ବସ୍‌ ଧକ୍କାରେ ଜଣେ ମୃତ:କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ,୧୬।୬(ସ୍ବ.ପ୍ର.):କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଭତ୍ରାଗୁଡା ଛକଠାରେ ରବିବାର ଏକ ଘରୋଇ ବସ୍‌ ଧକ୍କାରେ ଜଣେ ପଥଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ଭତ୍ରାଗୁଡା ଗ୍ରାମର ହେମରାଜ ପୂଝାରୀ (୪୫) । ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ରାଜ୍ୟ ରାଜପଥକୁ ଦୀର୍ଘ ୫ ଘଣ୍ଟା ଧରି ଅବରୋଧ କରିଥିଲେ। ବସ ମାଲିକ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପ୍ରଶାସନିକ କ୍ଷତିପୂରଣ ପରେ ରାସ୍ତା ଅବରୋଧ ହଟିଥିଲା।
ଭତ୍ରାଗୁଡା ଗ୍ରାମର ହେମରାଜ ଜୁନାଗଡ ସହରରେ ଏକ କପଡା ଦୋକାନରେ କୁଲି ଭାବେ କାର୍ଯ୍ୟ କରୁଥିଲେ। ଘରୁ ଜରୁରୀ ଖବର ପାଇ ସକାଳ ୮ଟାରେ ଚାଲି ଜୁନାଗଡରୁ ନିଜ ଗ୍ରାମ ଭତ୍ରାଗୁଡା ଯାଉଥିଲେ। ଜୁନାଗଡରୁ କଲମପୁର ଯାଉଥିବା ଏକ ଘରୋଇ ବସ (ନଂ.ଓଆର୦୮ ଜି ୮୨୪୮) ହେମରାଜଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହଉଥିଲା। ରାସ୍ତା କଡରେ ଯାଉଥିବା ହେମରାଜ ରାସ୍ତାକଡ ବିଲକୁ ଛିଟିକି ପଡିବା ସହିତ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ବସ ଯାତ୍ରୀମାନେ ବସକୁ ରୋକିବା ପାଇଁ କହିଲେ ମଧ୍ୟ ବସ ସେଠାରୁ ଚାଲିଯିବାକୁ ଉଦ୍ୟମ କରିବାରୁ ବସିଥିବା ଯାତ୍ରୀମାନେ ଉତ୍ତେଜିତ ହୋଇ ଗାଡିକୁ ଭଙ୍ଗାରୁଜା କରିଥିଲେ। ବସ ପଛରେ ଥିବା ଏକ ଇଣ୍ଡିକା ବସ ସମ୍ମୁଖକୁ ଆଣି ରୋକିବା ପରେ ଘଟଣାସ୍ଥଳରୁ ପ୍ରାୟ ଅଧ କି.ମି. ଦୂରରେ ବସ ରଖିଥିଲା। ପରେ ଭତ୍ରାଗୁଡା ଗ୍ରାମବାସୀ ଓ ପରିବାର ଲୋକେ ଆସି ଦୁର୍ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତିପୂରଣ ଦାବି କରି ସକାଳ ୮ଟାରୁ ଜୁନାଗଡ କଲମପୁର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ରବିବାର ଉଭୟ ଜୁନାଗଡ ଓ କଲମପୁର ସାପ୍ତାହିକ ହାଟ ଥିବାରୁ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଜୁନାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପରିବାରବର୍ଗଙ୍କ ସହ ବସ ମାଲିକ, ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ ଓ ତହସିଲଦାର ଉପେନ୍ଦ୍ର ଲୁହାଙ୍କ ମଧ୍ୟସ୍ଥତାରେ ୨ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ପ୍ରଶାସନ ତରଫରୁ ୨୫ ହଜାର ଟଙ୍କା ଓ ବିଧବା ସ୍ତ୍ରୀଙ୍କୁ ମାସିକ ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ସଂକ୍ରାନ୍ତରେ ମୃତକଙ୍କ ପୁଅ ବଜେନ୍ଦ୍ର ତରଫରୁ ଜୁନାଗଡ ଥାନାରେ ଏତଲା ଦେବା ପରେ ଜୁନାଗଡ ଥାନାରେ ଏକ ମାମଲା (ନଂ. ୧୪୭/୨୦୧୯) ରୁଜୁ ହୋଇ ତଦନ୍ତ ଚାଲିଥିବା ପୋଲିସ କହିଛି। ଦୁର୍ଘଟଣା ଭିଆଇ ଥିବା ଗାଡି ଚାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି। ପୋଲିସ ଶବ ବ୍ୟବଚ୍ଛ୍ୟେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଲମ୍ବନର ପ୍ରତିଶୋଧ: ବିଭାଗ ମୁଖ୍ୟଙ୍କୁ ଛୁରାମାଡ଼ , ବାରମ୍ବାର ନିବେଦନ ସତ୍ତ୍ୱେ ପ୍ରତ୍ୟାହାର ହୋଇ ନ ଥିଲା ନିଲମ୍ବନ

ସମ୍ବଲପୁର, ୩୧।୧୦ (ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ (ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।…

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କୁ ଛୁରାମାଡ଼, ଅଭିଯୁକ୍ତ ଅଟକ

ସମ୍ବଲପୁର,୩୦ା୧୦(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟର ରାସାୟନିକ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ତଥା(ଏଚ୍‌ଓଡି) ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ଅବସରପ୍ରାପ୍ତ ସୁଇପର ଆକ୍ରମଣ କରିଛନ୍ତି। ଫଳରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?