ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ବୋଲି ପ୍ରିନ୍ସ୍‌ ଟନ୍‌ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା ହୋଇଥିବା ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହି ରିପୋର୍ଟ ‘ଦି ନିୟୁ ଇଂଲଣ୍ଡ ଜର୍ଣ୍ଣାଲ୍‌ ଅଫ୍‌ ମେଡିସିନ୍‌’ରେ ପ୍ରକାଶ ପାଇଛି। କରୋନା ଭୂତାଣୁ ବାୟୁ ମଣ୍ଡଳରେ ୩ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ସେହିପରି ତମ୍ବାରେ ୪ ଘଣ୍ଟା, କାର୍ଡବୋର୍ଡରେ ୨୪ ଘଣ୍ଟା, ପ୍ଲାଷ୍ଟିକ୍‌ ଅବା ଷ୍ଟେନଲେସ୍‌ ଷ୍ଟିଲ୍‌ରେ ୨ରୁ ୩ ଦିନ ପର୍ଯ୍ୟନ୍ତ ସକ୍ରିୟ ହୋଇ ରହିଥାଏ। ତେଣୁ ଘରେ କିମ୍ବା କାର୍ଯ୍ୟାଳୟରେ ଡୋର୍‌ ନବ୍‌, ଡ୍ରୟର ନବ୍‌ ତଥା ଅନ୍ୟାନ୍ୟ ବସ୍ତୁକୁ ସାନିଯାଇଜ୍‌ କରିବାର ଆବଶ୍ୟକତା ରହିଛି। ତେବେ ଆଦ୍ର ଭୂଇଁରେ କରୋନା ଭୂତାଣୁ ଅଧିକ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରିଥାଏ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମଧ୍ୟ ସୂଚିତ କରାଯାଇଛି। କରୋନା ଭୂତାଣୁର କ୍ରିୟାଶୀଳତା ଆଦ୍ର ଭୂଇଁ, ତାପମାତ୍ରା ଏବଂ ବାୟୁ ମଣ୍ଡଳର ଆଦ୍ରତା ଉପରେ ମଧ୍ୟ ନିର୍ଭର କରିଥାଏ। ଏପରିସ୍ଥଳେ ବାଥ୍‌ ରୁମ୍‌ରୁ ସଂକ୍ରମଣ ନେଇ ଏହାର ଆଶଙ୍କା ଅଧିକ ରହିଥାଏ। ତେଣୁ ପରିବାରରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ଦୂରତା ବଜାୟୀ ରଖିବା ସହିତ ଅଲଗା ବାଥ୍‌ ରୁମ୍‌ ବ୍ୟବହାର କରିବା ଭଲ। ଯଦି ଏଭଳି ସୁବିଧା ନ ଥାଏ ବାଥ୍‌ ରୁମ୍‌କୁ ଭଲଭାବେ ସାନିଟାଇଜ୍‌ କରି ଏହାକୁ ବ୍ୟବହାର କରିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଠି ଯନ୍ତ୍ରଣା ପାଇଁ ନୂଆ ଇଞ୍ଜେକ୍‌ଶନ

ପିଠି ଯନ୍ତ୍ରଣାରୁ ଉପଶମ ପାଇବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଥାଉ। ଏପରିକି କେତେକ ଘରୋଇ ଉପଚାର ମାଧ୍ୟମରେ ଏହି ଯନ୍ତ୍ରଣାକୁ କେତେକାଂଶରେ...

ଯେଉଁ ଅଫିସ୍‌ରେ ସୁଇପର ଥିଲେ ଏହି ମହିଳା, ଏବେ ସମ୍ଭାଳିବେ ସେହି ଅଫିସ୍‌ର ଚୌକି

ମସ୍କୋ,୧ା୧୦: କରୋନା ସମୟରେ ଆମ ଦେଶର ବିହାର ବିଧାନସଭା ନିର୍ବାଚନକୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେହିପରି ରୁଷିଆରେ ମଧ୍ୟ ଏକ ନିର୍ବାଚନ ଅନୁଷ୍ଠିତ ହୋଇଛି,...

କରୋନା ଆତଙ୍କ: ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥି ସହ କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତା ବଢ଼ାଇଛି। ଦେଶରେ ବର୍ଦ୍ଧିତ କରୋନା...

ଭଦ୍ରକ ଜିଲାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଅଫିସ,୧୬।୭: ଭଦ୍ରକ ଜିଲାରେ ଗୁରୁବାର ପୁଣି ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ...

କଣ୍ଠସ୍ବରରୁ ବି ଚିହ୍ନଟ ହେବେ କରୋନା ଆକ୍ରାନ୍ତ: ମୁମ୍ବାଇରେ ଆରମ୍ଭ ହେବ ପରୀକ୍ଷା

ମୁମ୍ବାଇ, ୯।୮: ମୁମ୍ବାଇରେ ଲୋକଙ୍କ କଣ୍ଠସ୍ବରରୁ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବ। ଏନେଇ ସ୍ବତନ୍ତ୍ର ଏଆଇ ସିଷ୍ଟମ୍‌ର ବ୍ୟବହାର ହେବ। ମୁମ୍ବାଇ ମହାନଗର ନିଗମ ପକ୍ଷରୁ...

ପାକିସ୍ତାନରେ ତାଲିବାନୀ ଆଇନ, ଜିନ୍ସ୍‌ ପିନ୍ଧିବାକୁ ବାରଣ…

ଇସଲାମାବାଦ୍‌,୯।୯: ପାକିସ୍ତାନର ଫେଡେରାଲ ଡାଇରେକ୍ଟୋରେଟ ଅଫ ଏଜୁକେସନ (ଏଫଡିଏ) ପକ୍ଷରୁ ତାଲିବାନୀ ଆଇନ ପ୍ରଣୟନ କରାଯାଇଛି। ଏଫଡିଏ ଶିକ୍ଷୟିତ୍ରୀମାନଙ୍କୁ ଜିନ୍ସ ଏବଂ ଟାଇଟ ପୋଷାକ ପିନ୍ଧିବାକୁ...

୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…

ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର...

ଭୋକିଲା ଲୋକଙ୍କ ଉପରେ ଗୁଳି ବର୍ଷା କଲା ପାକିସ୍ତାନ…

ଇସଲାମାବାଦ୍‌,୨୫।୧୦: ଆଫଗାନର ପସ୍ତୁନ ସମ୍ପ୍ରଦାୟଙ୍କ ବନ୍ଧୁ ବୋଲାଉଥିବା ପାକିସ୍ତାନର ବନ୍ଧୁ ଚେହେରା ପଦାରେ ପଡ଼ିଛି। ରବିବାର ଆଫଗାନିସ୍ତାନ ସୀମାରେ ଭୋକିଲା ଶୋଷିଲା ପାସ୍ତୁନଙ୍କ ଉପରେ ପାକିସ୍ତାନ...

Advertisement


Archives

Model This Week