ବାଟ ହୁଡୁଛି ଆଇଟିଡିଏ ଉନ୍ନୟନ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୫।୧(ଡି.ଏନ୍‌.ଏ.) – ଦାରିଙ୍ଗବାଡ଼ି ବ୍ଲକ ଦୁର୍ଗମ ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁ ଛାତ୍ରାବାସ ଏବଂ ସରାମୁଳି ପଞ୍ଚାୟତର ପାକଲମାହା ଛାତ୍ରାବାସରେ ବହୁ ଅବ୍ୟବସ୍ଥା ଦେଖାଯାଇଛି । ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ପାଇଁ ଲକ୍ଷାଧିକ ଟଙ୍କା ବିନିମୟରେ ପାଇଖାନା ନିର୍ମାଣ କରାଯାଇଥିଲେ ସୁଦ୍ଧା ନିମ୍ନ ମାନର କାର୍ଯ୍ୟ ଯୋଗୁ ଛାତ୍ରମାନେ ଶୌଚ ପାଇଁ ନିକଟସ୍ଥ ଜଙ୍ଗଲରେ ବହିଯାଉଥିବା ନାଳକୁ ଯାଉଛନ୍ତି । ଅପରାହ୍ନରେ ବିଦ୍ୟାଳୟ ଛୁଟି ପରେ ଖେଳକୁଦ କରି ସନ୍ଧ୍ୟା ସମୟରେ ଶୌଚପାଇଁ ଯିବାକୁ ପଡ଼ୁଛି ଏଭଳି ଦିନେ କି ଦୁଇଦିନ ନୁହେଁ ପ୍ରତିଦିନ ବିପଦପୂଣ୍ଣ ଭାବେ ଶୌଚ ପାଇଁ ଯାଉଛନ୍ତି। ଛାତ୍ରଙ୍କ ସୁରକ୍ଷା ନେଇ ଅଭିଭାବକ ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷ ଚିନ୍ତାରେ। ଏନେଇ ତିଆରିଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ରାଉତ କହିଛନ୍ତି ଯେ, ଲକ୍ଷାଧିକ ଟଙ୍କାରେ ଛାତ୍ରଙ୍କ ପାଇଁ କରାଯାଇଥିବା ପାଇଖାନାର କବାଟ ପଡୁ ନ ଥିବାବେଳେ ପାଇପରେ ମଇଳା ନ ଯାଇ ଚୋକ୍‌ ହେଉଛି। ନିକଟରେ ରୋଷେଇ ଘର ରହିଥିବାବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲ ନିକଟରେ ଏହି ପାଇଖାନା ନିର୍ମାଣ କରାଯାଇଛି ତେଣୁ ଦୁର୍ଗନ୍ଧ ହେଉଛି। ଏନେଇ ସେ ବାରମ୍ବାର ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଦୁର୍ଭାଗ୍ୟଜନକ ବୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଅଞ୍ଚଳର ଜଣେ ପ୍ରଭାବଶାଳୀ ଶିକ୍ଷକ ଉକ୍ତ ଠିକା କାର୍ଯ୍ୟ କରି ଏଭଳି ନିମ୍ନମାନର କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ସେହିପରି ପାକଲମାହାରେ ମଧ୍ୟ ପ୍ରାୟ ୪ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ବିନିଯୋଗରେ ହଷ୍ଟେଲ ମରାମତି ସହ ପାଇଖାନା ନିର୍ମାଣ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ପାଇଖାନା ପାଇପରୁ ପାଣି ଲିକେଜ ହୋଇ ଦୁର୍ଗନ୍ଧ ହେଉଛି। ହଷ୍ଟେଲ ମରାମତି କାର୍ଯ୍ୟ ଅଧାରୁ ବନ୍ଦ କରିଦିଆଯାଇଛି। ଫଳରେ ହଷ୍ଟେଲର ଛାତ୍ରମାନେ ଏକ ଶ୍ରେଣୀ ଗୃହରେ ରାତ୍ରୀଯାପନ କରୁଛନ୍ତି । ସୂଚନା ଯୋଗ୍ୟଯେ, ଉକ୍ତ ଅଞ୍ଚଳ ଦୁର୍ଗମ ଏବଂ ମାଓବାଦୀ ପ୍ରବଣ ହୋଇଥିବାରୁ କୌଣସି ଉଚ୍ଚ ପଦାଧିକାରୀଙ୍କ ପାଦ ପଡୁନାହିଁ। ଫଳରେ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥ ବାଟମାରଣ ହେଉଥିବା ଆଶଙ୍କା କରାଯାଇଛି । ଏନେଇ ବିଭାଗୀୟ ଯନ୍ତ୍ରୀ ବୁଦ୍ଧିରାମ ମୁର୍ମୁଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏନେଇ ଠିକାଦାର କୌଣସି ନିମ୍ନମାନର କାର୍ଯ୍ୟ କରିନାହାନ୍ତି ବରଂ କାମରେ ଏପଟ ସେପଟ ହୋଇ ଭୁଲ ହୋଇଛି। ତେଣୁ ତାହା ପୁଣି ମରାମତି କରାଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲାରେ ବାଲିଗୁଡ଼ା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ)ପକ୍ଷରୁ ସମସ୍ତ ଛାତ୍ରାବାସରେ ସ୍ବଚ୍ଛ ପିଇବା ପାଣି ସମେତ ପାଇଖାନା, ଏବଂ ହଷ୍ଟେଲ ଗୃହ ନିର୍ମାଣ ସହ ମରାମତି କାର୍ଯ୍ୟ କରାଯାଉଛି। ହେଲେ କିଛି ଅଧିକାରୀଙ୍କ ତଦାରଖ ଅଭାବ ଯୋଗୁ ଏହା ଦିଗହରା ହୋଇପଡୁଥିବା ନେଇ ଜନଅସନ୍ତୋଷ ଦେଖାଯାଇଛି ା କେଉଁଠି କାର୍ଯ୍ୟ ନିମ୍ନ ମାନର କରାଯାଉଛି ତ ଆଉ କେଉଁଠି କାର୍ଯ୍ୟକୁ ଅଧାରୁ ଛାଡ଼ି ଦିଆଯାଉଛି ଯାହାକି ଦୁର୍ଗମ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟ ପାଇଁ କରାଯାଉଥିବା ଜନହିତକର ଯୋଜନା ବାଟ ହୁଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଲେ ବଡ଼ ଘୋଷଣା

ଭୁବନେଶ୍ବର,୩ା୭: ଦିଲ୍ଲୀରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

ପ୍ରକାଶ ପାଇଲା ପିଜି ପ୍ରବେଶିକା ପରୀକ୍ଷା ରେଜଲ୍ଟ, ନାମଲେଖା ସମୟସୂଚୀ…

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୬ ରେଜଲ୍ଟ ଗୁରୁବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ର ସାମ୍‌ସ ପୋର୍ଟାଲ ମାଧ୍ୟମରେ ନିଜ ପରୀକ୍ଷାଫଳ…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri