ବାପା, ପୁଅଙ୍କୁ ଆକ୍ରମଣ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ବନମାଳୀପୁର ଗ୍ରାମର ଦୁଷ୍ମନ୍ତ ବେହେରା ଓ ତାଙ୍କ ବାପା ସଞ୍ଜୟ ବେହେରାଙ୍କୁ ସେହି ଗ୍ରାମର ସହଦେବ ଦେହୁରୀ ଶନିବାର ଏକ ଠେଙ୍ଗାରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏ ସଂକ୍ରାନ୍ତରେ ୩୭/୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପୋଲିସ କହିଛି, ଦୁଷ୍ମନ୍ତ ନିକଟସ୍ଥ ଜଙ୍ଗଲରୁ ଛେଳି ଚରାଇ ଘରକୁ ଫେରୁଥିଲେ । ବାଟରେ ସହଦେବ ତାଙ୍କର ଏକ ଛେଳି ନେଇଯାଇଥିଲେ । ସଞ୍ଜୟ ଓ ଦୁଷ୍ମନ୍ତ ପ୍ରତିବାଦ କରିବାରୁ ସହଦେବ ଉଭୟଙ୍କୁ ଏକ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ସେହିପରି ଠାକୁରଗଡ ଥାନା କରଡାବାହାଳିମଧୁ ଗ୍ରାମର ଚପଳା ସାହୁ ଓ ତାଙ୍କ ସ୍ୱାମୀ କୀର୍ତ୍ତନ ସାହୁଙ୍କୁ ପଡୋଶୀ ବିକାଶ ସାହୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ କହିଛି, କୀର୍ତ୍ତନ ଓ ବିକାଶଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଏହାକୁ କେନ୍ଦ୍ରକରି ଶନିବାର ଅପରାହ୍ନରେ ଦମ୍ପତ୍ତ ଘରେ ଥିବାବେଳେ ବିକାଶ ଏକ ଟାଙ୍ଗିଆରେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପେପର ଗାଡି ଡ୍ରାଇଭରଙ୍କୁ ମାଡ: ଅଭିଯୁକ୍ତ ଫେରାର

ଫୁଲବାଣୀ ଅଫିସ,୨୧ା୩:  ରାସ୍ତା ଉପରେ କାର ରଖି ଛିଡା ହୋଇ କଥା ହେଉଥିବା କେତେଜଣ ବ୍ୟକ୍ତିଙ୍କୁ ପେପର ଗାଡି ଚାଳକ ସାଇଡ୍‌ ମାଗିବାରୁ ସେମାନେ ମାଡ...

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ୯ ପୂଜା କମିଟିକୁ ମିଳିଲା ଅନୁମତି

କଟକ ଅଫିସ, ୧୯।୧୦: ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଦୁର୍ଗା ମୁର୍ତ୍ତିର ଉଚ୍ଚତାକୁ ନେଇ ଲାଗି ରହିଥିବା ବେଳେ ବିବାଦ ହାଇକୋର୍ଟକୁ ଯାଇଥିଲା। ଶେଷରେ...

ଘର ନିର୍ମାଣ ସାମଗ୍ରୀ ଦର ଅହେତୁକ ବୃଦ୍ଧି

ରସୁଲପୁର,୬।୯(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୨,୫୪୧ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ)କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସଦ୍ଧା ୨,୪୭୫ଜଣଙ୍କୁ ଗୃହ ନିର୍ମାଣ...

ବାଘ ସହ ତୃଣଭୋଜିଙ୍କ ଗଣନା ଆରମ୍ଭ

ନୟାଗଡ଼,୨୦।୬ (ଲୋକନାଥ ମିଶ୍ର): ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ମହାନଦୀ ବନ୍ୟପ୍ରାଣୀ ଡଭିଜନର କୁଶଙ୍ଗ, କୁଅଁାରିଅଁା, ଛାମୁଣ୍ଡିଆ, ବାଣିଗୋଛା(ପଶ୍ଚିମ) ଭଳି ୪ଟି ରେଞ୍ଜରେ ବାଘ ସମେତ...

୧୫୦ରୁ ଊର୍ଦ୍ଧ୍ୱ କେନ୍ଦୁଗଛ କାଟିଦେଲେ

ଯାଜପୁର ଅଫିସ/ ରଗଡି(ଡି.ଏନ.ଏ.),୨୧ା୭: କଟକ ବନଖଣ୍ଡ ଯାଜପୁର ରୋଡ ରେଞ୍ଜ ଅଧୀନ ପଛିକୋଟ ଡିପିଏଫ୍‌ (ଡିମାର୍କେଟେଡ ପ୍ରୋଟେକ୍ଟ ଫରେଷ୍ଟ) ଅଧୀନ କୋରାବନ୍ଦୀ ଓ ମଲାରିଆ ମଧ୍ୟ...

ଭଙ୍ଗା କୁଡ଼ିଆରେ ଅସହାୟ ଅବସ୍ଥାରେ ଗୁରୁ

ମାଲକାନଗିରି,୨୪।୧୦(ଡି.ଏନ୍‌.ଏ.): ବୟସର ଅପରାହ୍ନରେ ପରିବାର ଲୋକଙ୍କ ସ୍ନେହ ଓ ସେବା ଲୋଡ଼ାହୁଏ। ଶେଷ ସମୟରେ ନିଜର ଲୋକେ ନ ପଚାରିଲେ ଜୀବନ ଜିଇଁବା କଷ୍ଟକର ହୋଇପଡ଼େ।...

କରୋନା ଗବେଷଣାରେ ଓଡ଼ିଆ ଯୁବ ବୈଜ୍ଞାନିକ

କଟକ ଅଫିସ,୧୫ା୬: ଶରୀରରେ ଭିଟାମିନ୍‌-ଡିର ଅଭାବ ରହିଲେ କରୋନାଜନିତ ମୃତ୍ୟୁ ଅଧିକ ହେବ। ଭାରତରେ ଯେଉଁ ସବୁ ସ୍ଥାନରେ କରୋନାଜନିତ ମୃତ୍ୟୁ ଅଧିକ ହୋଇଛି, ସେଠାକାର...

ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି...

Advertisement
Archives

Model This Week