ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ଆରମ୍ଭ

ବହଳଦା,୧୨ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦାର ପ୍ରସିଦ୍ଧ ଇନ୍ଦ୍ରଉତ୍ସବ ମଙ୍ଗଳବାର ରାତିରେ ଆରମ୍ଭ ହୋଇଛି । ରାଜାରାଜୁଡା ସମୟରୁ ଆରମ୍ଭ ହୋଇଥିବା ଏହି ନିଆରା ଓ ସ୍ବତନ୍ତ୍ର ଉତ୍ସବ ନିରବିଚ୍ଛନ୍ନ ଭାବେ ଚାଲିଅସୁଛି ା ଏହା ଆଉ କୈଣସିଠାରେ ଦେଖାଯାଏ ନାହିଁ ା ରାଜବଂଶ ତଥା ସମଗ୍ର ମୟୂରଭଞ୍ଜ ଜିଲାର ଆରାଧ୍ୟ ଦେବୀ ମା’ କିଚକେଶ୍ୱରୀଙ୍କର ଶାରଦୀୟ ଦୁର୍ଗାପୂଜାର ଏହା ଆଦ୍ୟଉସତ୍ବ। ସପ୍ତପୁରୀ ଅମାବାସ୍ୟା ସନ୍ଧ୍ୟାରେ ମା’ଙ୍କ ପାଖରେ କାକରାଭୋଗ ଲାଗିବା ପରେ ତା’ପରଦିନ ରାଜପୁରୋହିତ ଅଶୋକ କୁମାର ସାମନ୍ତରାୟଙ୍କ ମାର୍ଗଦର୍ଶନରେ ଓଡ଼ିିଶା-ଝାଡଖଣ୍ଡ ସୀମାନ୍ତ କୁଲଡିହା ଜଙ୍ଗଲରୁ ପାରମ୍ପରିକ ପୂଜାର୍ଚ୍ଚନା ପରେ ଏକ ସୁଉଚ୍ଚ ଶାଳଗଛ ସଂଗ୍ରହ କରାଯାଇଥିଲା। ଏକାଦଶୀ ତିଥିରେ ଇନ୍ଦପଡ଼ିିଆରେ ଉକ୍ତ ଶାଳଗଛ ଅଗରେ ବାଉଁଶରେ ନିର୍ମିତ ଏକ ଛତ୍ର ବା ଛତା ବନ୍ଧାଯାଏ। ସେଦିନକୁ ସ୍ଥାନୀୟ ଲୋକ ଅଧାର୍ସଗୀ କୁହନ୍ତି। ପବିତ୍ର ସୁନିଆ ଦିନ ସନ୍ଧ୍ୟାରେ ମା’ଙ୍କ ମନ୍ଦିରରୁ ପୂଜା କରାଯାଇ ତାଙ୍କ ପ୍ରତୀକ ସ୍ବରୂପ ବାଉଁଶ ଦଣ୍ଡକୁ କଳାଶାଢୀରେ ଆବୃତ କରି ରାଜପୁରୋହିତ, ମନ୍ଦିର ପୂଜକ, ମନ୍ଦିରର ଦୁର୍ଗାପୁଜା ପାଇଁ ବରଣି ବ୍ରାହ୍ମଣ ସମେତ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବାଜାରୋଷଣୀ ଓ ପଟୁଆରରେ ଇନ୍ଦପଡିଆ ଯାଇଥିଲେ। ସେଠାରେ ମା’ଙ୍କ ପ୍ରତୀକ ଦଣ୍ଡ, ଐରାବତ ହସ୍ତୀ ଉପରେ ବିରାଜମାନ ଦେବରାଜ ଇନ୍ଦ୍ରଙ୍କ ମୃଣ୍ମୟ ମୂର୍ତ୍ତି, ଚାରିଦିଗର ଦେବତାମାନଙ୍କୁ ପୂଜାପରେ ପୂର୍ବରୁ ପ୍ରସ୍ତୁତ ଛତ୍ରକୁ ଉପସ୍ଥିତ ଶ୍ରଦ୍ଧାଳୁମାନେ ହୁଳହୁଳି, ଶଙ୍ଖଘଣ୍ଟା ଶଦ୍ଦ ଭିତରେ ମୋଟା ଦଉଡି ଦ୍ୱାରା ଟାଣି ଦଣ୍ଡାୟମାନ କରିଥିଲେ। ବିଳମ୍ବିିତ ରାତି ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହୋଇଥିଲା। ଅଖପାଖର ହଜାର ହଜାର ସଂଖ୍ୟକ ମହିଳା ଶିଶୁ ପଡିଆରେ ଉପସ୍ଥିତ ରହି ଛତ୍ରକୁ ମୁଣ୍ଡିଆ ମାରୁଥିବା ଦେଖାଯାଇଥିଲା। କଥିତ ଅଛି ଯେ, ସ୍ବାଭାବିକ ବର୍ଷା ଓ ଭଲ ଫସଲ ଅମଳ ପାଇଁ ଦେବରାଜ ଇନ୍ଦ୍ରଙ୍କୁ କୃତଜ୍ଞତା ଜଣାଇବା ସକାଶେ ଏହି ପୂଜା କରାଯାଏ ା ପୂର୍ବରୁ ମାସାଧିକ କାଳ ଏହି ମେଳା ଲାଗୁଥିବା ବେଳେ ବର୍ତ୍ତମାନ ଏହା ସୀମିତ ହୋଇଯାଇଛି ା ଏହି ଲୋକପର୍ବ ଅନ୍ୟତ୍ର ଦେଖାଯାଏ ନାହିଁ ତେଣୁ ପ୍ରଶାସନ ଏହାର ବ୍ୟାପକ ପ୍ରଚାର ଓ ରକ୍ଷଣାବେକ୍ଷଣ ପାଇଁ ଦୃଷ୍ଟି ଦେବା ଆବଶ୍ୟକ ା


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାରିପଦାରୁ ୨ ଅଡିଟ୍ ଅଫିସର୍‌ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍

ବାରିପଦା,୧୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଆଦିବାସୀ ହଷ୍ଟେଲ ଗୁଡିକର ଅଡିଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?