ବାପାଙ୍କ ମୃତଦେହ କାନ୍ଧେଇ ଶ୍ମଶାନ ନେଲେ ତିନି ଝିଅ:ସାନ ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି, ୧୯ା୭(ଡି.ଏନ୍‌.ଏ.):ଘରେ କାହାର ମୃତ୍ୟୁ ହେଲେ ପୁରୁଷମାନେ ମୃତଦେହକୁ କୋକେଇରେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନିଅନ୍ତି। ଘରର ପୁଅ ହିଁ ମୁଖାଗ୍ନି ଦିଅନ୍ତି। ଏହା ଆମ ସମାଜରେ ପୁରୁଷ ପୁରୁଷ ଧରି ପ୍ରଚଳିତ ପ୍ରଥା। ଯଦିଓ କେଉଁଠି କେଉଁଠି ଏବେ ଝିଅମାନେ ମୁଖାଗ୍ନି ଦେବାର ଦେଖାଯାଉଛି, କିନ୍ତୁ ସେମାନଙ୍କ ସଂଖ୍ୟା ତାହା କ୍ୱଚିତ୍‌। ଗୁରୁବାର ମାଲକାନଗିରିରେ ଦେଖିବାକୁ ମିଳିଥିବା ଚିତ୍ର ଏସବୁରୁ ଭିନ୍ନ। ବାପାଙ୍କ ମୃତ୍ୟୁ ପରେ ତିନି ଝିଅ ମୃତଦେହକୁ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେବା ପରେ ସାନ ଝିଅ ଅନ୍ତ୍ୟେଷ୍ଟି କର୍ମ ତୁଲାଇ ମୁଖାଗ୍ନି ଦେଇଛନ୍ତି।
ସୂଚନା ଅନୁଯାୟୀ, ମାଲକାନଗିରି ସଦର ୧୧୯ କଲୋନୀର ସୁକାନ୍ତ କୁମାର ପଟ୍ଟନାୟକ ଏକ ସାଇକେଲ ଦୋକାନ କରି ପରିବାର ଚଳାଇ ଆସୁଥିଲେ। ଗୁରୁବାର ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିଲା। ଖବର ପାଇ ସାହି ପଡିଶା ସୁକାନ୍ତଙ୍କ ଘରେ ଜମା ହୋଇଥିଲେ। ପୁଅ ନ ଥିବାରୁ କିଏ ମୁଖାଗ୍ନି ଦେବ ଏ ନେଇ ଚାଲିଲା ଚର୍ଚ୍ଚା। ଏହା ମଧ୍ୟରେ ତାଙ୍କର ତିନି ଝିଅ ସସ୍ମିତା, ସ୍ମିତା ଓ ସଙ୍ଗୀତା ବାପାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଓ ଅନ୍ୟ ସମସ୍ତ କର୍ମ କରିବେ ବୋଲି କହି ଆଗେଇ ଆସିଥିଲେ। କୋକେଇରେ ବାପାଙ୍କ ମୃତଦେହ କାନ୍ଧେଇ ଚାଲିଥିଲେ ମାଲକାନଗିରି ରାସ୍ତାରେ। ଏହି ଦୃଶ୍ୟ ଥିଲା ଅତି ମର୍ମସ୍ପର୍ଶୀ। ଏହି ଘଟଣା ମାଲକାନଗିରିବାସୀଙ୍କ ମନରେ ଆଲୋଡନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଏକ ପ୍ରେସ...

ଅଚଳ ହୋଇ ପଡିରହିଛି ପାନୀୟ ଜଳ ପ୍ରକଳ୍ପ

ମାଲକାନଗିରି, ୧୭।୫(ଡି.ଏନ୍‌.ଏ.) – ମାଲକାନଗିରି ଜିଲାରେ ଏବେ ପ୍ରଚଣ୍ଡ ଖରା। ଜିଲାରେ ଏବେ ୪୪ ଡିଗ୍ରୀ ତାପମାତ୍ରା ଥିବାବେଳେ ବିଭିନ୍ନ ଅଞ୍ଚଳରେ କୂଅ, ପୋଖରୀ ଶୁଖିବାରେ...

ଯୁବ ବିକାଶ ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୬।୨: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ବୁଧବାର ରାୟଗଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାୟଗଡ଼ାବାସୀଙ୍କ ସୁରକ୍ଷା ନିମନ୍ତେ ଦୀର୍ଘ...

ପୁରୀ ବେଳାଭୂମି ପାଇଁ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ସୁପାରିସ କଲା କେନ୍ଦ୍ର

ପୁରୀ ଅଫିସ,୩ା୯:ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍‌ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା ପାଇବା ଲାଗି...

ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ...

୧୨୦୦ ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ହୁହୁ ହୋଇ ବଢ଼ୁଛି। ଶେଷ ୨୪ ଘଣ୍ଟାରେ ଆଉ ୧୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା,...

ଭୁବନେଶ୍ୱରରୁ ଅଟୋରିକ୍ସାରେ କୋରାପୁଟ

ରାୟଗଡା ଅଫିସ,୧ା୪: ସାହାଯ୍ୟ କରିବା ପାଇଁ ଜଣେ ମହିଳା ସାହାସକିତା ଦେଖାଇଛନ୍ତି। ଭୁବନେଶ୍ୱରରୁ ସେ ଅଟୋ ଚଳାଇ କୋରାପୁଟ ଆସି ଏକ ଅସହାୟ ପରିବାରକୁ ଭେଟିଛନ୍ତି।...

ସଫେଇବାଲା ସାଜିଲେ ସିନେ ତାରକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଶନିବାର ଓ୍ବାର୍ଡ ନଂ. ୭ରେ ଦ୍ୱିତୀୟ ସାମୂହିକ ସଫେଇ କାର୍ଯ୍ୟକ୍ରମ ଶେଷ ହୋଇଛି। ଭୁବନେଶ୍ୱରରେ ପରିମଳ ଓ...

Advertisement
Archives

Model This Week