ବାଛରାନାସୀ ନାଳର ପୁନରୁଦ୍ଧାର ସରକାର ଭୁଲିଗଲେ

ପଟ୍ଟାମୁଣ୍ଡାଇ,୨୫।୪: (ସ୍ବ.ପ୍ର.) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ବାଛରାନାସୀର ପୁନରୁଦ୍ଧାର କାର୍ଯ୍ୟ ରାଜ୍ୟ ସରକାର ଆରମ୍ଭ କରିଥିଲେ ହେଁ, କାମ ଅଧାରୁ ରଖି ଠିକାଦାର ଛୁ ମାରିଛନ୍ତି। ଫଳରେ ଧୋୟାଞ୍ଚଳବାସୀଙ୍କ ସ୍ବପ୍ନ ପୂରଣ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସାମାଜିକ କର୍ମୀ ହିରଣ୍ୟ ରାଉତ କହିଛନ୍ତି। ପଟ୍ଟାମୁଣ୍ଡାଇ ପାଖ ବ୍ରାହ୍ମଣୀ ନଦୀରୁ ବାହାରିଥିବା ଶାଖା ନାଳ ବାଛରାନାସୀର ପୁନରୁଦ୍ଧାର ହେଲେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଶସ୍ୟଶ୍ୟାମଳା ହେବ। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବା ଫଳରେ ୫ ବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଖନନ କାର୍ଯ୍ୟ କରାଇବା ପାଇଁ ଠିକାଦାର ନିଯୁକ୍ତି କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ଠିକାଦାର ଏହାର ଖନନ କାର୍ଯ୍ୟ ଆରମ୍ଭ କରି ଅଧାରୁ କାମ ବନ୍ଦ କରି ଦେଇଥିଲେ। ଅଞ୍ଚଳବାସୀଙ୍କ ପକ୍ଷରୁ ଏ ନେଇ ସ୍ଥାନୀୟ ପ୍ରଶାସନ, ଜିଲା ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଗଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଚାଷୀମାନେ ପାଣି ଅଭାବରୁ ଜମିରେ ଚାଷକାର୍ଯ୍ୟ କରି ନ ପାରିବାରୁ ଚାଷରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହୋଇଛନ୍ତି। ଏବେ ଶତାଧିକ ଏକର ଉର୍ବର ଧୋୟାଞ୍ଚଳ ଜମି ପଡ଼ିଆ ପଡ଼ିଥିବାବେଳେ ଚାରିଆଡେ ଖଁା ଖଁା ଲାଗୁଛି।
ଚାଷୀ ସମୀର ପ୍ରଧାନ କହିଛନ୍ତି, ବ୍ରାହ୍ମଣୀ ନଦୀରୁ ବାହାରିଥିବା ଶାଖାନାଳ ବାଛରାନାସୀ ଉପରେ ପଟ୍ଟାମୁଣ୍ଡାଇ ବ୍ଲକର ବାଛରା, ମଣ୍ଡପଡ଼ା, ବାଲିପାଟଣା, ଖରିପାଳ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର କଷଣଅଣ୍ଟା, ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, ନନ୍ଦିନୀନଗର, ତନୁପୁର, ବଙ୍ଗାଳିଦିଆ ଆଦି ଅଞ୍ଚଳର ଶହ ଶହ ଏକର ଜମିରେ ବିଭିନ୍ନ କିସମର ପନିପରିବା ସହ ଶସ୍ୟ ଜାତୀୟ ଫସଲ, ଚିନାବାଦାମ, ଆଳୁ ଆଦି ଅର୍ଥକରୀ ଫସଲ ବ୍ୟାପକ ଭାବେ ଚାଷ ହେଉଥିଲା। ଧୋୟାଞ୍ଚଳର ଲୋକମାନେ ମୁଖ୍ୟତଃ ଏହି ସବୁ ଅର୍ଥକରୀ ଫସଲ ଉପତ୍ାଦନ ଉପରେ ନିର୍ଭର କରି ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ସହ ତେଲଲୁଣ ସଂସାର ଚଳାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଆର୍ଥତ୍କ ସ୍ଥିତିକୁ ମଜଭୁତ କରିପାରୁଥିଲେ। କ୍ରମଶଃ ବ୍ରାହ୍ମଣୀ ନଦୀରୁ ବାହାରିଥିବା ବାଛରାନାସୀ ମୁହାଣ ପୋତି ହୋଇପଡ଼ିବା ଫଳରେ ଶାଖା ନାଳ ମଧ୍ୟକୁ ନଦୀର ଜୁଆର ପାଣି ଆଉ ପ୍ରବେଶ କରିପାରିଲାନାହିଁ। ଫଳରେ ଧୀରେ ଧୀରେ ବ୍ରାହ୍ମଣୀ ଶାଖା ବାଛରାନାସୀ ପୋତି ହୋଇପଡ଼ିବା ସହ ସେଥିରେ କଟକି ଦଳ, କେଉଟି, ଅନାବନା ଗଛଲତାରେ ପରିପୂର୍ଣ୍ଣ ହୋଇ ଏହା କ୍ରମଶଃ ପୋତି ହୋଇଗଲାଣି। ବ୍ରାହ୍ମଣୀ ନଦୀ ବାଛରାନାସୀ ଶାଖା ନାଳର ଉଭୟପାର୍ଶ୍ୱରେ ଥିବା ଉର୍ବର ଚାଷଜମି ପାଣି ଅଭାବରୁ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିବା ଫଳରେ ସେଥିରେ ବେଣା ଜଙ୍ଗଲ ସୃଷ୍ଟି ହେବାରୁ ଚାଷୀମାନେ ଚାଷକାର୍ଯ୍ୟରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହେଉଛନ୍ତି। ବୁଦ୍ଧିଜୀବୀ କ୍ଷୀରୋଦ ପ୍ରଧାନ କହିଛନ୍ତି, ଏକଦା ପଟ୍ଟାମୁଣ୍ଡାଇ ବଜାର ସମେତ ଆଳି, ରାଜନଗର, ରାଜକନିକା, କେନ୍ଦ୍ରାପଡ଼ା, ମହାକାଳପଡ଼ା ପ୍ରଭୃତି ଅଞ୍ଚଳକୁ ବ୍ୟାପକ ଭାବେ ସବୁଜ ପନିପରିବା ଯୋଗାଇ ଆସୁଥିବା ଏହି ଧୋୟାଞ୍ଚଳର ପାଳ ଜମି ଏବେ ବର୍ଷ ବର୍ଷ ଧରି ପଡ଼ିଆ ପଡ଼ିବା ଫଳରେ ଉପତ୍ାଦିକା ଶକ୍ତି ହରାଇ ସାରିଛି। ବ୍ରାହ୍ମଣୀ ନଦୀରୁ ବାହାରିଥିବା ବାଛରାନାସୀ ଶାଖା ନାଳରେ ଉଠା ସେଚ ପଏଣ୍ଟଗୁଡିକ ମାଧ୍ୟମରେ ଚାଷ ଜମିରେ ପାଣି ମଡ଼ାଇବା ସହଜ ହେଉଥିଲା। ଚାଷୀମାନେ ମଧ୍ୟ ତେଣ୍ଡା ସାହାଯ୍ୟରେ ଏହି ନାଳରୁ ଜମିକୁ ପାଣି ମଡ଼ାଇ ବିଭିନ୍ନ ପ୍ରକାର ପନିପରିବା, ଅର୍ଥକରୀ ଫସଲ ଉତ୍ପାଦନ କରୁଥିଲେ। ଏବେ ପଟ୍ଟାମୁଣ୍ଡାଇକୁ ବାହାର ଅଞ୍ଚଳରୁ ପନିପରିବା ବିକ୍ରି ହେବାକୁ ଆସୁଥିବାବେଳେ ଚଢ଼ା ଦରରେ ଖାଉଟିମାନେ ପରିବା କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପକ୍ଷରେ ଏହି ବାଛରାନାସୀ ବ୍ରାହ୍ମଣୀ ଶାଖା ନାଳରେ ଲୋକମାନେ ଶୌଚାଦି କର୍ମ ସମ୍ପାଦନ କରୁଥିଲେ। ଏହା ଉପରେ ଗୃହପାଳିତ ପ୍ରାଣୀମାନେ ମଧ୍ୟ ନିର୍ଭର କରୁଥିଲେ। ବାଛରାନାସୀକୁ ଖନନ କରାଯାଇ ପୁଣି ଏହାର ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଛି। ବ୍ରାହ୍ମଣୀରୁ ବାହାରିଥିବା ବାଛରାନାସୀର ମୁହାଣକୁ ଖୋଳାଯିବା ସହିତ ସମୁଦାୟ ଶାଖା ନାଳଟିର ଖନନ କରାଗଲେ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଚାଷଜମି ଶସ୍ୟଶ୍ୟାମଳା ହେବା ସହ ଚାଷୀମାନଙ୍କ ଆର୍ଥତ୍କ ସ୍ଥିତି ମଜଭୁତ ହୋଇପାରିବ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri