Posted inଖେଳ

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। କେଦାର ଯାଦବ ଏବଂ କୁଳଦୀପ ଯାଦବଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଏବଂ ଦିନେଶ କାର୍ତ୍ତିକଙ୍କୁ ଟିମରେ ସ୍ଥାନ ଦିଆଯାଇଛି। ଏହି ମ୍ୟାଚରେ ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ ବିରାଟ କୋହଲି ଆଶା ରଖିଛନ୍ତି। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତାହେଲେ ଶ୍ରୀଲଙ୍କା ସହ ଅନ୍ତିମ ଲିଗ ମ୍ୟାଚରେ କର ବା ମର ସ୍ଥିତି ଉପୁଜିବ। ସୂଚନାଯୋଗ୍ୟ, ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ଯ୍ୟନ୍ତ ତିନୋଟି ମୁକାବିଲା ହୋଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏରେ ବିଜୟ ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇନ୍ଦୋର ଟେଷ୍ଟ: ବାଂଲାଦେଶ ଇନିଂସ ୧୫୦ରେ ସୀମିତ

ଇନ୍ଦୋର, ୧୪।୧୧ (ପି.ଟି.)- ଘରୋଇ ଭାରତ ବିପକ୍ଷରେ ଗୁରୁବାରଠାରୁ ସ୍ଥାନୀୟ ହୋଲ୍‌କାର କ୍ରିକେଟ୍‌ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ...

ପଞ୍ଚମ ଓ୍ବିମ୍ବେଲଡନ୍‌ ଟାଇଟଲ୍‌ ଲକ୍ଷ୍ୟରେ ଜୋକୋଭିଚ୍‌

ଲଣ୍ଡନ, ୩୦।୬(ଏଏଫ୍‌ପି)- ଚଳିତ ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଓ୍ବିମ୍ବେଲଡନ ସୋମବାରଠାରୁ ସ୍ଥାନୀୟ ଅଲ୍‌ ଇଂଲଣ୍ଡ ଲନ୍‌ ଟେନିସ କ୍ଲବଠାରେ ଆରମ୍ଭ ହେବାକୁ ଯାଉଛି।...

ଲକ୍ଷ୍ୟ ଏସିଆନ ଜୁନିୟର

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୭ମ ଦିବସରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ...

ସୁପର ଓଭରରେ ଭାରତକୁ ଦରକାର ୧୪ ରନ୍‌

ଓ୍ବେଲିଂଟନ,୩୧।୧-ପୂର୍ବ ମ୍ୟାଚ୍‌ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ...

ହାଲେପ୍‌ଙ୍କୁ ପ୍ରଥମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୪ା୭- ରୋମାନିଆର ସିମୋନା ହାଲେପ୍‌ ପ୍ରଥମଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଛନ୍ତି। ଶନିବାର ସେଣ୍ଟର କୋର୍ଟଠାରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଆମେରିକାର...

ଆଫ୍ରିଦୀଙ୍କ ବିବାଦୀୟ ବୟାନ: ହାରିବା ପରେ ପାକିସ୍ତାନ ନିକଟରେ କ୍ଷମା ମାଗୁଥିଲା ଭାରତ

କରାଚୀ, ୫।୭- ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇସାରିଥିବା ପାକିସ୍ତାନର ଷ୍ଟାର୍‌ ଅଲ୍‌ରାଉଣ୍ଡର ଶାହିଦ୍‌ ଆଫ୍ରିଦୀ ନିଜର ବିବାଦୀୟ ବୟାନ ଲାଗି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି।...

ଆଇପିଏଲ୍‌: ପଞ୍ଜାବ ୧୨ ରନରେ ବିଜୟୀ

ମୋହାଲି,୧୭।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କିଙ୍ଗ୍ସ ଇଭେଭେନ ପଞ୍ଜାବ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସକୁ ୧୨...

ଆଇଡବ୍ଲ୍ୟୁଏଲ୍‌ ଟ୍ରଫି ଜିତିଲା ସେଥୁ ଏଫ୍‌ସି

ଲୁଧିଆନା, ୨୨।୫(ପି.ଟି.): ହିରୋ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ସେଥୁ ଏଫ୍‌ସି ଚାମ୍ପିୟନ ହୋଇଛି। ସ୍ଥାନୀୟ ଗୁରୁ ନାନକ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଫାଇନାଲ...

Play 250+ Trending Games
Archives

Model This Week

Why Dharitri