ବସ ଚଳାଚଳ ଦାବିରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୦।୮: ଗଞ୍ଜାମ ଜିଲା ଜଗଦଳପୁର, ନିମଖଣ୍ଡି ଲୋଚାପଡା ଅଞ୍ଚଳକୁ ଟାଉନ୍‌ ବସ୍‌ ଚଳାଚଳ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବଙ୍କୁ ସାକ୍ଷାତକରି ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମପୁର ସହରଠାରୁ ଏହି ଅଞ୍ଚଳ ପ୍ରାୟ ୪ କି.ମି. ଦୂରରେ ରହିଥିବା ବେଳେ ଗମନାଗମନ ପାଇଁ ଟାଉନ୍‌ ବସ୍‌ ଚଳାଚଳ କରୁ ନ ଥିବାରୁ ଗ୍ରାମବାସୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବ୍ରହ୍ମପୁରଠାରୁ ହିଞ୍ଜିଲିକାଟୁ ଭାୟା ଲୋଚାପଡା, ନିମଖଣ୍ଡି, ଜଗଦଳପୁର ହୋଇ ବସ୍‌ ଚଳାଚଳ କରିବାକୁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଞ୍ଜୀବ ପଟ୍ଟନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ କୋର୍ଟ ଜଜ୍‌ ପଦବୀ ଖାଲି; ବିଚାର ପ୍ରକ୍ରିୟାରେ ବିଳମ୍ବ

ବ୍ରହ୍ମପୁର ଅଫିସ,୭ା୧୧: ବ୍ରହ୍ମପୁର ଜିଲା କୋର୍ଟରେ ସ୍ବତନ୍ତ୍ର ଭାବେ ଓପିଆଇଡି କୋର୍ଟ ରହିଛି। ଦକ୍ଷିଣ ଓଡ଼ିଶାର ୧୦ ଜିଲା ପାଇଁ ଏହି କୋର୍ଟ ରହିଥିବା ବେଳେ...

ପୂର୍ବତନ ଜିଲା ଜଜ୍‌ କୃଷ୍ଣଚନ୍ଦ୍ର କରଙ୍କ ପରଲୋକ

କେନ୍ଦ୍ରାପଡ଼ା ଅଫିସ, ୨୬ା୮: ୧୯୮୦ରେ ଛବିରାଣୀ ହତ୍ୟାକାଣ୍ଡର ରାୟ ଦେଇଥିବା ପୂର୍ବତନ ଜିଲା ଜଜ୍‌ କୃଷ୍ଣ ଚନ୍ଦ୍ର କରଙ୍କର ମଙ୍ଗଳବାର ପରଲୋକ ହୋଇଛି। ୯୧ ବର୍ଷୀୟ...

ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍‌ରେ ୩ ସନ୍ତାନ ଜନ୍ମଦେଲେ ମହିଳା: ଆଖିବୁଜିଲେ ସମସ୍ତ ନବଜାତକ

ଭଦ୍ରକ ଅଫିସ ,୧୫।୧୧: ଭଦ୍ରକ ରେଳ ଷ୍ଟେଶନରେ ଶୁକ୍ରବାର ସକାଳେ ଜଣେ ମହିଳା ବେଙ୍ଗାଲୁର-ଗୁଆହାଟୀ ଏକ୍ସପ୍ରେସ୍‌ରେ ୩ ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ସମସ୍ତ ଶିଶୁଙ୍କର...

ଗ୍ୟାସରୁ ନିଆଁ ଲାଗି ଜଳିଗଲା ଆଇରନ ବୋଝେଇ ଟ୍ରକ

ବଇଣ୍ଡା,୭।୬(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଶୁଶବଠାରେ ରବିବାର ସକାଳେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଏଥିରେ ଟ୍ରକରେ ବସିଥିବା...

କଙ୍କଡ଼ା ବିଛା କାମୁଡ଼ିବାରୁ ମହିଳା ମୃତ

ଗୋପାଳପୁର,୧୭ା୯-ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମରେ ସୋମବାର କଙ୍କଡ଼ା ବିଛା କାମୁଡ଼ିିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚନ୍ଦ୍ରମଣି ବେହେରା (୨୨)। ଚାନ୍ଦପୁର କୁମ୍ଭାର...

ପରୀକ୍ଷାରେ ସଫଳତା ପାଇଁ ୨୧୦ କିମି ଦୌଡି ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଲେ ଯୁବକ

ପୁରୀ ଅଫିସ, ୨୦।୨: ସେନାବାହିନୀରେ ଚାକିରୀ କରିବା ଲାଗି ଏକାଧିକଥର ପରୀକ୍ଷା ଦେଇ ବିଫଳ ହେଉଥିବା ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲୋଡିଛନ୍ତି। ମହାପ୍ରଭୁଙ୍କ...

ନନ୍ଦନକାନନର ନିର୍ମାଣାଧୀନ ପାଚେରି ଭୁଶୁଡ଼ିଲା

ବାରଙ୍ଗ,୧୬।୭ (ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହେଉଥିବା ମାଙ୍କଡ଼ ଏନକ୍ଲୋଜରର ନିର୍ମାଣାଧୀନ ପ୍ରାଚୀର ଶୁକ୍ରବାର ଭୁଶୁଡି ପଡିଛି। ବର୍ଷାରେ ପ୍ରାୟ ୫୦ଫୁଟରୁ...

‘ବୃକ୍ଷ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ’

ବିିଞ୍ଝାରପୁର/ସିଂହପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦକିଶୋର ସାମଲ ଚାରାରୋପଣ କରିଛନ୍ତି।...

Advertisement
Archives

Model This Week