ବସ୍‌ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ

ଯାଜପୁର ଟାଉନ,୧୫।୩(ଡିଏନଏ): ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କଲିକତାର ଟୁକେଇ ପାତ୍ର ଓ ରଞ୍ଜିତ ରାୟ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ଶନିବାର ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବାବେଳେ ଯାଜପୁର ଜିଲା କୁଆଖିଆରୁ ଏକ ବେସରକାରୀ ବସ୍‌ ଯୋଗେ କଲିକତାକୁ ଯାଉଥିବା ସମୟରେ ଅବକାରୀ ଅଧିକ୍ଷକ ରଜତ ପ୍ରହରାଜ ଓ ଇନ୍ସପେକ୍ଟର ସ୍ବପ୍ନାରାଣୀ ସାହୁଙ୍କ ନେତୃତ୍ୱରେ ବସ୍‌ ଉପରେ ଚଢ଼ାଉ କରି ୨୨ କେଜି ଗଞ୍ଜେଇ ଜବତ କରିଛନ୍ତି। ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା (ନଂ. ୨୮/୨୦) ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଅପରପକ୍ଷରେ ଏହି ଚୋରା ଗଞ୍ଜେଇ କେଉଁ ଅଞ୍ଚଳରୁ ଅଣାଯାଇଥିଲା ସେ ନେଇ କୌଣସି ସୂଚନା ମିିଳିପାରି ନାହିଁ ବୋଲି ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସରୁ ନିଆଁ ଲାଗି ଜଳିଗଲା ଆଇରନ ବୋଝେଇ ଟ୍ରକ

ବଇଣ୍ଡା,୭।୬(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଶୁଶବଠାରେ ରବିବାର ସକାଳେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଏଥିରେ ଟ୍ରକରେ ବସିଥିବା...

ଘରେଥିଲେ ଅଷ୍ଟମ ବାଟାଲିୟନ ସିପାହୀ: କାର୍ଯ୍ୟରେ ଯୋଗ ଦେବା ବେଳକୁ ଜଣାପଡ଼ିଲା କରୋନା ଆକ୍ରାନ୍ତ

ଗଞ୍ଜାମ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଗସ୍ତି ନୂଆ ଗାଁ ସ୍ଥିତ ଅଷ୍ଟମ ବାଟାଲିୟନର ଜଣେ ସିପାହୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ଛୁଟିରେ ଘରେ ରହିଥିଲେ...

ଈର୍ଷାପରାୟଣ ହୋଇ ଝିଆରୀଙ୍କୁ ହତ୍ୟା କଲେ ଖୁଡ଼ୀ

ବରଗଡ଼ ଅଫିସ୍‌,୧୦।୧: ବରଗଡ଼ ଜିଲା ପାଇକମାଳ ଥାନା ଅଧୀନ ଯୋଗିନ୍ଦ୍ରନାଥପୁର ଗ୍ରାମର ଜଣେ ନାବାଳିକାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପାରିବାରିକ କଳହ ହତ୍ୟାର...

ବଜ୍ରପାତରେ ଜଣେ ମୃତ

ତିର୍ତ୍ତୋଲ, ୧୭।୩ (ଡି.ଏନ୍‌.ଏ.):ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତ ବଡ଼ସରୋଳ ଗ୍ରାମରେ ସୋମବାର ବଜ୍ରପାତ ଘଟି ସେହି ଗ୍ରାମର ଦ୍ୱିଜବର ଭୋଇ(୬୨)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ନରେ ପ୍ରବଳ...

ଲକ୍‌ଡାଉନ୍‌ ନିୟମ ସାମାନ୍ୟ କୋହଳ କଲେ ଜିଲାପାଳ: ସକାଳ ୭ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ବଳବତ୍ତର

ଛତ୍ରପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲାରେ ରବିବାରଠାରୁ ଲକ୍‌ଡାଉନ୍‌ ନିୟମରେ ସାମାନ୍ୟ କୋହଳ କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ମହାନଗର ନିଗମରେ ଥିବା ମାର୍କେଟ କମ୍ପ୍ଲେକ୍ସ...

ପାଏନ୍‌ ଲାଗି ଡହକ୍‌ବିକଲ ବୋର୍ଡ଼ା ଅଂଚଲବାସୀ

ଭବାନୀପାଟଣା, ୧୨ା୫ (ଡି.ଏନ୍‌.ଏ):  ଭବାନୀପାଟଣା ସଦର ବ୍ଲକ ବୋର୍ଡା ମିଲକୀ ଅଂଚଲ ଏହେଦେ ମୁଡ଼ଫଟା ଖରାରେ ସିଝୁଛେ। ୪୬ ଡିଗ୍ରୀ ତାତି ସଂଗେ ଗୁଲଗୁଲିରେ ଲୋକ୍‌ ଡହକ୍‌ବିକଲ...

ସମାଜରୁ ହଜି ଯାଉଛେ ଘୁବୁକୁଡୁ ନାଚ୍‌ଗାନା

ଜାମଟିକ୍ରା, ୧୭।୨ (ଡି.ଏନ୍‌.ଏ.)- କଳା, ସଂସ୍କୃତି, ପରମ୍ପରାକେ ନେଇ ପଶ୍ଚିମ ଓଡ଼ିଶା ଦେଶ୍‌, ବିଦେଶରେ ନିଜର ଗୁଟେ ଖାସ୍‌ ପରିଚଏ ସୁରୁଷ୍‌ଟି କରିପାରିଛେ। ହେଲେ ଇ...

ଧାନକିଣାରେ ବ୍ୟାପକ ଅନିୟମିତତା: ଚାଷୀଙ୍କ ଧାନ କିଣୁଛନ୍ତି ମିଲର୍ସ ୧୮।୧

ଖୋର୍ଦ୍ଧା ଅଫିସ,୧୮।୧: ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଧାର୍ଯ୍ୟ ଦିନ ପରିବର୍ତ୍ତେ ଛୁଟିଦିନରେ ଧାନ ଉଠାଯାଉଛି। ମଣ୍ଡିକୁ ଧାନ ଆସିବା...

Play 250+ Trending Games
Archives

Model This Week

Why Dharitri