ବହୁଜନ କ୍ରାନ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ସଂଯୋଜକଙ୍କ ନାଁରେ ଏତଲା

ବାରିପଦା ଅଫିସ,୩୦ା୧- ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଚାରପତ୍ର ବଣ୍ଟା ଯାଇଥିଲା। ତେବେ ଏହି ପ୍ରଚାରପତ୍ରରେ ବ୍ରାହ୍ମଣମାନଙ୍କୁ ଅପମାନିତ କରାଯାଇଥିବା ବାରିପଦା ବ୍ରାହ୍ମଣ ସମାଜ ଅଭିଯୋଗ କରିଛି। ଏନେଇ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଯୋଜକ ୱାମନ ମେଶ୍ରାମଙ୍କ ନାମରେ ବାରିପଦା ଟାଉନ ଥାନାରେ ବ୍ରାହ୍ମଣ ସମାଜ ଲିଖିତ ଅଭିଯୋଗ କରିଛି। ଏହା ସହିତ ସମାଜର ଏକ ପ୍ରତିନିଧି ଦଳ ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କୁ ସାକ୍ଷାତ୍‌ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ସମାଜର ସଭ୍ୟ ନିମାଇଁ ଚରଣ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୋର୍ଚ୍ଚା ପକ୍ଷରୁ ଯେଉଁ ପ୍ରଚାରପତ୍ର ସର୍ବସାଧାରଣରେ ବଣ୍ଟା ଯାଇଛି ତାହାର ୬ ନମ୍ବର ଧାଡିରେ ବ୍ରାହ୍ମଣମାନଙ୍କ ସମ୍ବନ୍ଧରେ ଅମୂଳକ, ଭିତ୍ତିିହୀନ ଏବଂ ମିଥ୍ୟା ତଥ୍ୟ ଦେଇ ବ୍ରାହ୍ମଣମାନଙ୍କୁ ଅପମାନିତ କରିବା ସହିତ ଭାରତୀୟ ସମ୍ବିଧାନ ଓ ଆଇନକୁ କୁଠାରାଘାତ କରାଯାଇଛି। ବ୍ରାହ୍ମଣ ସମାଜର କାମେଶ୍ୱର ତ୍ରିପାଠୀ, ଚଣ୍ଡୀ ପ୍ରସାଦ ଦାସ, ଅଚ୍ୟୁତ ପ୍ରସାଦ ମହାପାତ୍ର, ନରୋତ୍ତମ ପାଣିଗ୍ରାହୀ, ନିମାଇଁ ଚରଣ ତ୍ରିପାଠୀ, ଶଶିଭୂଷଣ ଦାଶ, ପ୍ରଦୀପ କୁମାର ପଣ୍ଡା, ଦୋଳଗୋବିନ୍ଦ ଦାସ ପ୍ରମୁଖ ବାରିପଦା ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିବା ସହିତ ଏସ୍‌ପିଙ୍କୁ ସାକ୍ଷାତ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ରନ୍ଧା ଖାଦ୍ୟ

ଗଞ୍ଜାମ,୪ା୫(ଡି.ଏନ.ଏ.)- ଲକ୍‌ଡାଉନ୍‌ ପରେ ଗଞ୍ଜାମ ଜିଲା ଗୋଳନ୍ଥରାରେ ରହିଯାଇଥିବା କଟକ ଟାଙ୍ଗୀ ଅଞ୍ଚଳର ୧୨ଜଣ ଶ୍ରମିକ ୧୬ନଂ. ଜାତୀୟ ରାଜପଥ ଦେଇ ସୋମବାର ସକାଳେ ଚାଲିଚାଲି...

୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ବ୍ୟବସାୟୀ ଗିରଫ

ରାୟଗଡ଼ା ଅଫିସ,୧ା୫(ଡି.ଏନ୍‌.ଏ): ଲକ୍‌ଡାଉନରେ ବେଧଡ଼କ ଚାଲିଛି ଗୁଟ୍‌ଖା ବେପାର। ରାୟଗଡ଼ା ଜିଲା ଗୁଣପୁର ଗୋଲା ସାହି ଠାରେ ଥିବା ଏକ ଗୋଦାମ୍‌ରେ ବିପୂଳ ପରିମାଣରେ ଗୁଟ୍‌ଖା...

ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ଜିପିଓଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୨(ଡି.ଏନ୍‌.ଏ.): ବିଷ ପିଇ ଗୁରୁତର ଥିବା ଭଞ୍ଜନଗର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ପ୍ରମୋଦ ପଟ୍ଟନାୟକଙ୍କ ରବିବାର ମୃତ୍ୟୁ ଘଟିଛି। ସେ ଗତ ୧...

ଗଞ୍ଜାମକୁ ଆସିଲା ଆଣ୍ଟିଜେନ କିଟ୍‌, ଟେଷ୍ଟିଙ୍ଗ ଆରମ୍ଭ: ଜିଲାପାଳ

ଛତ୍ରପୁର,୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାକୁ ଆଣ୍ଟିଜେନ୍‌ କିଟ୍‌ ଆସିଛି। ଆଜିଠାରୁ ଜିଲାରେ ଆଣ୍ଟିଜେନ୍‌ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଆରମ୍ଭ ହେବ । ମଙ୍ଗଳବାର ଏନେଇ ଜିଲାପାଳ ବିଜୟ...

ଆଖଣ୍ଡଳମଣିଙ୍କ ପୀଠରେ ଶୀତଳ ଉପଚାର ନୀତି, ଗୋପାଳଙ୍କ ଜଳଲାଗି ଆରମ୍ଭ

ଆରଡି, ୧୪ା୪(ଡି.ଏନ.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପଣା ସଂକ୍ରାନ୍ତିଠାରୁ ଶୀତଳ ଉପଚାର ନୀତି ଆରମ୍ଭ ହୋଇଛି । ଏହା...

ଗଳୁଛି ପାଣି, ଛତାଧରି ପଢ଼ିଲେ ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ, ୯ା୮- କନ୍ଧମାଳ ଜିଲା କ. ନୂଆଗଁ। ବ୍ଲକ ସାଇନପଡ଼ା ପଞ୍ଚାୟତର ତିଲକପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବେ ଅସୁରକ୍ଷିତ। ସାମାନ୍ୟ ବର୍ଷା ହେଲେ...

୫ରୁ ସରସ୍ବତୀ ମେଳା

ଉଦଳା,୨୯ା୧(ଡ଼ି.ଏନ୍‌.ଏ.)- ଆସନ୍ତା ଫେବୃୟାରୀ ୫ ତାରିଖରୁ ଉଦଳାଠାରେ ଐତିହାସିକ ସରସ୍ବତୀ ମେଳା ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ମଙ୍ଗଳବାର ଆୟୋଜିତ...

ସୁବର୍ଣ୍ଣପୁରରେ କାଳବୈଶାଖୀ: ସଦର ମହକୁମାରେ ଭାଙ୍ଗିଲା ୪୦ଟି ବିଦ୍ୟୁତ ଖୁଣ୍ଟ

ସୋନପୁର,୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ରାତି ପ୍ରାୟ ୧୧ଟାରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଥିଲା। ଏଥିରେ...

Advertisement
Archives

Model This Week