ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଅତାବିରା/ଚିପିଲିମା/ଭେଡେନ,୧୦।୩(ଡି.ଏନ୍‌.ଏ.): ହୋଲିକୁ ନେଇ ଚାରିଆଡ ଉତ୍ସବମୁଖର ଥିବା ବେଳେ ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ୫୪ନଂ ଜାତୀୟ ରାଜପଥ ଭେଡେନ ଥାନା ତଥା ରୁଷୁଡ଼ା ଫାଣ୍ଡି ଅଧୀନ ମେହେନା ଛକ ନିକଟରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭେଡେନ ଥାନା ରୁଷୁଡ଼ାଫାଣ୍ଡି ଭାଙ୍ଗକୁଦ ଗ୍ରାମର ପବିତ୍ର ହଂସ। ଆହତ ୩ଜଣଙ୍କ ପରିଚୟ ମିଳିପାରିନାହିଁ। ମୃତ ପବିତ୍ର ଭେଡେନର ଏକ ହୋଟେଲରେ କାମ କରୁଥିଲେ । ସେ ହୋଲି ପାଇଁ ଗ୍ରାମକୁ ଆସିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଉଭୟ ବାଇକ୍‌ରେ ୪ଜଣ ଯାଉଥିବା ବେଳେ ଉକ୍ତ ସ୍ଥାନରେ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପବିତ୍ରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି। ରୁଷୁଡ଼ା ଫାଣ୍ଡି ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକଦ୍ୱୟକୁ ଜବତ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍‌ଡାଉନ କଟକଣା...

ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଅ: ହାଇକୋର୍ଟ

ଯାଜପୁର ଅଫିସ,୧୦।୮: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ରାଶନ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ନେଇ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏକ...

ଯୋଗାଣ ସହାୟକଙ୍କୁ ମାଡ଼, ଥାନାରେ ଏତଲା

କୁକୁଡାଖଣ୍ଡି,୧ା୧୧(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଗ୍ରାମର ଏକ ପରିବାର ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଙ୍କିଆ...

ଜଗନ୍ନାଥଙ୍କ ଭଜନ ଗାଇଲେ ହ୍ୟୁମାନ ସାଗର

ନିଶ୍ଚିନ୍ତକୋଇଲି, ୨୪ା୫(ସ୍ବ.ପ୍ର): ବିବାଦ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ରବିବାର ରାତିରେ କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନିପୁରସ୍ଥିତ ବ୍ରହ୍ମକ୍ଷେତ୍ର ପୀଠରେ ଚାଲିଥିବା ମାହାଙ୍ଗା ମହୋତ୍ସବରେ...

ପୂର୍ବତନ ପାଟଣା ବିଧାୟକ ଗୌରହରୀଙ୍କ ଦେହାନ୍ତ

ପାଟଣା,୨୩/୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରୀ ନାଏକଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ସାହାରପଡା ବ୍ଲକ ହଲଦୀବଟା ଗାଁରେ ଥିବା...

୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ

ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର...

ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ।...

ରାତିରେ ବୁଲୁଛି ଭାଲୁ, ଆତଙ୍କିତ ଲୋକେ

ଭବାନୀପାଟଣା,୨।୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସହର ନିକଟିସ୍ତ କଶାକେନ୍ଦୁ ଅଞ୍ଚଳରେ ଏକ ଜଙ୍ଗଲୀ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଯାହାର ଚିତ୍ର ସ୍ଥାନୀୟ ଲୋକେ କ୍ୟାମେରାରେ...

Advertisement
Archives

Model This Week