ବାତ୍ୟା ପରେ ବିଗୁଡୁଛି ପରିମଳ ବ୍ୟବସ୍ଥା: କୋମାରେ ଗାଁ କଲ୍ୟାଣ ସମିତି

ବ୍ରହ୍ମଗିରି, ୧୭ା୫(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀ ପୁରୀ ଜିଲାରେ ତାଣ୍ଡବ ରଚିଛି। ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବ୍ରହ୍ମଗିରି ବ୍ଲକ। ବାତ୍ୟା ପରେ ବିଗୁଡୁଛି ଗାଁ ପରିମଳ ବ୍ୟବସ୍ଥା। ଗାଁ ଚାରିପଟେ ଗଦାହୋଇଛି କୁଢ କୁଢ ଆବର୍ଜନା। ପରିବେଷ ଏବେ ଦୁଷିତ। ଗାଁ ମାନଙ୍କରେ ଥିବା ଜଳାଶୟ, କୁଅ ପୋଖରୀ ଜଳରେ ଆବର୍ଜନା ପଡି ପାଣି ଦୂଷିତ ହେବାକୁ ଲାଗିଲାଣି। ଏହି ପାଣି ପାନୀୟ ଉପଯୁକ୍ତ ନୁହେଁ। ପରିମଳ ବ୍ୟବସ୍ଥା ବିଗିଡିବା କାରଣରୁ ମହାମାରୀ ବ୍ୟାପିବାର ଆଶଙ୍କା କରାଯାଉଛି। ଗଁା ପରିମଳ ଓ ସ୍ବାସ୍ଥ୍ୟବସ୍ଥା ସଜାଡିବାର ଗୁରୁ ଦାୟିତ୍ୱ ନେଇଥିବା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଏଭଳି ପରିସ୍ଥିତିରେ କୋମାରେ ରହିଛି।
ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଅଂଶବିଶେଷ ଭାବେ ଗଁା କଲ୍ୟାଣ ସମିତି ପ୍ରତି ରାଜସ୍ବ ଗ୍ରାମରେ ଗଠନ କରାଯାଇଛି। ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିରର ଆୟୋଜନ, ପ୍ରାକୃତିକ ବିପର୍ଯ୍ୟ ସମୟରେ ସହାୟତା, ମହାମାରୀ ନିୟନ୍ତ୍ରଣ ହେଉଛି ଏହାର ମୁଳ ଲକ୍ଷ୍ୟ। ବନ୍ୟା ବାତ୍ୟା ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବାର ବ୍ୟବସ୍ଥା କରିବା, ଗଁାରେ ଜମିରହିଥିବା ପାଣି କିମ୍ବା ଅଳିଆ ଆବର୍ଜନା ସଫାକରିବା, ଲୋକମାନଙ୍କୁ ନିରାପଦ ଜଳର ବ୍ୟବହାର ପାଇଁ ପ୍ରବର୍ତ୍ତାଇବା ଓ ମହାମାରୀ ନିୟନ୍ତ୍ରଣ କରିବା ା ଏ ସବୁ କାର୍ଯ୍ୟ ସମ୍ପାଦନା ପାଇଁ ପ୍ରତି ଗାଁ କଲ୍ୟାଣ ସମିତିକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ତରଫରୁ ବାର୍ଷିକ ୧୦ହଜାର ଟଙ୍କା ମିଳିଥାଏ। ବ୍ରହ୍ମଗିରି ବ୍ଲକରେ ଗଢିଉଠିଛି ୧୪୮ଟି ଗାଁ କଲ୍ୟାଣ ସମିତି। ମାତ୍ର ଏସବୁ ସମିତି ସୁପ୍ତ ଥିବାରୁ ବ୍ଲକରେ ଦୁଇ ଦିନ ଭିତରେ ୨୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ସରକାରୀ ରେକର୍ଡରୁ ଜଣାପଡିଛି। ଏହି ସ୍ଥିତି