ବାଧକ ସାଜିଛି ନାରମୁଣ୍ଡା ନାଳ, ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟାଳୟ ଯାଉଛନ୍ତି ଛାତ୍ରୀଛାତ୍ର

ଝରିଗାଁ,୭।୮(ସ୍ବ.ପ୍ର.): ସ୍କୁଲକୁ ଯିବାକୁ ରାସ୍ତାଘାଟ ନାହିଁ, ପାଠ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ନିୟମିତ ବିଦ୍ୟାଳୟକୁ ଯିବା ନେଇ ବାଧକ ସାଜିଛି ନାରମୁଣ୍ଡା ନାଳ। ବର୍ଷା ହେଲା ମାତ୍ରେ ଅଭିଭାବକଙ୍କ ସମେତ ପିଲାମାନଙ୍କ ମନରେ ଭୟ ସୃଷ୍ଟି ହେଉଛି। ମାତ୍ର ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ନାରମୁଣ୍ଡା ନାଳ ପାର ହୋଇ ସ୍କୁଲକୁ ଯିବାକୁ ପଡୁଛି ସେମାନଙ୍କୁ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ବେଲଝରୀ ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବର୍ଷା ହେଲା ମାତ୍ରେ ନାରମୁଣ୍ଡା ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଥିବାବେଳେ ଅତୀତ ଦିନରେ ସେହି ନାଳରେ ଜଣେ ବୃଦ୍ଧା ହାଟରୁ ଘରକୁ ଫେରିବା ସମୟରେ ଭାସି ଯାଇଥିଲେ। ସେହି ଘଟଣା ପରଠାରୁ ବର୍ଷା ହେଲା ମାତ୍ରେ ନାଳ ଅତିକ୍ରମ କରିବା ସମୟରେ ମନରେ ଭୟ ସୃଷ୍ଟି ହେଉଥିବା ବେଲଝରୀ, ମିରଧାନଗୁଡ଼ା, ବାଘଗୁଡ଼ା, ରାମସା ଆଦିର ଗ୍ରାମବାସୀ ପ୍ରକାଶ କରିଛନ୍ତି। ଉକ୍ତ ରାସ୍ତା ଦେଇ ବର୍ଷସାରା ବେଲଝରୀ ଗ୍ରାମର ଦଶରୁ ଊର୍ଦ୍ଧ୍ୱ ଝିଅପୁଅ ରାମସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଇଥାନ୍ତି। ସେହିପରି ନାଳ ଆରପଟେ ରହିଥିବା ମିରଧାନଗୁଡ଼ା ଏବଂ ବାଘଗୁଡ଼ା ଗ୍ରାମର ପ୍ରାୟ ୧୦ ଜଣ ଝିଅପୁଅ ବେଲଝରୀ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢ଼ିବା ନେଇ ଆସିଥାନ୍ତି। ସେହି ରାସ୍ତା ଦେଇ ଦୈନଦିନ ଯାତାୟାତ କରୁଥିବା ଛାତ୍ରୀ ଆସମତୀ ଗୌଡ଼, ସବିତା ଗୌଡ଼, ଗୋମତୀ ଜାନୀ, ହୀରାମଣି ଜାନୀ, ଡାଳିମ୍ବ ଜାନୀ, ପଦ୍ମା ଜାନୀ, ଫୁଲମତୀ ଜାନୀ, ଦାମାନୀ ଜାନୀ, ଲକ୍ଷ୍ମୀ ଜାନୀ, ମଙ୍ଗଳଦେଇ ଜାନୀ, ହରିଶଚନ୍ଦ୍ର ଜାନୀ, ବାସନ୍ତି ଜାନୀ, ମୁନି ଜାନୀ ଏନଂ ଛାତ୍ର ଜୟଦେବ ଜାନୀ ପ୍ରମୁଖ ପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ଲକ ପ୍ରଶାସନ ୨୦୧୮-୧୯ ମସିହାରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା ସହାୟତାରେ ୨୦ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ବର୍ଷା ଯୋଗୁ କାମ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ିରହିଛିି। ଏ ନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବାହାଦୂର ସିଂ ଧରୁଆଙ୍କୁ ପଚାରିବାରୁ ଅର୍ଦ୍ଧ ନିର୍ମିତ ପୋଲର ପାର୍ଶ୍ୱରେ ରହିଥିବା ରାସ୍ତାରେ କିପରି ଛାତ୍ରୀଛାତ୍ର ଆସି ପାରିବେ ସେଥିନେଇ ବ୍ଲକ ପ୍ରଶାସନ ପକ୍ଷରୁ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରୁ ୭ ନୂଆ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୧୫

ପୁରୀ ଅଫିସ, ୧୦।୬: ପୁରୀ ଜିଲାରୁ ପୁଣି ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବୁଧବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ...

ଦେଢ଼ବର୍ଷରେ ପଡ଼ିରହିଛି ୮୧୩ ଅଭିଯୋଗ

ଯାଜପୁର ଅଫିସ,୧୧।୬: ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ (ଏସ୍‌ଏସ୍‌ଇପିଡି) ଜନଶୁଣାଣି ପୋର୍ଟାଲରେ ମାତ୍ର ଦେଢ଼ବର୍ଷରେ ସମୁଦାୟ ୮୧୩ ଅଭିଯୋଗ ପଡ଼ିରହିଛି। ବିଶେଷକରି ବାର୍ଦ୍ଧକ୍ୟ, ବିଧବା...

ସନ୍ଦିଗ୍ଧ ମହିଳାଙ୍କଠାରୁ ୨ ମୋବାଇଲ ଜବତ

ଲୋଇସିଂହା,୧୭।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟାରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଜଣେ ମହିଳାଙ୍କ ଠାରୁ ବରଗଡ଼ଜିଲା ବରପାଲି ପୋଲିସ ୨ଟି ଚୋରି ମୋବାଇଲ...

ହାର୍ଡକୋର ମାଓବାଦୀ ଲଖମାନଙ୍କ ଆତ୍ମସମର୍ପଣ

ଭବାନୀପାଟଣା,୧।୪(ସ୍ବ.ପ୍ର.): ହାର୍ଡକୋର ମାଓବାଦୀ ଲଖମାନ ଆପକା ରବିବାର କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ପୋଲିସ ପକ୍ଷରୁ...

ସତ୍ୟବାଦୀରେ ଗୁଳିକାଣ୍ଡ: ଯୁବକଙ୍କ ଜୀବନଗଲା, ପ୍ରତିବାଦରେ ରାଜପଥ ଅବରୋଧ

ସତ୍ୟବାଦୀ,୯।୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ବଡ଼ କାଞ୍ଜିଆ ଛକରେ ରବିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏଥିରେ ପୁରନ୍ଦର ବେହେରା ଓରଫ ଭାସିଆ ନିହତ...

ଆସିକା ମହୋତ୍ସବ ଉଦ୍‌ଯାପିତ

ଆସିକା,୧୬ା୧(ଡି.ଏନ୍‌.ଏ.)-ଆସିକା କଳିଙ୍ଗାରୋଡ ନିକଟ ପଡିଆରେ ଗତ ୫ଦିନ ଧରି ଚାଲିଥିବା ଆସିକା ମହୋତ୍ସବ ବୁଧବାର ରାତିରେ ଉଦ୍‌ଯାପିତ ହୋଇଛି । ମହୋତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷା...

ଅନାବଶ୍ୟକ ହମ୍ପ୍‌ସ ହଟିବ

ଯାଜପୁର ଅଫିସ,୧୧ା୫: ରାଜ୍ୟରେ ସଡ଼କ ଦୁର୍ଘଟଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥିପାଇଁ ସମସ୍ତ ଜିଲାପାଳ, ଏସ୍‌ପି, ଆର୍‌ଟିଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ...

ଚାଷୀଙ୍କ ଦୁଃଖ ସରୁନି

ଖୋର୍ଦ୍ଧା ଅଫିସ,୨୦ା୪ : ବର୍ତ୍ତମାନ ଲକଡାଉନ ଯୋଗୁ ଚାଷୀକୂଳ ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷେତରେ ପନିପରିବା ଶୁଖି ଓ ପଚିଶଢି ନଷ୍ଟ ହେଉଥିବାବେଳେ ଯାହା କିଛି...

Advertisement
Archives

Model This Week