ବାତ୍ୟା ଓ ଅସହାୟ ଆଧୁନିକତା

ବିଚିତ୍ର ବିଶ୍ୱାଳ
ସାମୁଦ୍ରିକ ବାତ୍ୟା ‘ଫନୀ’ର ତାଣ୍ଡବ ପରେ ଆମ ସମ୍ମୁଖରେ ଗୋଟିଏ ବିଷୟ ଉଜାଗର ହୋଇଛି, ତାହା ହେଉଛି ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖରେ ଅସହାୟ ହୋଇପଡ଼ୁଥିବା ଆମ ଆଧୁନିକ ଜୀବନଶୈଳୀ। ଆମ ଜୀବନଶୈଳୀ ଆମକୁ ଯଥେଷ୍ଟ ଅଏସ୍‌, ଆରାମ ଓ ମନୋରଞ୍ଜନ ତ ଯୋଗାଇ ଦେଉଛି, କିନ୍ତୁ ଏସବୁ ମଣିଷର ସ୍ବନିର୍ଭରଶୀଳତାକୁ ହ୍ରାସ କରି ଯନ୍ତ୍ର-ନିର୍ଭରଶୀଳତାକୁ ବଢ଼େଇ ଦେଉଛି। ଅନ୍ୟ ଅର୍ଥରେ କହିଲେ, ଆଧୁନିକତା ଆମକୁ ଆମ ମୁକ୍ତପଣର ବିନିମୟରେ ମିଳିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହଁି। ଆଧୁନିକତାର ପ୍ରତୀକ ସହରଗୁଡ଼ିକରେ ଜୀବନ ଅଧିକରୁ ଅଧିକ ଯନ୍ତ୍ର ଉପରେ ନିର୍ଭରଶୀଳ ଓ ଯନ୍ତ୍ର ବିଜୁଳି ଉପରେ ନିର୍ଭରଶୀଳ। ତେଣୁ ଫନୀ ପରି ବାତ୍ୟା ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ବିଜୁଳି ଖୁଣ୍ଟଗୁଡ଼ିକୁ ଧରାଶାୟୀ କରିଦେଉଛି, ସେତେବେଳେ ସହରୀ ଲୋକମାନଙ୍କୁ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେଇ କେତେ ଦିନ ପାଇଁ ଆଧୁନିକ ସହରଗୁଡ଼ିକ ଚଳତ୍‌ଶକ୍ତି ହରେଇ ପଙ୍ଗୁ ପରି ହୋଇଯାଉଛନ୍ତି। ସହରଗୁଡ଼ିକରେ ଅଧିକାଂଶ ଲୋକ ନିଜ କାମ ନିଜେ କରନ୍ତି ନାହଁି। ସବୁକାମ ପାଇଁ ସେମାନେ ଅନ୍ୟାନ୍ୟ ସେବାପ୍ରଦାନକାରୀଙ୍କ ଉପରେ ନିର୍ଭର କରିଥାଆନ୍ତି। ଏ ପରିସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ସୂଚନା ପାଇ ଯଦି ସେବାପ୍ରଦାନକାରୀମାନେ ନିଜ ନିଜ ଗାଁକୁ ଚାଲିଯାଆନ୍ତି, ତେବେ ସହରୀ ଲୋକମାନେ ଅସହାୟ ହୋଇପଡ଼ିବା ସ୍ବାଭାବିକ।
ଫନୀ ଦ୍ୱାରା ପୁରୀ ଓ ଖୋର୍ଦ୍ଧା ଜିଲା ସର୍ବାଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱର ଓ ପୁରୀ ସଦରମହକୁମା ଅଞ୍ଚଳର ଲୋକମାନେ ଜିଲାର ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଅସୁବିଧାରେ ପଡ଼ିଲେ। ଓଡ଼ିଶା ସରକାର ବାତ୍ୟା ଦାଉରୁ ବହୁ ଲୋକଙ୍କ ଜୀବନ ବଞ୍ଚେଇବାରେ ସକ୍ଷମ ହୋଇପାରିଥିଲେ, କିନ୍ତୁ ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ବିଜୁଳିସେବା ଓ ଯୋଗାଯୋଗର ମୁଖ୍ୟ ମାଧ୍ୟମ ଟେଲିଫୋନ୍‌ ତଥା ମୋବାଇଲ୍‌ ସେବା।
ଆମ ରାଜ୍ୟରେ ଭୁବନେଶ୍ୱର ହଁି ହେଉଛି ସବୁଠାରୁ ଆଧୁନିକ ସହର, ଯେଉଁଠି ସବୁପ୍ରକାର ଆଧୁନିକତା ଓ ବିଳାସବ୍ୟସନର ସାମଗ୍ରୀ ଲୋକଙ୍କ ପାଇଁ ଖଞ୍ଜା ହୋଇରହିଛି। ଚବିଶଘଣ୍ଟିଆ ବିଜୁଳି ଯୋଗାଣ, ପାଇପ୍‌ ପାଣି ବ୍ୟବସ୍ଥା, ବଡ଼ ବଡ଼ ଅଟ୍ଟାଳିକା, ବିଳାସମୟ ସପିଙ୍ଗ୍‌ ମଲ୍‌, ନିୟମିତ ଇଣ୍ଟରନେଟ୍‌- ସବୁ ଦୃଷ୍ଟିରୁ ଭୁବନେଶ୍ୱର ଯଥେଷ୍ଟ ଆଧୁନିକ ଓ ବିକଶିତ। କିନ୍ତୁ ଫନୀର ତାଣ୍ଡବ ପରେ ପରେ ସବୁଠାରୁ ଅଧିକ ହଇରାଣ ହୋଇଛନ୍ତି ଭୁବନେଶ୍ୱର ବାସିନ୍ଦା। ବାତ୍ୟା ପରଦିନ ଆମେ ଯେତେବେଳେ ଆମ ଗାଁରୁ କଟକ ଓ ଭୁବନେଶ୍ୱର ଗଲୁ, ଆମକୁ କେଉଁଠି ବି କିଛି ଖାଇବାକୁ ମିଳିଲା ନାହଁି। ଏପରିକି ବ୍ରେଡ୍‌ ଓ କଦଳୀ ବି ମିଳିଲା ନାହଁି। ପିଇବା ପାଣି ବି ଦୁଷ୍ପ୍ରାପ୍ୟ ହୋଇଯାଇଥିଲା। ଅନୁସନ୍ଧାନ କରିବାରୁ ବୁଝାପଡ଼ିଲା ଯେ, ସହରରେ ଯେଉଁମାନେ ହୋଟେଲରେ ରୋଷେଇ କରନ୍ତି ବା ଟିଫିନ୍‌ ତିଆରି କରନ୍ତି, ସେମାନେ ସମସ୍ତେ ବାତ୍ୟାର ସୂଚନା ପାଇ ନିଜ ନିଜ ଗାଁକୁ ଚାଲିଯାଇଥିଲେ। ଏପରିକି ରାସ୍ତାକଡ଼ରେ କଦଳୀ ଓ ଅନ୍ୟାନ୍ୟ ଫଳମୂଳ ବିକ୍ରି କରୁଥିବା ଲୋକମାନେ ବି ନିଜ ନିଜ ଗାଁକୁ ଚାଲିଯାଇଥିବାରୁ ସେସବୁ ବି ମିଳିବା ଅସମ୍ଭବ ହୋଇପଡ଼ିଥିଲା। ଭୁବନେଶ୍ୱର, କଟକ ଓ ପୁରୀ ଭଳି ସହରରେ ଥିବା ବଡ଼ ବଡ଼ ଅଟ୍ଟାଳିକା ଓ ଆପାର୍ଟମେଣ୍ଟରେ ପାଣିର ସୁବିଧା ମୁଖ୍ୟତଃ ବିଜୁଳି ଉପରେ ନିର୍ଭର କରିଥାଏ। କେବଳ ଆପାର୍ଟମେଣ୍ଟ ନୁହେଁ ସହରର ପ୍ରାୟ ସର୍ବତ୍ର ଜଳ ଯୋଗାଣର ମୁଖ୍ୟ ଉତ୍ସ ବିଜୁଳିଶକ୍ତି। ଯେହେତୁ ବାତ୍ୟା ଯୋଗୁ ବିଜୁଳିସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ତେଣୁ ସହରର ଲୋକମାନେ ପାନୀୟ ଜଳ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ପାଣି ପାଇବାକୁ ଅସୁବିଧାର ସମ୍ମୁଖୀନ ହେଲେ। ଏହି ଅସୁବିଧା ବାତ୍ୟା ଯିବାର ଦଶଦିନ ପର୍ଯ୍ୟନ୍ତ ଲାଗିରହିଥିଲା।
ଯଦିଓ ପ୍ରଶାସନ ତରଫରୁ ଲୋକଙ୍କୁ ଟ୍ୟାଙ୍କରରେ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ତାହା ଭୁବନେଶ୍ୱର ପରି ଏତେ ବଡ଼ ସହର ଓ ବିଶାଳ ଜନସଂଖ୍ୟାର ସମସ୍ତ ପ୍ରକାର ଆବଶ୍ୟକତାକୁ ପୂରଣ କରିବାକୁ ସକ୍ଷମ ନ ଥିଲା। ବିଜୁଳିର ଅସୁବିଧା ଓ ପାଣିର ସଂକଟ ଯୋଗୁ ଭୁବନେଶ୍ୱରରେ ବିଭିନ୍ନ ପ୍ରକାର ସେବା ଯୋଗାଉଥିବା ଓ ଛୋଟମୋଟ ବ୍ୟବସାୟ କରୁଥିବା ଲୋକମାନେ ବାଧ୍ୟହୋଇ ଭୁବନେଶ୍ୱର ଛାଡ଼ି ନିଜ ନିଜ ଗାଁ ଅଭିମୁଖେ ଚାଲିଯାଉଥିବାର ଦେଖାଗଲା। ଏହାଦ୍ୱାରା ଭୁବନେଶ୍ୱର ପରି ସହରରେ ଅନ୍ୟାନ୍ୟ ସେବାର ଉପଲବ୍‌ଧତା ବି ସମ୍ଭବପର ହୋଇପାରିଲା ନାହଁି। ଭୁବନେଶ୍ୱରର ହଜାର ହଜାର ଅଟୋଚାଳକ ବି ଭୁବନେଶ୍ୱରରେ ରହି ହଇରାଣ ହେବା ଅପେକ୍ଷା ନିଜ ଗାଁକୁ ଚାଲିଯିବାକୁ ଅଧିକ ଉଚିତ ମଣିଥିଲେ। ତେଣୁ ଭୁବନେଶ୍ୱରରେ ଯାତାୟାତ ସୁବିଧା ବି କ୍ଷୀଣ ହୋଇଯାଇଥିଲା।
ଆମେ ଯେତେ ଯେତେ ଆଧୁନିକ ହେଉଛୁ ଓ ଆମ ଜୀବନଶୈଳୀକୁ ସ୍ବଚ୍ଛନ୍ଦ କରିଚାଲୁଛୁ, ସେହି ଜୀବନଶୈଳୀ ପ୍ରାକୃତିକ ବିପର୍ଯ୍ୟୟ ସାମ୍‌ନାରେ ଆଣ୍ଠୁମାଡ଼ି ପଡ଼ୁଥିବାର ଦେଖାଯାଉଛି। ଫନୀ ପରେ ପ୍ରାୟତଃ ଗାଁଗହଳିରେ ଲୋକମାନେ ସେତେ ହଇରାଣ ହେବାର ଦେଖାଯାଇନାହଁି। ସହରରେ ପାଣିର ଯେଉଁ ଅସୁବିଧା ଦେଖାଗଲା, ଗାଁରେ ବିଜୁଳି ନ ଥିବା ସତ୍ତ୍ୱେ ସେପରି ଅସୁବିଧା ନ ଥିଲା। କାରଣ ଗାଁରେ ଲୋକମାନେ ନଳକୂପ ବା କୂଅ ପାଣି ଉପରେ ନିର୍ଭର କରନ୍ତି। ଗାଁର ଲୋକମାନେ ବି ତାଙ୍କ ନିଜ ଉପତ୍ାଦିତ ଓ ନିଜ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଉପରେ ନିର୍ଭରକରି ଚଳନ୍ତି। ତେଣୁ ଫନୀ ପରେ ଗାଁ ଲୋକମାନେ ବିଶେଷ କିଛି ଅସୁବିଧାରେ ପଡ଼ିଥିବା ଦେଖାଗଲା ନାହଁି। ଗାଁରେ ଜୀବନ ସହର ପରି ଯନ୍ତ୍ର ଓ ଅନ୍ୟାନ୍ୟ ସେବାପ୍ରଦାନକାରୀଙ୍କ ଉପରେ ନିର୍ଭରଶୀଳ ନ ଥିବାରୁ ଫନୀର ତାଣ୍ଡବ ପରେ ଗାଁ ଯେତେ ଶୀଘ୍ର ଅଣ୍ଟା ଭିଡ଼ି ଠିଆ ହୋଇପାରିଲା, ଆଧୁନିକ ସହର ପାରିଲା ନାହଁି। ଫନୀ ବାତ୍ୟା ଆଉ ଯାହା କରୁ କି ନ କରୁ ସହରର ଲୋକମାନଙ୍କୁ ଗାଁର ସ୍ବାବଲମ୍ବନଶୀଳତା ବିଷୟରେ ନିଶ୍ଚିତ ଭାବେ ଚେତେଇ ଦେଇଛି। ପ୍ରାକୃତିକ ବିପର୍ଯ୍ୟୟ ସାମ୍‌ନାରେ ସହରୀ ଆଧୁନିକ ଜୀବନର ଅସହାୟତା ଓ ସରଳ ଗ୍ରାମ୍ୟ ଜୀବନର ତିଷ୍ଠି ରହିବା, ଆମ ସମ୍ମୁଖରେ ଆଉ ଗୋଟିଏ ଦିଗକୁ ଉଜ୍ଜୀବିତ କରୁଛି। ଅବଶ୍ୟ ଆଧୁନିକ ବିଜ୍ଞାନ ଦ୍ୱାରା ଆମେ ବାତ୍ୟା ଆଗମନର ଯଥେଷ୍ଟ ପୂର୍ବରୁ ଖବର ପାଇ ହୁସିଆର ରହିପାରୁଛୁ। କିନ୍ତୁ ଏଥିସହିତ ଆଧୁନିକ ଜୀବନଶୈଳୀ ଆଣୁଥିବା ଅସହାୟତାକୁ ବି ଫନୀ ଆମକୁ ଦେଖେଇ ଦେଇଗଲା, ଯାହାର ପ୍ରାସଙ୍ଗିକତାକୁ ଏଡ଼େଇ ଦେଇ ହେବନାହଁି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ଜନହିତୈଷୀ ପ୍ରଧାନମନ୍ତ୍ରୀ

ହାଇତି ଉତ୍ତର ଆମେରିକା ମହାଦେଶରେ ଅବସ୍ଥିତ ଏକ ଦେଶ। ଏହାର ରାଜଧାନୀ ପୋର୍ଟ-ଆଉ-ପ୍ରିନ୍ସ। ୧.୧ କୋଟି ଜନସଂଖ୍ୟାବିଶିଷ୍ଟ ଏହି ଦେଶର ଅର୍ଥନୀତିକୁ ୨୦୧୦ର ଭୂକମ୍ପ, ୨୦୧୨ର...

ବିବାଦୀୟ କେରଳୀ ବାବୁ

ବିବାଦୀୟ କେରଳ ଆଇପିଏସ୍‌ ଅଫିସର ଯାଦବ ଟମାସ ନିଜର ରଙ୍ଗିନ କ୍ୟାରିଅରକୁ ଏକ ଗଣମାଧ୍ୟମର ଶିରୋନାମା ତିଆରି କଲା ଭଳି ଢଙ୍ଗରେ ସମାପ୍ତ କରିଛନ୍ତି। ଚାକିରିର...

ନିର୍ବାଚନରେ ଜିତିବା କ୍ଲିନ୍‌ଚିଟ୍‌ ନୁହେଁ

ସହଦେବ ସାହୁ ନିର୍ବାଚନରେ ଯେତେ କମ୍‌ରେ ଜିତିଲେ ବି ରାଜନେତାମାନେ ଭାବନ୍ତି ବୁଦ୍ଧିଜୀବୀମାନେ ବା ମିଡିଆ ତାଙ୍କୁ ଯେତେ ଖରାପ କହୁଥିଲେ ବି ଜନମତ ତାଙ୍କୁ...

ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ...

ଏଇ ଭାରତରେ

ଜୀବିକା ପାଇଁ ଭାରତରେ ବହୁ ମହିଳା ଅଟୋରିକ୍ସା ଚଳାଉଛନ୍ତି କିନ୍ତୁ ମଣିପୁରର ଲାଇବି ଓଇନାମ୍‌ ଏମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ। ମଣିପୁରର ପ୍ରଥମ ମହିଳା ଅଟୋଚାଳକ...

ସମାପ୍ତି ଦିଶୁ ନାହିଁ

ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ୧ ମାସ ଅତିକ୍ରମ କରିଯାଇଥିଲେ ମଧ୍ୟ ଯୁଦ୍ଧ ଥମିବାର ସଙ୍କେତ ମିଳୁନାହିଁ। ୟୁକ୍ରେନ୍‌ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଭିତିରି ସମର୍ଥନ...

ଏଇ ଭାରତରେ

ଜମ୍ମୁ-କଶ୍ମୀରର ସାହସିନୀ ମହିଳା ଆଲିଆ ମୀର। ସେ ଶିକ୍ଷକତା ଛାଡ଼ି ପ୍ରାଣୀ ସୁରକ୍ଷାରେ ଲାଗିଛନ୍ତି। ରହନ୍ତି ଶ୍ରୀନଗରରେ। ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ଓ ବି.ଏଡ୍‌. ଶେଷ...

ଶାସକ ଶ୍ରେଣୀର ଅହଂକାର ଓ ବୁଦ୍ଧିଜୀବୀଙ୍କ ନୀରବତା

ଡ. ସନ୍ତୋଷ କୁମାର ମହାପାତ୍ର ପ୍ରାୟ ଏକ ବର୍ଷରୁ ଊଦ୍ଧର୍‌ବ ଧରି କରୋନା ମହାମାରୀ ଏପରି ଭୟାନକ ସ୍ଥିତିକୁ ମାନବଜାତିକୁ ଠେଲି ଦେଇଛି ଯେ ଜଣେ...

Advertisement
Archives

Model This Week