ଧିରେ ଧିରେ ଅଧିକ ଗମ୍ଭୀର ହୋଇପାରେ ା ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ହେଉ କିମ୍ବା ଏହି ଗାଁ କଲ୍ୟାଣ ସମିତି ତରଫରୁ କୌଣସି ଠାରେ ବ୍ଲିଚିଙ୍ଗ ପାଉଡର କିମ୍ବା ଜଳାଶୟ ମାନଙ୍କର ଜଳଗୁଡିକୁ ବିଶୋଧନ କରାଯାଉନାହିଁ। ବାର୍ଷିକ ଲକ୍ଷାଧିକ ଟଙ୍କା ଅନୁଦାନ ରାଶି ଦେଇ ଗଠନ କରାଯାଇଥିବା ଏହି ଗଁା କଲ୍ୟାଣ ସମିତି ଗୁଡିକ ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ଥାଣୁ ପାଲଟିଯାଇଛନ୍ତି। ଏ ସମ୍ପର୍କରେ ତନ୍ତକେରା ଗ୍ରାମର ଜମ୍ବେଶ୍ୱର ଦଳାଇ କୁହନ୍ତି, ସରକାର ଗ୍ରାମୀଣ ସ୍ବାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ସଂସ୍ଥାଗୁଡିକ ଜନ ସେବାରେ ନ ଆସି ସରକାରଙ୍କ ଅର୍ଥ ଆତ୍ମସାତ କରୁଛନ୍ତି ା ଫଳରେ ସରକାରଙ୍କ ଲକ୍ଷ୍ୟ ପୂରଣ ହେଉନହିଁ ା ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ା ଏ ନେଇ ରେବଣାନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ପ୍ରଣବ ପ୍ରକାଶ ପୂର୍ଣ୍ଣଙ୍କୁ ପଚାରିବାରେ ସମିତିମାନଙ୍କୁ ଆମେ ଅନୁଦାନ ଅର୍ଥ ଦେଇଦେଇଛୁ। ଏହି ସମିତିରେ ଆମର ଜଣେ ଆଶାକର୍ମୀ ରହିଥିବା ସମୟରେ ଆଉ ସମସ୍ତ ସଭ୍ୟ ଜନ ପ୍ରତିନିଧି ଓ ସ୍ଥାନୀୟ ଲୋକେ। ଏଭଳି ପରିସ୍ଥିତରେ ସେମାନେ ସଚେତନ ହୋଇ କାର୍ଯ୍ୟ କରିବା କଥା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ: ବନ୍ଧୁକ ମୁନରେ ଭୟଭୀତ କଲେ; ହେଲେ ଗ୍ରାମବାସୀଙ୍କ ସାହସିକତା ଯୋଗୁ…

କୋକସରା,୧୪।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବାଙ୍କିମୁଣ୍ଡା ଗ୍ରାମରେ ମଙ୍ଗଳବାର ଦିନ ଦ୍ବିପ୍ରହରରେ ଏକ ସାଂଘାତିକ ସଶସ୍ତ୍ର ଡକାୟତି ଉଦ୍ୟମ ବିଫଳ ହୋଇଛି।…

ଗ୍ୟାସ ସିଲିଣ୍ତରକୁ ନେଇ ବଡ଼ ଖବର! ମାତ୍ର ୬୭୩ ଟଙ୍କାରେ ମିଳିବ ସିଲିଣ୍ତର? ଜାଣନ୍ତୁ କିପରି କରିବେ ବୁକିଂ..

ନୂଆଦିଲ୍ଲୀ,୧୪ା୭: LPG ଗ୍ରାହକଙ୍କ ପାଇଁ ଆସିଲା ଖୁସି ଖବର । ଗ୍ୟାସକୁ ନେଇ ଆସିଛି ବଡ଼ ଅପଡେଟ୍ । କିଣିବାକୁ ଚାହୁଁଥିଲେ ଜାଣନ୍ତୁ ପୂରା ଖବର ।…

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri