ବସ୍‌ ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ୱ ଆହତ, ୫ ଗୁରୁତର

ଗଞ୍ଜାମ,୩୧ା୧୦(ଡି.ଏନ.ଏ.)-ଛତ୍ରପୁର ଓ ଗଞ୍ଜାମ ଅଗସ୍ତିନୂଆଗାଁ ୧୬ନଂ. ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ବୁଧବାର ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକ୍‌ ସିଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ସଞ୍ଜୀବ କୁମାର ପଣ୍ଡା, ସୋନାଲି ପ୍ରିୟଦର୍ଶିନୀ, ମଧୁସ୍ମିତା ସାହୁ, ସୁସ୍ମିତା ସାହୁ ଓ ରମେଶ ସେଠୀ। ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ଅପରାହ୍ନ ସାଢ଼େ ୪ଟାରେ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ଗାଈ ହଠାତ୍‌ ଭୁବନେଶ୍ୱର ପଟେ ଯାଉଥିବା କଣ୍ଟେନର ଭ୍ୟାନ ଆଗକୁ ଚାଲିଆସିବାରୁ ଉକ୍ତ ଗାଡ଼ି ବ୍ରେକ୍‌ ମାରି ଦେଇଥିଲା। ଏହି ସମୟରେ ପଛରେ ଆସୁଥିବା ଯାତ୍ରୀବାହୀ ସିଲକ୍‌ ସିଟି ବସ୍‌ଟି ଭ୍ୟାନରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ବସ୍‌ଟି କିଛି ଦୂର ଘୋଷାରି ହୋଇ ରାଜପଥ ପାର୍ଶ୍ୱ ଡିଭାଇଡରକୁ ଲାଗି ଅଟକି ରହିଯାଇଥିଲା। ଫଳରେ ଅଧିକାଂଶ ଯାତ୍ରୀ ଏଥିରୁ ରକ୍ଷା ପାଇଛନ୍ତି। କିନ୍ତୁ ଗାଡ଼ି ଚାଳକଙ୍କ ଗୋଡ଼ ଏକ୍ସିଲେଟର ଫସିଯାଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଶହ ଶହ ଗାଡ଼ି ରାସ୍ତା ପାର୍ଶ୍ୱରେ ଅଟକି ରହିଥିଲା। ଖବର ପାଇ ଛତ୍ରପୁର ଏସ୍‌ଡିପିଓ ଉକତ୍ଳ କେଶରୀ ଦାସ, ଗଞ୍ଜାମ ଥାନାଧିକାରୀ ଦିଲୀପ କୁମାର ସାହୁ, ଛତ୍ରପୁର ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାଏ ଓ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚତ୍ ଅଟକିଥିବା ଗାଡ଼ିଗୁଡ଼ିକୁ ଛାଡ଼ିବା ସହ ଆହତଙ୍କୁ ଉଦ୍ଧାର କରି ଗଞ୍ଜାମ ଓ ଛତ୍ରପୁର ମେଡିକାଲକୁ ପଠାଇଥିଲେ। ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଛନ୍ତି। ଦିର୍ଘଟଣାଗ୍ରସ୍ତ ଦୁଇ ଗାଡ଼ିକୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁମାଛି ଆକ୍ରମଣରେ ୮ରୁ ଅଧିକ ଆହତ

ଛତ୍ରପୁର,୩ା୩(ଦିଲ୍ଲୀପ ସାମଲ): ଛତ୍ରପୁର ମେନ୍‌ରୋଡ୍‌ଠାରେ ଥିବା ଏକ ଘରୋଇ ମଲ୍‌ ପରିସରରେ ମହୁମାଛି ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନେ ଛତ୍ରପୁର ଉପଖଣ୍ଡ...

ଗାଁ ମଶାଣି ସଫାକଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୩।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଗ୍ରାମର ମଣ୍ଡମାହା ମଶାଣିଠାରେ ପୁଣି ଗାଁ ମଶାଣିକୁ ଗ୍ରାମବାସୀ ସଫା କରିଛନ୍ତି। ମଶାଣିକୁ ସଫା...

ଏମ୍‌କେସିଜି ମେଡିକାଲ ସମ୍ପ୍ରସାରଣ ପାଇଁ ୯୫୦ କୋଟି

ବ୍ରହ୍ମପୁର,୩।୩ (ସୁବାସ ଚନ୍ଦ୍ର ପାଢ଼ୀ): ରାଜ୍ୟରେ ସ୍ବାସ୍ଥ୍ୟ ସେବା ସୁଦୃଢ଼ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ବ୍ରହ୍ମପୁରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର...

ଧାନ ପରେ ମୁଗ, ବିରି ଫସଲ ନଷ୍ଟ: ଚିନ୍ତାରେ ଚାଷୀ

ବେଲଗୁଣ୍ଠା,୩।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧାନ ଚାଷ ଉପରେ ନିର୍ଭର କରୁଥିବା ବେଲଗୁଣ୍ଠା ଅଞ୍ଚଳର ଚାଷୀମାନଙ୍କୁ ପୁଣି ଥରେ ପଡ଼ିଛି ଏକ ପ୍ରହାର ଯାହା ଫଳରେ ଭାଙ୍ଗିଯାଇଛି...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ହିଞ୍ଜିଳିକାଟୁ ୨ା୩ (ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଓ୍ବାର୍ଡ ନଂ୫ ରୁ ଶନିବାର ଅପରାହ୍ନରେ ବିଜେଡି ଦଳ ପକ୍ଷରୁ ଘରେ ଘରେ...

ନବୀନ ନିବାସରେ ୫-ଟି ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଛତ୍ରପୁରବାସୀ

ଛତ୍ରପୁର,୧ା୩(ଦିଲ୍ଲୀପ ସାମଲ): ଦୀର୍ଘଦିନ ପରେ ଛତ୍ରପୁରବାସୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଛନ୍ତି। ଯାହା ଛତ୍ରପୁରବାସୀଙ୍କ ନିମନ୍ତେ ଉପହାର ଭେଟି ସଦୃଶ୍ୟ ହୋଇଛି। ଫେବୃଆରୀ ୨୪ରେ...

ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି

ବ୍ରହ୍ମପୁର,୧ା୩(ତନୁଶ୍ରୀ ନାହାକ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ବ୍ରହ୍ମପୁର ଆସି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ...

ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ପ୍ରଭାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri