Posted inଖେଳ

ବାରବାଟୀ ଦିନିକିଆ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ

କଟକ ଅଫିସ,୮।୧୨- ଅନ୍ତର୍ଜାତୀୟ ମ୍ୟାଚ୍‌ ନେଇ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ପ୍ରସ୍ତୁତିକୁ ଶନିବାର ଅନୁଧ୍ୟାନ କରିଛନ୍ତି ଗୃହ, ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର। ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଶୃଙ୍ଖଳା ବ୍ୟବସ୍ଥା କିପରି ରହିବ ସେ ଦିଗରେ ମନ୍ତ୍ରୀ ମିଶ୍ର ଆଲୋଚନା ମଧ୍ୟ କରିଥିଲେ। ଗ୍ୟାଲେରୀଗୁଡ଼ିକରେ ଦର୍ଶକଙ୍କ ସୁବିଧା ସୁଯୋଗ ନେଇ ଏହି ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ଆସନ୍ତା ୧୯ ଓ ୨୦ ତାରିଖରେ ଉକ୍ତ ମ୍ୟାଚ୍‌ ନିମନ୍ତେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ଟିକେଟ ବିକ୍ରି ହେବ। ଏହି ଦୁଇ ଦିନ ସମେତ ମ୍ୟାଚ ଦିନ ହେବାକୁ ଥିବା ବ୍ୟାରିକେଡ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ପଚାରି ବୁଝିଥିଲେ। ପରିଦର୍ଶନ ସମୟରେ ପୋଲିସ ଡିଜି ସତ୍ୟଜିତ ମହାନ୍ତି, ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଓ ଓସିଏର ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା...

ଧୋନୀ, କୋହଲିଙ୍କୁ ପଛରେ ପକାଇଲେ ପାକିସ୍ତାନ ଖେଳାଳି

ଜୋହାନ୍ସବର୍ଗ, ୪ା୪- ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଫଖର ଜାମନ ଖେଳିଥିଲେ ୧୯୩ ରନ୍‌ର ଇନିଂସ। ତାଙ୍କର ଏହି ପାଳିରେ ସାମିଲ...

ଚ୍ୟାଲେଞ୍ଜରଙ୍କ ଚ୍ୟାଲେଞ୍ଜକୁ ଧ୍ୱଂସ କଲେ ଜୋକୋଭିଚ

ମେଲବୋର୍ନ, ୨୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାତେଇଛନ୍ତି ସର୍ବିଆର ନୋଭାକ ଜୋକୋଭିଚ୍‌। ରଡ୍‌ ଲାଭର ଏରିନାଠାରେ ରବିବାର ଅନୁଷ୍ଠିତ ଫାଇନାଲରେ...

ମହୀତୋଷଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଚେସ୍‌ ପାଇଁ ଖୁସି ଖବର। ଚେସ୍‌ ତାରକା ମହୀତୋଷ ଦେ’ଙ୍କୁ ଫିଡେ ମାଷ୍ଟର ଟାଇଟଲ୍‌ ମିଳିଛି। ଗତ ୨ ବର୍ଷ...

ଭାରତୀୟ ଦଳକୁ ଜୋରଦାର ଝଟ୍‌କା: ୨ ଖେଳାଳି କରୋନା ପଜିଟିଭ୍‌, ବାକି ଖେଳାଳିଙ୍କୁ ନେଇ ଆସିଲା ଅପଡେଟ୍‌

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳର ଜଣେ ନୁହେଁ, ବରଂ ଦୁଇ ଖେଳାଳିଙ୍କ କରୋନା ପଜିଟିଭ ଥିବା ସୂଚନା ମିଳିଛି। ଏହା ବ୍ୟତୀତ...

ଗୋଟିଏ ମ୍ୟାଚ୍‌ରେ ୬ ବଡ ରେକର୍ଡ କଲେ ଶିଖର ଧାଓ୍ବନ

କଲମ୍ବୋ,୧୯।୭: ଶିଖର ଧାୱନ ବିଜୟ ସହ ଅଧିନାୟକ ଭାବରେ ଡେବ୍ୟୁ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ...

ଗାଙ୍ଗୁଲିଙ୍କ ନଜରରେ ଏହି ଦୁଇ ଖେଳାଳି ଭାରତର ଶ୍ରେଷ୍ଠ ଉଇକେଟକିପର: ପ୍ରଶଂସାରେ କହିଲେ ଏଭଳି

ନୂଆଦିଲ୍ଲୀ,୨୭।୧୧: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଗଷ୍ଟରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହାପରେ ଭାରତୀୟ ଦଳରେ ଉଇକେଟ୍‌କିପର କିଏ...

ସ୍ତ୍ରୀଙ୍କ ହାତରୁ ଗାଜର ହାଲଓ୍ବା ଖାଇ ଖୁସିହେଲେ ଏହି କ୍ରିକେଟର

ଭାରତୀୟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିକଟରେ ଦୁବାଇରୁ ହନିମୁନ୍‌ ସାରି ଭାରତ ଫେରିଛନ୍ତି। ଦିଲ୍ଲୀ ଫେରିବା ପରେ ସ୍ତ୍ରୀ ଧନଶ୍ରୀ ବର୍ମା ଶାଶୁ...

Advertisement
Archives

Model This Week