Posted inଖେଳ

ବାରବାଟୀ ଦିନିକିଆ: ଅନଲାଇନ୍‌ ଟିକେଟ୍‌ ଶେଷ: କାଉଣ୍ଟରକୁ ଅପେକ୍ଷା

କଟକ ଅଫିସ, ୬ା୧୨-
ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ବହୁ ଉପରେ ରହିଛି, ଯାହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାର ଅନଲାଇନରେ ଟିକେଟ ବିକ୍ରିର ପ୍ରଥମ ଦିବସ ଥିବା ବେଳେ ମାତ୍ର କିଛି ଘଣ୍ଟାରେ ଉପଲବ୍ଧ ୮୧୫୦ଟି ଯାକ ଟିକେଟ ବିକ୍ରି ହୋଇଛି। ଆସନ୍ତା ୧୯ ଓ ୨୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ଟିକେଟ ବିକ୍ରି ହେବ। ପ୍ରାୟ ୯ହଜାର ଟିକେଟ କାଉଣ୍ଟରରେ ଉପଲବ୍ଧ ରହିବ ବୋଲି ଜଣାପଡ଼ିଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନରେ ଟିକେଟ ବିକ୍ରି କରାଯିବ ବୋଲି ଘୋଷଣା ହୋଇ‘ଥିଲା। ବୁଧବାର ରାତି ୧୨ଟାରୁ କ୍ରିକେଟପ୍ରେମୀମାନେ ଅନଲାଇନ୍‌ର ଦୁଇଟି ୱେବସାଇଟରେ ଟିକେଟ ଉପଲବ୍ଧ ହେବା ନେଇ ଜଗି ବସିଥିଲେ। ହେଲେ ଗୁରୁବାର ସନ୍ଧ୍ୟା ୫.୧୫ରେ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା। ଆରମ୍ଭ ହେବାର ମାତ୍ର ଦେଢ଼ ଘଣ୍ଟା ଭିତରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଛି ବୋଲି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ପ୍ରକାଶ କରାଯାଇଛି। ପୂର୍ବରୁ ୯୨୦୦ ଟିକେଟ ଅନଲାଇନରେ ବିକ୍ରି ହେଉଥିବା ବେଳେ ଚଳିତବର୍ଷ ୮୧୫୦ଟି ଟିକେଟ ବିକ୍ରି କରାଯିବାକୁ ଧାର୍ଯ୍ୟ କରାଯାଇଥିଲା। ଅନଲାଇନ ଜରିଆରେ ଗ୍ୟାଲେରି ନଂ-୨ଓ ୪ରେ ୩୦୦୦ ଲେଖାଏ ଟିକେଟ ଉପଲବ୍ଧ ଥିବା ବେଳେ ଗ୍ୟାଲେରି ନଂ-୬ର ୧୫୦୦, ନ୍ୟୁ ପ୍ୟାଭିଲିୟନର ୫୦, ସ୍ପେଶାଲ ଏନକ୍ଲୋଜରର ୫୦୦, ଏସି ବକ୍ସ ଗ୍ୟାଲେରିର ୧୦୦ ଟିକେଟ୍‌ ଉପଲବ୍ଧ ଥିଲା। ଅନଲାଇନ ଜରିଆରେ ଟିକେଟ କିଣିଥିବା କ୍ରିକେଟପ୍ରେମୀ ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କେମ୍ବ୍ରିଜ ସ୍କୁଲରୁ ପ୍ରକୃତ ଟିକେଟ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ କାହିଁକି ବାହାର କରିଦେବା ଉଚିତ? କାରଣ କହିଲେ…

ନୂଆଦିଲ୍ଲୀ,୧୧।୯: ଭାରତର ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଶୈଳୀର ଅନେକ ପ୍ରଶଂସକ ରହିଛନ୍ତି। ସେ ମଇଦାନକୁ ଓହ୍ଲାଇଲେ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥାଏ। ତେବେ…

ଉପଅଧିନାୟକ ହୋଇଗଲେ ସିନା ଏବେ ଖେଳିବେ କେଉଁଠି? ତିଳକ ବର୍ମାଙ୍କ ବ୍ୟାଟିଂ ଅର୍ଡରଙ୍କୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୩ରୁ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌। ଏହି ସିରିଜ୍‌ ପାଇଁ…

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?