ବାଂଲାଦେଶର ରୋହିଙ୍ଗ୍ୟା ଶିବିରରେ ବଢୁଛି ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା

ଢାକା,୨୭।୧୨: ବାଂଲାଦେଶରେ ଶରଣ ନେଇଥିବା ରୋଗିଙ୍ଗ୍ୟାଙ୍କ ମଧ୍ୟରେ ଏବେ ଏଚ୍‌ଆଇଭି ଓ ଅନ୍ୟ ଯୌନ ରୋଗ ସଂକ୍ରମଣ ବଢିବାରେ ଲାଗିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ଯେକୌଣସି ରୋଗ ବଢିବାର ମୁଖ୍ୟ କାରଣ ହେଲା ଏହାର ସଚେତନତାର ଅଭାବ। ତେଣୁ ରୋହିଙ୍ଗ୍ୟା ଶିବିରରେ ଏଚ୍‌ଆଇଭିକୁ ନେଇ କୌଣସି ସଚେତନତା ନ ଥିବାରୁ ଏବେ ଏହା ବୃଦ୍ଧି ପାଇବାରେ ଲାଗିଛି। କେବଳ ଏଚ୍‌ଆଇଭି ନୁହେଁ ଏମାନଙ୍କ ପାଖରେ ଅନ୍ୟ ଯୌନ ରୋଗ ମଧ୍ୟ ବୃଦ୍ଧି ପାଇଛି। ରୋହିଙ୍ଗ୍ୟାମାନଙ୍କ ମତରେ ଯଦି ଜଣେ ଏଚ୍‌ଆଇଭିରେ ପୀଡିତ ବୋଲି ଅନ୍ୟ କେହି ଜାଣନ୍ତି ତେବେ ତାଙ୍କୁ ବଡ ରୋଗ ହୋଇଛି ବୋଲି କହି ବାସନ୍ଦ କରି ଦେଇଥାଆନ୍ତି। ତେଣୁ ଏମାନେ ଏଚ୍‌ଆଇଭିରେ ପୀଡିତ ହେବା ପରେ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ ଅବା ଡାକ୍ତରଙ୍କୁ ଏହା ଲୁଚାଇ ଥାଆନ୍ତି। ଫଳରେ ଏବେ ବାଂଲାଦେଶରେ ରହୁଥିବା ରୋହିଙ୍ଗ୍ୟା ଶିବିରରେ ଏଚ୍‌ଆଇଭି ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ବାଂଲାଦେଶ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଜଣାଯାଇଛି କେବଳ କକ୍ସ ବଜାର ରୋଗିଙ୍ଗ୍ୟା ଶିବିରରେ ଏବେସୁଦ୍ଧା ପାଖାପାଖି ୩୯୫ ଜଣ ଏଚ୍‌ଆଇଭି ସଂକ୍ରମିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୫ ଜଣଙ୍କୁ ଚଳିତ ବର୍ଷ ଚିହ୍ନଟ କରାଯାଇଛି। ଏହାଠାରୁ ମଧ୍ୟ ଅଧିକ ଏଚ୍‌ଆଇଭି ସଂକ୍ରମିତ ଥାଇପାରନ୍ତି ବୋଲି କୁହାଯାଉଛି। ତେବେ ବାଂଲାଦେଶ ସରକାର ଏହାକୁ ରୋକିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକ୍‌ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ଇସ୍‌ଲାମାବାଦ,୨୯।୩: ପାକିସ୍ତାନ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିବାବେଳେ ତାଙ୍କ ଦଳର ସଦସ୍ୟ ତଥା ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସ୍‌ମାନ ବୁଜଦର...

୧୪୦ ଦିନ ପରେ ଭାରତ ପାଇଁ ଏୟାରସ୍ପେସ୍‌ ଖୋଲିଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୬।୭: ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭାରତ ପାଇଁ ଏହାର ଏୟାରସ୍ପେସ୍‌କୁ ବନ୍ଦ ରଖିଥିଲା। ତେବେ ୧୪୦ ଦିନ ପରେ ମଙ୍ଗଳବାର ଏହାକୁ ଖୋଲିଦିଆଯାଇଛି।...

ରାଷ୍ଟ୍ରପତି ବାଇଡେନଙ୍କ ପୁଅ କଲ୍‌ଗର୍ଲଙ୍କୁ ଦେଲେ ୧୮ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୨୪ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ୨୦୧୮ରେ ଜଣେ କଲ୍‌ଗର୍ଲଙ୍କ ସହିତ ହୋଟେଲରେ ରାତି କଟାଇଥିଲେ। ଯାହାକି ତାଙ୍କ ପିତା ଜୋ-ବାଇଡେନଙ୍କ ଉପରେ...

ବ୍ରିଟେନକୁ ବ୍ୟାପିଲା ବର୍ଣ୍ଣବୈଷମ୍ୟ ବିକ୍ଷୋଭ: ଆମେରିକାର ୪୦ ସହରରେ କର୍ଫ୍ୟୁ,ବଙ୍କରରେ ଲୁଚିଲେ ଟ୍ରମ୍ପ୍‌

ଲଣ୍ଡନ,୨ା୬: ଆମେରିକାରେ ଜର୍ଜ ଫ୍ଲୋୟଡ୍‌ ନାମକ ଜଣେ କୃଷ୍ଣକାୟଙ୍କର ପୋଲିସ ନିର୍ଯାତନାରେ ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ପୋଲିସ ବର୍ବରତା...

ଆମେରିକା, ୟୁରୋପ ଥରହର

ନୂଆଦିଲ୍ଲୀ, ୨୯।୬: କରୋନା ଭୂତାଣୁର ଡେଲ୍‌ଟା ଭାରିଆଣ୍ଟ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଦ୍ୱିତୀୟ ଲହରରେ ଭୂତାଣୁର ଏହି ନୂଆ ରୂପ ଦେଶରେ ହଇଚଇ ସୃଷ୍ଟି...

ଟଙ୍କା ଭର୍ତ୍ତି ୬ ସୁଟ୍‌କେସ ସହ ଧରାପଡ଼ିଲେ

ମସ୍କୋ,୨୧।୩: ୟୁକ୍ରେନ ପାର୍ଲାମେଣ୍ଟର ପୂର୍ବତନ ସଦସ୍ୟଙ୍କ ପତ୍ନୀ ପଡ଼ୋଶୀ ଦେଶ ହଙ୍ଗେରୀରେ ୨୮ ନିୟୁତ ଡଲାର ଏବଂ ୧.୩ ନିୟୁତ ୟୁରୋ ଭର୍ତ୍ତି ୬ ସୁଟ୍‌କେସ...

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି।...

ଶ୍ରୀଲଙ୍କା ଜାହାଜରେ ନିଆଁ

ନୂଆଦିଲ୍ଲୀ, ୨୬।୫: ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ଉପକୂଳରେ ଏମ୍‌ଭି ଏକ୍ସ-ପ୍ରେସ୍‌ ପର୍ଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଭାରତୀୟ ତଟରକ୍ଷା...

Advertisement
Archives

Model This Week