ବାପା-ପୁଅ, ଦୁଇ ଭଉଣୀଙ୍କୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ

ସୁନ୍ଦରଗଡ଼, ୨୫ା୫ (ଡି.ଏନ.ଏ.): ସରିଛି ୨୦୧୯ ସାଧାରଣ ନିର୍ବାଚନ। ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଜିଲାର କେତେଜଣ ହେଭିଓ୍ବେଟ ନେତାଙ୍କ ପରାଜୟ ହୋଇଛି। କେଉଁ ନେତା ହ୍ୟାଟ୍ରିକ କରିଥିବା ବେଳେ ଆଉ କେଉଁ ନେତା ପ୍ରଥମ କରି ବିଜୟର ସ୍ବାଦ ଚାଖିଛନ୍ତି। ହେଲେ ଏହି ନିର୍ବାଚନରେ ପରିବାରବାଦ ରାଜନୀତିକୁ ସୁନ୍ଦରଗଡ଼ ଜିଲାର ଭୋଟରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିବା ଜର୍ଜ ତିର୍କୀ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ପ୍ରାର୍ଥୀ ହୋଇଥିଲେ। ଏଥିସହିତ ତାଙ୍କ ପୁଅ ଯୋଶେଫ ରୋହିତ ତିର୍କୀଙ୍କୁ ବୀରମିତ୍ରପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟରେ ପ୍ରାର୍ଥୀ କରି ନିଜର ପାରମ୍ପରିକ ଗଡ଼କୁ ରକ୍ଷା କରିବା ସକାଶେ ଉଦ୍ୟମ କରିଥିଲେ। ହେଲେ ଭୋଟ ଫଳାଫଳ ପ୍ରକାଶ ପରେ ଜର୍ଜଙ୍କ ଆଶା ମଉଳି ଯାଇଛି। ନିଜେ ଜର୍ଜ ପରାଜିତ ହେବା ସହ ପୁଅ ଯୋଶେଫଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ମିଳିଛି।
ସେହିପରି ଏହି ନିର୍ବାଚନରେ ଅନ୍ୟ ଏକ ରୋଚକ ଘଟଣାକ୍ରମରେ କଂଗ୍ରେସର ତୁଙ୍ଗ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ସୁନିତା ଓ ଅମିତାଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ମିଳିଛି ।
ପ୍ରଥମ କରି ରାଜନୀତିରେ ପାଦ ଥାପିଥିବା ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ା ତାଙ୍କ ଭଉଣୀ ଅମିତା ବିଶ୍ୱାଳ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ହେଲେ ଉଭୟଙ୍କ ବିଜୟ ଆଶା ଧୂଳିସାତ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

୧୯ ନଂ. ଜୋନ୍‌ ପାଇଁ ତୀବ୍ର ଲଢ଼େଇ

ନିମାପଡ଼ା,୪।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକରେ ୪ଟି ଜିଲା ପରିଷଦ ଜୋନ ରହିଥିବା ବେଳେ ୧୯ନଂ. ଜୋନଟି ସମ୍ମାନଜନକ ଅଟେ। ବାମନାଳ, ସଲଙ୍ଗ, ଅରିଷଣ୍ଢ, ଅନ୍ତୁଆର, ଧଳେଶ୍ୱର, ବଡ଼ଶିରୁଳା,...

ହକି ଟ୍ରଫିକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର, ୨୬।୧୨(ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ହକି ବିଶ୍ୱକପ୍‌ ପାଇଁ ଉତ୍କଣ୍ଠା ବଢ଼ିଛି। ନୂଆ ରୂପରେ ସଜେଇ ହେଉଛି ଉଭୟ ସହର। ବିଭିନ୍ନ ରାଜ୍ୟ...

ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଓପିଟିସିଏଲ୍‌ର ବେଖାତିର: ଅବସରପ୍ରାପ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିରେ ଅନିୟମିତତା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବଚ୍ଛ ଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ କରୁଛନ୍ତି। ୫-ଟି (ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି, ଟାଇମ୍‌ ଆଣ୍ଡ ଟ୍ରାନ୍ସଫରମେଶନ)କୁ କଡ଼ାକଡ଼ି...

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱର,୨୪ା୪ (ଡି.ଏନ୍‌.ଏ.): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଭିତର ଓ ବାହାର ଚନ୍ଦନ ଅନୁଷ୍ଠିତ...

ରାଜ୍ୟରେ ବନ୍ଦ ହେବ ଓଏସ୍‌ଟିଏଫ୍‌

କଟକ ଅଫିସ, ୯ା୧: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ବନ୍ଦ ହେବାକୁ ଯାଉଛି। ଫେବୃୟାରୀ ମାସ ଅଧାରୁ ଏହି ଯୋଜନାକୁ ବନ୍ଦ କରାଯିବ। ଓଏସ୍‌ଟିଏଫ୍‌କୁ...

ଓଡ଼ିଶାରେ ସରକାର ଗଠନ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡାଙ୍କ ଆହ୍ବାନ: ୫୦ ପ୍ରତିଶତ ଭୋଟ ହାସଲ କରିବାକୁ ସଂକଳ୍ପ

ଭୁବନେଶ୍ୱର,୬।୯(ବ୍ୟୁରୋ): ଓଡ଼ିଶାରେ ଦୀର୍ଘ ସମୟ ରାଜନୈତିକ ଲଢ଼େଇ ପରେ ଭାଜପାକୁ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ମିଳିଛି । ୨୦୧୯ ଲୋକ ସଭା ନିର୍ବାଚନରେ ପାଖାପାଖି...

ପୂର୍ବତନ ଜିଲା ଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ, ୨୬ା୮: ୧୯୮୦ରେ ଛବିରାଣୀ ହତ୍ୟାକାଣ୍ଡର ରାୟ ଦେଇଥିବା ପୂର୍ବତନ ଜିଲା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ମଙ୍ଗଳବାର ପରଲୋକ ହୋଇଛି। ୯୧ ବର୍ଷୀୟ...

ଆଜି କ୍ୟାବିନେଟ

ଭୁବନେଶ୍ୱର,୯।୧୨(ବ୍ୟୁରୋ): ବୁଧବାର ଅପରାହ୍ନ ୬ଟା ୪୫ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ...

Advertisement
Archives

Model This Week