ବାବୁସାନ ଶ୍ରେଷ୍ଠ ଅଭିନେତା, ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ

ପୁରୀ ଅଫିସ, ୯ା୨: ୱିନିଂ ଏବଂ ସ୍ପୋର୍ଟିଂ କ୍ଲବ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗୋଲ୍ଡେନ ବିିଚ୍‌ରେ ଦୁଇଦିନିଆ ୧୫ତମ ଓଡ଼ିଆ ଫିଲ୍ମ ଓ ଟିଭି ଆୱାର୍ଡ ଶୋ’ ଟାଇମ୍‌ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ମିଷ୍ଟର ମଜ୍‌ନୁ ଚଳଚ୍ଚିତ୍ର ଲାଗି ବାବୁସାନ୍‌ ଶ୍ରେଷ୍ଠ ଅଭିନେତା, ନାୟକର ନଁା ଦେବଦାସ ଚଳଚ୍ଚିତ୍ର ପାଇଁ ଭୂମିକା ଶ୍ରେଷ୍ଠ ଅଭିନେତ୍ରୀ ଟାଇଟଲ ହାସଲ କରିଛନ୍ତି। ଶ୍ରୀତମ ଦାସ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା (ଗୋଲମାଲ ଲଭ୍‌) ଏବଂ ପ୍ରତିଭା ପଣ୍ଡା ପାର୍ଶ୍ୱ ଅଭିନେତ୍ରୀ (ପ୍ରେମ ପାଇଁ ମହାଭାରତ), ପ୍ରେମାନନ୍ଦ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ଅଜବ ସଞ୍ଜୁର ଗଜବ ଲଭ୍‌), ସୁଧାକର ବସନ୍ତ ଶ୍ରେଷ୍ଠ କୋରିଓଗ୍ରାଫର (ବୋବାଲ ଟୋକା), କଣ୍ଠଶିଳ୍ପୀ ସତ୍ୟଜିତ ଏବଂ ଅନ୍ତରା ଚକ୍ରବର୍ତ୍ତୀ ଶ୍ରେଷ୍ଠ ସଙ୍ଗୀତ, ଅସିତ ପତି ଶ୍ରେଷ୍ଠ ଖଳ ଅଭିନେତା (ଅଜବ ସଞ୍ଜୁର ଗଜବ ଲଭ୍‌) ଅଶୋକ ପତି ଶ୍ରେଷ୍ଠ ନିର୍ଦ୍ଦେଶକ (ମିଷ୍ଟର ସଞ୍ଜୁ) ଏବଂ ଶ୍ରେଷ୍ଠ ଫିଲ୍ମ ଭାବେ ତରଙ୍ଗ ସିନେ ପ୍ରଡକ୍ସନ ପ୍ରାୟୋଜିତ ମିଷ୍ଟର ସଞ୍ଜୁ ପୁରସ୍କୃତ ହୋଇଛନ୍ତି। ଫିଲ୍ମ ‘ବାଳ’ ଲାଗି ସମୀର ଶତପଥୀ ଶ୍ରେଷ୍ଠ ନବାଗତ ଏବଂ ସାୟଲ (ଚାଲ୍‌ ଟିକେ ଦୁଷ୍ଟ ହେବା) ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଦେବୀଦତ୍ତ ମହାନ୍ତି (ଚାଲ୍‌ ଟିକେ ଦୁଷ୍ଟ ହେବା) ଶ୍ରେଷ୍ଠ ସଂଳାପ ଲେଖକ, ସଞ୍ଜୟ ମହାକୁଡ଼ ଶ୍ରେଷ୍ଠ ସଂଳାପ, ସୁଶାନ୍ତ ମଣି ଚଳଚ୍ଚିତ୍ର ନିମ୍‌କୀ ଲାଗି ଶ୍ରେଷ୍ଠ ସମ୍ପାଦକ, ବାପା ତମେ ଭାରି ଦୁଷ୍ଟ ଚଳଚ୍ଚିତ୍ର ଲାଗି ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ପ୍ରଦ୍ୟୁମ୍ନ ଲେଙ୍କା ଏବଂ ଶ୍ରେଷ୍ଠ ଫିଲ୍ମ ସାମ୍ବାଦିକ ଭାବେ ଆଦିକନ୍ଦ ରାଉତଙ୍କୁ ସମ୍ମାନିତ କରାଯାଇଥିଲା।
ଉତ୍ସବରେ ଅତିଥି ଭାବେ ଅନୁଷ୍ଠାନର ଚେୟାରମ୍ୟାନ ଇଂ. ସୂର୍ଯ୍ୟ ରଥ, ସାଧାରଣ ସମ୍ପାଦକ ଯୁବ ସାଂସ୍କୃତିକ ସଙ୍ଗଠକ ନବକିଶୋର ପ୍ରଧାନ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜୀବନ କୁମାର ବଡୁ, ଗୌରହରି ପ୍ରଧାନ, ଅଭିନେତା ଉତ୍ତମ ମହାନ୍ତି, ସାମାଜିକ କର୍ମୀ ଚକ୍ରଧର ମହାପାତ୍ର ଏବଂ ଅନିରୁଦ୍ଧ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ନୃତ୍ୟଶିଳ୍ପୀ ନନ୍ଦିତା ଓ ଟିମ୍‌ ଓଡ଼ିଶୀ ଯୁଗଳବନ୍ଦୀ, ବ୍ରାଣ୍ଡ ଅର୍କେଷ୍ଟ୍ରା, ଶ୍ରୀକ୍ଷେତ୍ର ନୃତ୍ୟ କଳା ବିକାଶ ପରିଷଦ ଆଧୁନିକ ନୃତ୍ୟ, କୃଷ୍ଣମଣି ନୃତ୍ୟ କଳାପୀଠ ପକ୍ଷରୁ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri