ବାଟବଣା ବୃତ୍ତିହରା ବୁଣାକାର

ଭାପୁର, ୨୯।୫ – ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲିଯାଇଛି। ତନ୍ତ କେବେ ବନ୍ଦ ହେବାର ଜାଣିନୁ। ହେଲେ କରୋନା ଆସିବା ଦିନରୁ ବୃତ୍ତି ହିଁ ବୁଡ଼ିଗଲା। ପର୍ବପର୍ବାଣି, ବିବାହ ଋତୁରେ ଭଲ ବେପାର ହେବ ବୋଲି ଆଶା କରିଥିଲୁ। ସେହି ଅନୁଯାୟୀ ଶାଢ଼ି, ଲୁଗା ପ୍ରସ୍ତୁତ କରି ରଖିଥିଲୁ। ଦୁଇମାସ ହେଲା ବ୍ୟବସାୟ ପୂରା ବନ୍ଦ। ହାତବାନ୍ଧି ବସିଛୁ। ଏଭଳି କିଛିଦିନ ଲାଗିରହିଲେ ପିଲାଛୁଆ ଭୋକ ଉପାସରେ ରହିବେ। ବଞ୍ଚିବାକୁ ହେଲେ ବୃତ୍ତି ଛାଡ଼ି ଅନ୍ୟପନ୍ଥା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି ଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ପଞ୍ଚାୟତ ଅଧୀନ ସରାକପାଟଣା ଗ୍ରାମର ବୁଣାକାର।
ବୁଣାକାରଙ୍କ ଗାଁ ଭାବେ ଜିଲା ତଥା ଜିଲା ବାହାରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ସରାକପାଟଣା। ଗ୍ରାମରେ ୭୦ ତନ୍ତ ପଡ଼ିଥିବାବେଳେ ୧୦୦ ପରିବାରର ୨୧୫ ବୁଣାକାର କୌଳିକ ବୃତ୍ତିକୁ ଆଧାର କରି ଜୀବିକା ଅର୍ଜନ କରିଥାନ୍ତି। କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବ୍ୟବସାୟ ୮ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସମ୍ଭାଳୁଛନ୍ତି। ପଲ୍ଲିଶ୍ରୀ ମେଳା, ରାଜ୍ୟ ବାହାରେ ହେଉଥିବା ପ୍ରଦର୍ଶନୀରେ ସାମଗ୍ରୀ ବିକ୍ରିବଟା କରି କାରିଗରମାନେ ଭଲ ଦି ପଇସା ରୋଜଗାର କରୁଥିଲେ। ସେହିପରି ବିବାହ, ବ୍ରତ, ସାବିତ୍ରୀରେ ଶାଢ଼ି ସମେତ ଅନ୍ୟ ସାମଗ୍ରୀର ଚାହିଦା ବେଶି ରହୁଥିଲା। ହେଲେ ଲକ୍‌ଡାଉନ୍‌ କଟକଣା ଯୋଗୁ ୨ମାସ ହେଲା ବ୍ୟବସାୟରେ ବ୍ରେକ୍‌ ଲାଗିଛି। ଆବଶ୍ୟକ କଞ୍ଚାମାଲ ଅଭାବରୁ ସାମଗ୍ରୀ ତିଆରି ହୋଇପାରୁନାହିଁ। ବଜାର ଅବ୍ୟବସ୍ଥିତ ହୋଇପଡିଥିବାରୁ ତିଆରି କରି ରଖାଯାଇଥିବା ସାମଗ୍ରୀ ବିକ୍ରି କରିବାରେ ସମସ୍ୟା ଉପୁଜିଛି। ଫଳରେ ବୃତ୍ତିହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୁଣାକାର ପରିବାର। କରୋନା ବୁଣାକାରଙ୍କ ଜୀବିକାକୁ ଆଶଙ୍କା ଭିତରକୁ ଠେଲି ଦେଇଥିବାବେଳେ ଏବେ ଅନେକେ ହସ୍ତତନ୍ତ କାରିଗର ବୃତ୍ତି ବଦଳାଇବାକୁ ଚିନ୍ତା ମଧ୍ୟ କଲେଣି।
ଏ ନେଇ ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜିକା ମୋନାଲିସା ଭଞ୍ଜ କୁହନ୍ତି, ସରକାରୀସ୍ତରରେ ଆୟୋଜିତ ମେଳାରେ ବୁଣାକାରଙ୍କ ହାତ ତିଆରି ଜିନିଷ ବିକ୍ରି କରିବା ଲାଗି ଆବଶ୍ୟକ ସହଯୋଗ କରାଯାଉଛି। ଲକ୍‌ଡାଉନ୍‌ ପରେ ବି ହସ୍ତତନ୍ତ କାରିଗରଙ୍କୁ ପ୍ରୋତ୍ସାହିତ କରାଯିବ। ସ୍ଥିତିରେ ସୁଧାର ଲାଗି ଋଣ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

(ରାଜକୁମାର ପ୍ରଧାନ)


Enter your email to get our daily news in your inbox.

All Right Reserved By Dharitri.Com

ବ୍ରଜରାଜନଗର ଉପନିର୍ବାଚନ: ୩ଟା ସୁଦ୍ଧା ୫୭ % ମତଦାନ

ଝାରସୁଗୁଡ଼ା ଅଫିସ, ୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ସେହିପରି...

ଚିକିତ୍ସାରେ ଅର୍ଥ ବାଧକ

ଚମ୍ପୁଆ, ୧୨ ।୩(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ସୋନୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଅର୍ଥ...

ଡୁଙ୍ଗୁରୁଗୁଡା ଗ୍ରାମରେ ତିନି ଭାଇଙ୍କୁ ବାସନ୍ଦ ଘଟଣା: ବିଇଓଙ୍କ ସହ ଆଲୋଚନା କଲେ ବାସନ୍ଦ ପରିବାର

ପାତ୍ରପୁର,୧୭ା୯(ଡି.ଏନ୍‌.ଏ.)- ଜରଡ଼ା ଥାନା ପାତ୍ରପୁର ବ୍ଲକ ଡୁଙ୍ଗୁରୁଗୁଡା ଗ୍ରାମରେ ସାମାନ୍ୟ କଥାକୁ ନେଇ ୩ଭାଇଙ୍କୁ ଗ୍ରାମରୁ ବାସନ୍ଦ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମଙ୍ଗଳବାର...

କାର୍ଯ୍ୟକାରୀ ମୂଳଧନ ୧୧୬୨ କୋଟି ଟପିଲା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟକାରୀ ମୂଳଧନ ୧୧୬୨କୋଟି ଟଙ୍କାକୁ ଟପିଛି। ଋଣ ଆଦାୟର ହାର ଶତକଡ଼ା ୯୬ ପ୍ରତିଶତ ରହିଛି ବୋଲି ବ୍ୟାଙ୍କର...

ନଁ।କୁ ସୀମା ସିଲ୍‌: ପଶ୍ଚିମବଙ୍ଗରୁ ଫେରିଆସୁଛନ୍ତି ଓଡ଼ିଆ

ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍‌ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି।...

ଭାଉଜଙ୍କୁ ହତ୍ୟା କଲେ ଦିଅର

ଖୋର୍ଦ୍ଧା ଅଫିସ,୧୦ା୧୦: ବାଣପୁର ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଦିଅର ହାତରେ ଭାଉଜଙ୍କ ଜୀବନ ଯାଇଛି। ତେବେ...

ସ୍କୁଲ ବସ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ

ରାଉରକେଲା ଅଫିସ,୧।୮: ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ କୋଏଲନଗର ସି-ବ୍ଲକ ଛକରେ ଗୁରୁବାର ପୂର୍ବାହ୍ନରେ ଏକ ଘରୋଇ ସ୍କୁଲ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...

ସିଡିଏମ୍‌ଓଙ୍କ ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ

ହିଞ୍ଜିଳିକାଟୁ,୫।୧୦(ଡି.ଏନ୍‌.ଏ.): ଗଞ୍ଜାମ ସିଡିଏମ୍‌ଓ (ଜିଲା ମୁଖ୍ୟ ଚିକିତ୍ସାଧିକାରୀ) ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଶନିବାର ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ଡାକ୍ତରଖାନାର ବିଭିନ୍ନ ସମସ୍ୟା...

Advertisement
Archives

Model This Week