ବାଘୁଆ ପ୍ରକଳ୍ପରୁ ପାଣି ଛଡାଗଲା

ବୁଗୁଡ଼ା,୨୧ା୭(ଡି.ଏନ.ଏ.)- ବୁଗୁଡ଼ା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୁଲାଇ ୧୩ରେ ଅନୁଷ୍ଠିତ ବାଘୁଆ ପାଣି ପଞ୍ଚାୟତ ପ୍ରକଳ୍ପ କମିଟିର ନିଷ୍ପତ୍ତି ଅନୁଯାୟୀ ରବିବାର ଅପରାହ୍ନ ୪ଟାରେ ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦେଇ ପାଣି ଛଡାଯାଇଛି। ବର୍ଷା ଅଭାବରୁ ଖରିଫ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ପାଣି ଛଡ଼ାଯାଇଛି। ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦ୍ୱାରା ପ୍ରତି ସେକେଣ୍ଡରେ ୮.୫୭ ଘନ ମିଟର ଜଳ ଛଡ଼ାଯାଉଛି। ଏହି ଜଳସେଚନ ଦ୍ୱାରା ବୁଗୁଡ଼ା ବ୍ଲକର ପ୍ରାୟ ୫ ହଜାର ହେକ୍ଟର ଓ ପୋଲସରା ବ୍ଲକର ପ୍ରାୟ ୩ ହଜାର ୫୦୦ ହେକ୍ଟର ଏପରି ମୋଟ ୮ ହଜାର ୫୦୦ ହେକ୍ଟର ଜମିରେ ଖରିଫ ଚାଷ ହୋଇପାରିବ। ରୋଟେସନ ମାଧ୍ୟମରେ ଜମିରେ ଜଳସେଚନ କରିବା ପାଇଁ ସମସ୍ତ ଚାଷୀ ଭାଇମାନଙ୍କୁ ଜଣାଇ ଦିଆଯାଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି। କେନାଲରେ ଜଳ ଛଡ଼ାଯିବା ସମୟରେ ବୁଗୁଡ଼ା ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ, ସହକାରୀ ଯନ୍ତ୍ରୀ ବୈଜୟନ୍ତୀ ସାହୁ ଓ କେଶବ ଖଟାଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜଳର ସୁଷମ ବଣ୍ଟନ କରି ଜମିରେ ଜଳସେଚନ କରିବାକୁ ସହ ନିର୍ବାହୀ ଯନ୍ତ୍ରୀ ସାହୁ ବୁଗୁଡ଼ା ଓ ପୋଲସରା ବ୍ଲକର ପୂର୍ବତନ ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀମାନେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି।
(((ଫଟୋ-ବିଏମ-୨୧-୯-ବାଘୁଆ କେନାଲରୁ ଖରିଫ ଚାଷ ପାଇଁ ପାଣି ଛଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁତର ରୋଗୀଙ୍କୁ ଟୋସିଲିଜୁମାବ ଇଞ୍ଜେକ୍‌ଶନ

ଭୁବନେଶ୍ୱର, ୮।୫(ବ୍ୟୁରୋ): କରୋନା ରୋଗୀଙ୍କ ଚିକିତ୍ସା ପାଇଁ ନୂଆ ଟୋସିଲିଜୁମାବ୍‌ ଇଞ୍ଜେକ୍ସନ ଓ ଅନୁମୋଦିତ ଅନ୍ୟ ଔଷଧ ବ୍ୟବହାର ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏସ୍‌ଓପି...

ଭୁବନେଶ୍ୱରରୁ ଆଜି ପୁଣି ୫ ପଜିିଟିଭ୍‌ ଚିହ୍ନଟ: ୭ ସୁସ୍ଥ

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ହେଲେ ଜି. ପାପା ରାଓ

ଛତ୍ରପୁର,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ଭାବେ ୪ ନମ୍ବର ଓ୍ବାର୍ଡ ବିଜେଡି କାଉନସିଲର ଜି. ପାପା ରାଓ ଗୁରୁବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।...

ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର, ପୋଷ୍ଟର: ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଉଲ୍ଲେଖ

ମାଲକାନଗିରି,୨।୨(ସ୍ବ.ପ୍ର.): ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର ଓ ପୋଷ୍ଟର ରବିବାର ଦେଖିବାକୁ ମିଳିଛି। ପୋଲିସ ଓ ସରକାରଙ୍କୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି।...

ଅଗଷ୍ଟ ୩୧ ଯାଏ ଶୌଚାଳୟ ବ୍ୟବହାର ମାଗଣା

ଭୁବନେଶ୍ୱର,୨୬।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ନଗର ଉନ୍ନୟନ ବିଭାଗ ନୂତନ ପଦକ୍ଷେପ ଗ୍ରହଣ କରିଛି। ଏହି କ୍ରମରେ ସହରାଞ୍ଚଳରେ ଥିବା ଗୋଷ୍ଠୀ ପାଇଖାନା/ଶୌଚାଳୟକୁ ରାଜ୍ୟ ସରକାର...

ନିର୍ଯାତନା ପରେ ନାବାଳିକାଙ୍କୁ ଫିଙ୍ଗିଦେଲେ

ଭୁବନେଶ୍ୱର,୭ା୧୨ (ବ୍ୟୁରୋ): ନାବାଳିକାଙ୍କୁ ଘରେ ରଖି ଖଟାଉଥିଲେ। ପ୍ରତ୍ୟେକ ଦିନ ତାଙ୍କୁ ଲୁହା ରଡ୍‌ରେ ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ମାଡ଼ରେ ଗୁରୁତର...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁ ମାଛି ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହତ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁମାଛି ଆକ୍ରମଣରେ ଗୁରୁବାର ୧୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ପଞ୍ଚିମବଙ୍ଗର ବୋଲି ଜଣାପଡ଼ିଛି।...

ଆଜିଠୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ

ଭୁବନେଶ୍ୱର, ୧୯।୧(ବ୍ୟୁରୋ): ରାଜ୍ୟରେ ଗୁରୁବାରଠାରୁ ପୁଣି କୋଭିଡ୍‌ ଟିକାକରଣ ଆରମ୍ଭ ହେବ। ରାଜ୍ୟର ସମସ୍ତ ଜିଲା, ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ଡାକ୍ତରଖାନାରେ ଟିକା ଦିଆଯିବ।...

Advertisement
Archives

Model This Week