କୁଆମରା,୨୯।୪(ଡି.ଏନ୍.ଏ.)-କରୋନା ଯୋଗୁ ବହିରାଗତଙ୍କୁୁ ନେଇ ପ୍ରଶାସନର ଚିନ୍ତା ବଢିଛି। ପୂର୍ବରୁ ବାହାର ରାଜ୍ୟ ଓ ଜିଲାକୁ ଯାଇଥିବା ଶ୍ରମିକମାନେ ଏବେ ଲୁଚିଛପି ରାତିରେ ଚାଲିଚାଲି ନିଜ ନିଜ ଗାଁକୁ ପଳାଇ ଆସୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନଙ୍କୁ ବାରଣ କରାଯିବା ନେଇ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳର ସୂତ୍ରପାତ ଘଟୁଛି। ମଙ୍ଗଳବାର ଏହିପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଆରପଟା ପଞ୍ଚାୟତର ଆରପଟା ଗ୍ରାମରେ। ଏହି ଗାଁର ୨ ଜଣ ବ୍ୟକ୍ତି ବାଲେଶ୍ୱର ଜିଲାର ଏକ ଚିଙ୍ଗୁଡିଘେରିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍ଡାଉନ ଯୋଗୁ କାର୍ଯ୍ୟ ବନ୍ଦ ହୋଇଯିବାରୁ ଉଭୟ ସେଠାରେ ବହୁ କଷ୍ଟରେ ଚଳୁଥିଲେ। ଖାଇବାକୁ ନ ପାଇ ସେମାନେ ସୋମବାର ରାତିରେ ଚାଲି ଚାଲି ପଳାଇ ଆସି ମଙ୍ଗଳବାର ସକାଳେ ଗ୍ରାମରେ ପହଞ୍ଚି ଥିଲେ। ମାତ୍ର ଗ୍ରାମବାସୀ ବିରୋଧ କରିବାରୁ ସରପଞ୍ଚଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ଆଶ୍ରମ ସ୍କୁଲରେ ରଖାଯାଇଥିଲା। ମାତ୍ର ଆଶ୍ରମ ସ୍କୁଲକୁ ଲାଗି ରହିଥିବା ହରିବଂଶ ସାହିର ଲୋକେ ମଧ୍ୟ ସେମାନଙ୍କ ରହଣିକୁ ବିରୋଧ କରିଥିଲେ। ଫଳରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜି ଥିଲା। ଖବରପାଇ ସ୍ଥାନୀୟ ତହସିଲଦାର, ଅତିରିକ୍ତ ତହସିଲଦାର, ବିଡିଓ, ଆରଆଇ, ସରପଞ୍ଚ ଏବଂ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କ ସହ ଆଲୋଚନା କରିବା ପରେ ୨ ବହିରାଗତଙ୍କୁ ସେହି ବିଦ୍ୟାଳୟରେ ରଖାଯାଇଛି। ସେହିିଭଳି କୁଶଳଦା, ରାଣିବନ୍ଧ, ପୁରୁଣା ବାରିପଦା, ଜୟପୁର ଆଦି ପଞ୍ଚାୟତରେ ୬୦ରୁ ଊର୍ଦ୍ଧ୍ୱ ବହିରାଗତଙ୍କୁ ସ୍ଥାନୀୟ ବିଦ୍ୟାଳୟଗୁଡିକରେ ରଖାଯାଇଛି। ସେମାନଙ୍କ ପାଇଁ ସରକାରଙ୍କ ଯୋଜନା ଅନୁଯାୟୀ ସ୍ବୟଂସହାୟିକା ଗୋଷ୍ଠୀ ଦ୍ୱାରା ରନ୍ଧାଖାଦ୍ୟ ପ୍ରଦାନ କରାଯାଉଥିବା ବିଡିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ଶିକାର କରି ଭୟରେ ଖାଇ ପାରିଲେନି ମାଂସ
ନାକଟିଦେଉଳ,୧୭ା୪: ନାକଟିଦେଉଳ ବନାଞ୍ଚଳ ଅଧୀନ ମୁଷାକାନୀ ଗ୍ରାମରୁ ଶନିବାର ଏକ ହରିଣର ମୃତଦେହ ଜବତ ହୋଇଛି। ସକାଳେ ଗାଁ ଲୋକେ ରକ୍ତାକ୍ତ ଅବସ୍ଥାରେ ହରିଣ ପଡ଼ିଥିବା...

ଚୋରି ବାଇକ ଉଦ୍ଧାର, ୪ ଗିରଫ
ବଡବିଲ, ୧୫।୪(ସ୍ବ.ପ୍ର.)-ବଡବିଲ ପୋଲିସ ବାଇକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୟାବାଲି ଅଞ୍ଚଳର ଭୀଷ୍ମ...

ମିନିଟ୍ରକ ସହ ୪ ଟନ୍ କୋଇଲା ଜବତ: ଡ୍ରାଇଭର ଫେରାର
ବଅଁରପାଳ,୨୧ା୫,(ଡି.ଏନ.ଏ.)-ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ଚଢାଉ କରି ଏକ ମିନିଟ୍ରକରୁ ପ୍ରାୟ ୪ ଟନ୍ର ଚୋରା କୋଇଲା ଜବତ କରିଛି। ବୁଧବାର ରାତିରେ ଏହି...

ବେଲପାହାଡ଼ରେ ବିଧାୟକଙ୍କ ସମୀକ୍ଷା ବୈଠକ
ବେଲପାହାଡ଼,୧୪ା୯ (ଡ଼ି.ଏନ୍.ଏ.) ଝାରସୁଗୁଡ଼ା ଜିଲା ବେଲପାହାଡ଼ ପୌରାଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ତଥା ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ବ୍ରଜରାଜନଗର ବିଧାୟକ କିଶୋର କୁମାର...

ଟ୍ରକ୍କୁ ପିଟିଲା ତୀର୍ଥଯାତ୍ରୀ ବସ୍: ୨ ମୃତ, ୧୫ ଗୁରୁତର
ଭଦ୍ରକ ଅଫିସ, ୧୨।୨: ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟଛି ଏକ ତୀର୍ଥଯାତ୍ରୀ ବସ୍। ଫଳରେ ୨...

୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର
ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍ଷ୍ଟାଗ୍ରାମ ଓ ଫେସ୍ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର...

କରୋନା ନେଲା ଆଇଆଇସିଙ୍କ ଜୀବନ
କୋରାପୁଟ, ୧।୧୦(ସ୍ବ.ପ୍ର): କୋରାପୁଟ ଟାଉନ ଆଇଆଇସି ପୀତବାସ ଧାରୁଆ ଗୁରୁବାର ସକାଳେ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେ ଭୁବନେଶରର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

୭୦ କି.ମି ଦୂରରୁ ଶତ୍ରୁକୁ ଧ୍ୱଂସ କରିବ ‘ଆକାଶ ଏନ୍ଜି’
ବାଲେଶ୍ୱର ଅଫିସ, ୨୧।୭: ବାଲେଶ୍ୱର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୩ନଂ. ଲଞ୍ଚପ୍ୟାଡରୁ ବୁଧବାର ମଧ୍ୟାହ୍ନ ୧୨ଟା ୪୪ ମିନିଟ୍ରେ ଆକାଶ କ୍ଷେପଣାସ୍ତ୍ରର ନ୍ୟୁ...