ବସ୍‌କୁ ଯାତ୍ରୀ ଅଭାବ

ଅନୁଗୋଳ ଅଫିସ, ୧୯ା୬
ଲକ୍‌ଡାଉନ ବେଳେ ଯାତ୍ରୀ ପରିବହନ ସେବା ଚାଲୁ କରିବା ନେଇ ବିଭିନ୍ନ ଆଡ଼ୁ ଦାବି ଉଠୁଥିଲା। ସମୟ ସୁବିଧା ଦେଖି ସରକାର କଟକଣା କୋହଳ କଲେ ଓ ବସ୍‌ ସେବାକୁ ଅନୁମତି ଦେଲେ। ହେଲେ ଏବେ ବସ୍‌କୁ ହେଉନାହାନ୍ତି ଯାତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକେ ଅନ୍ୟତ୍ର ଯିବାକୁ ଇଚ୍ଛା କରୁ ନ ଥିବାରୁ ଅନୁଗୋଳ ଜିଲାରେ ଘରୋଇ ବସ୍‌ଗୁଡ଼ିକ ପ୍ରାