜର ୨ ଏବଂ ୪ ଚକିଆ ବିଦ୍ୟୁତ୍‌ଚାଳିତ ଗାଡ଼ିର ବ୍ୟାଟେରି ଚାର୍ଜିଂ କରୁଛନ୍ତି।…

ଏସଆଇ-ଏଏସଆଇଙ୍କ ଅନ୍ୟତ୍ର ବଦଳି: ଭଞ୍ଜନଗରରେ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ନିଭାଇଥିଲେ ପ୍ରମୁଖ ଭୂମିକା

ଭଞ୍ଜନଗର,୪।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ୱାଳ, ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ଇତିମଧ୍ୟରେ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । ତେଣୁ ଏନେଇ…

ସାମାଜିକ ବାସନ୍ଦର କରୁଣଚିତ୍ର : ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ ବି ମିଳିଲାନି କାନ୍ଧ, ଶେଷକୃତ୍ୟ କଲେ…

ଅତାବିରା, ୪।୬(ଯୁଧିଷ୍ଠିର ମହାପାତ୍ର): ଆଧୁନିକ ଯୁଗରେ ଆଜି ବି ମାନବିକତା କେତେ ତଳକୁ ଖସିପାରେ ଏବଂ ସାମାଜିକ ବାସନ୍ଦ ନାମରେ ମଣିଷ କେତେ ନିଷ୍ଠୁର ହୋଇଯାଏ, ତାର…

ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ଜରି ବସ୍ତାରୁ ବ୍ୟାପିଲା ନିଆଁ

ସୋନପୁର,୪l୬(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ସହାଣଡିହିସ୍ଥିତ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ରାଇସ ବ୍ରାନ ଗୋଦାମରେ ଥିବା ଜରି ବସ୍ତାରେ…

ପଞ୍ଚାୟତ ଅଫିସ ନିକଟରେ ପଡ଼ିଛି ମହିଳାଙ୍କ କ୍ଷତାକ୍ତ ମୃତଦେହ, ହତ୍ୟା ଅଭିଯୋଗ ଆଣି…

ନୟାଗଡ଼,୪ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଘୋଳାହାଣ୍ଡି ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ କ୍ଷତାକ୍ତ ମୃତଦେହ ଜବତ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ…

ଜମିରେ ଜୈବିକ ପଦ୍ଧତିରେ ଖତସାର ପ୍ରୟୋଗ ଜରୁରୀ, ଉର୍ବରତା ବଢ଼ିବା ସହ…

ମହାକାଳପଡ଼ା,୪ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କୃଷି ପ୍ରଣାଳୀ ଉପରେ…

ଶ୍ୱଶୁରଘର ଗାଁ ଚାଷଜମିରେ ଜ୍ୱାଇଁଙ୍କ ମୃତଦେହ, ଅଭିଯୋଗ ଆଣି ମୃତକଙ୍କ ମା’ କହିଲେ ବୋହୂ ତାଙ୍କ…

ଆଳି,୪ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମର ବାବନ ସେଠୀ(୪୫)ଙ୍କ ମୃତଦେହ ତାଙ୍କ ଶ୍ୱଶୁରଘର ମାନପୁର ଗାଁ ଚାଷଜମିରୁ ଜବତ କରାଯାଇଛି। ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri