ବସ୍‌କୁ ଯାତ୍ରୀ ଅଭାବ

ଅନୁଗୋଳ ଅଫିସ, ୧୯ା୬
ଲକ୍‌ଡାଉନ ବେଳେ ଯାତ୍ରୀ ପରିବହନ ସେବା ଚାଲୁ କରିବା ନେଇ ବିଭିନ୍ନ ଆଡ଼ୁ ଦାବି ଉଠୁଥିଲା। ସମୟ ସୁବିଧା ଦେଖି ସରକାର କଟକଣା କୋହଳ କଲେ ଓ ବସ୍‌ ସେବାକୁ ଅନୁମତି ଦେଲେ। ହେଲେ ଏବେ ବସ୍‌କୁ ହେଉନାହାନ୍ତି ଯାତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ ଅନ୍ୟତ୍ର ଯିବାକୁ ଇଚ୍ଛା କରୁ ନ ଥିବାରୁ ଅନୁଗୋଳ ଜିଲାରେ ଘରୋଇ ବସ୍‌ଗୁଡ଼ିକ ପ୍ରାୟତଃ ଚଳାଚଳ କରୁନାହିଁ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ଯେଉଁ କେତୋଟି ରୁଟ୍‌ରେ ବସ୍‌ ଚଳାଯାଉଛି ସେଥିରେ ତେଲ ଖର୍ଚ୍ଚ ଉଠୁନି। ବହୁ କ୍ଷତି ହେଉଥିବାରୁ ଏବେ ୩ଟି ରୁଟ୍‌ ମଧ୍ୟରୁ ଗୋଟିଏରେ ବସ୍‌ ଚଳାଚଳକୁ ବନ୍ଦ କରାଯାଇଛି। ଓଏସ୍‌ଆର୍‌ଟିସି ଅନୁଗୋଳ ୟୁନିଟ୍‌ ଇନ୍‌ଚାର୍ଜ ମାଗୁଣି ମହାନ୍ତିଙ୍କ କହିବା ଅନୁଯାୟୀ, ଗତ ୮ ତାରିଖ ଠାରୁ ରାଜ୍ୟରେ ଓଏସ୍‌ଆର୍‌ଟିସିର ବସ୍‌ ସେବା ଆରମ୍ଭ ହୋଇଛି। ଅନୁଗୋଳ ୟୁନିଟ୍‌କୁ ୩ଟି ରୁଟ୍‌ ଜୟପୁର, ବାରିପଦା ଓ ଫୁଲବାଣୀକୁ ବସ୍‌ ଚଳାଇବାକୁ ଅନୁମତି ମିଳିଥିଲା। କିନ୍ତୁ ଫୁଲବାଣୀ ରୁଟ୍‌ରେ ଆଦୌ ଯାତ୍ରୀ ନ ହେବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ଜୟପୁରକୁ ଯାଉଥିବା ଗାଡ଼ିରେ ମଧ୍ୟ ଯାତ୍ରୀ ହେଉନାହାନ୍ତି। ଏବେ ସେହି ରୁଟ୍‌ରେ ପ୍ରାୟ କ୍ଷତି ସହିବାକୁ ପଡ଼ୁଛି। ବାରିପଦା ଯାଉଥିବା ବସ୍‌ର ମଧ୍ୟ ସମାନ ଅବସ୍ଥା। କେବେ କେମିତି ଯାତ୍ରୀ ହେଲେ ସେଦିନର ତେଲ ଖର୍ଚ୍ଚ ଉଠୁଛି ନ ହେଲେ ହାତରୁ ଭରଣା କରିବାକୁ ପଡ଼ୁଛି। ତେଲ ଓ ମରାମତି ଖର୍ଚ୍ଚ ଉଠିଗଲେ ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହୁଅନ୍ତା ନାହିଁ। ଯଦି ଏହି ଖର୍ଚ୍ଚ ନ ଉଠିବ ତାହେଲେ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି ମହାନ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଘରୋଇ ବସ୍‌ ଚଳାଚଳ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରୁନି। ଜିଲା ମଧ୍ୟରେ କଁା ଭଁା ବସ୍‌ ଚାଲିଥିବାବେଳେ ଯାତ୍ରୀ ନ ଥିବାରୁ ବାହାର ଜିଲାକୁ ଗାଡ଼ି ଗଡ଼ୁନାହିଁ। ଏମିତିକି ଗାଡ଼ି ଚଳାଇବାକୁ ଆସୁଥିବା ଚାଳକଙ୍କୁ ଆଉ ଗଁା ଲୋକେ ସେଠାକୁ ଫେରିବାକୁ ଅନୁମତି ଦେବାକୁ ରାଜି ହେଉନାହାନ୍ତି। ତେଣୁ ବସ୍‌ ଚଳାଚଳ ସ୍ବାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ଘରୋଇ ବସ୍‌ ମାଲିକ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ

ବନ୍ତଳା, ୩୦।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବେଆଇନ ଭାବେ ଚାଲିଛି ଗଞ୍ଜେଇ ଚାଷ। କୌଣସି ସୂତ୍ରରୁ ଏସ୍‌ପି ଜଗମୋହନ ମୀନା...

ଗଞ୍ଜେଇ ବିକି ସେଲୁନ୍‌ ଦୋକାନୀ ଗିରଫ

ବାରଙ୍ଗ,୧୮ା୧(ଡି.ଏନ.ଏ): ସେଲୁନ୍‌ ଦୋକାନରେ ଗଞ୍ଜେଇ ବିକିବାବେଳେ ଶୁକ୍ରବାର ପୋଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ଦୋକାନ ମାଲିକ। ସେ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ପଦା...

ଆରମ୍ଭ ହେଲା ଅସୀମ ଉତ୍ସବ

ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅସୀମ ବସୁ ଫାଉଣ୍ଡେଶନ ପକ୍ଷରୁ ୪ର୍ଥ ଅସୀମ ଉତ୍ସବ ଶୁକ୍ରବାର...

ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା।...

କେନ୍ଦ୍ର ପଠାଇଥିବା ୭୩ ଭେଣ୍ଟିଲେଟର ଅଚଳ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଥିବା ୫୬୭ ଭେଣ୍ଟିଲେଟର ମଧ୍ୟରୁ ୭୩ଟି ଅଚଳ ହୋଇପଡ଼ିରହିଛି। ସେଥିରୁ ୧୮ଟିରେ ଉତ୍ପାଦନଗତ ତ୍ରୁଟି ରହିଥିବାବେଳେ ଅବଶିଷ୍ଟ ୫୫...

ଆଜି ପୁଣି ୮ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ହୋମ୍‌ଓ୍ବାର୍କ କରି ନ ଥିବାରୁ ଦଣ୍ଡ:ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ବନ୍ଦକରି ପଳାଇଲେ ଶିକ୍ଷୟିତ୍ରୀ

ଜୟପୁର,୧୧।୯(ଡି.ଏନ୍‌.ଏ.):ହୋମଓ୍ବାର୍କ କରି ନ ଥିବାରୁ ଷ୍ଟାଣ୍ଡାର୍ଡ଼ ଓ୍ବାନ୍‌ର ଜଣେ କୋମଳମତି ଛାତ୍ରଙ୍କୁ ଶ୍ରେଣୀକକ୍ଷରେ ଲାଇଟ୍‌ ଓ ଫ୍ୟାନ୍‌ ଅଫ୍‌କରି କବାଟ ଦେଇ ପଳାଇଛନ୍ତି ଶିକ୍ଷୟିତ୍ରୀ। ଛାତ୍ର...

ସ୍ବାସ୍ଥ୍ୟକେନ୍ଦ୍ରରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖ

ଭୁବନେଶ୍ବର,୨୪ା୯(ବ୍ୟୁରୋ): ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ବିଶୃଙ୍ଖଳା, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ରୋଗୀଙ୍କ ସମ୍ପର୍କୀୟ ନିର୍ଯାତନା ଓ ଶାରୀରିକ ଆଘାତ ଦେଉଥିବା ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସୁଛି।...

Advertisement
Archives

Model This Week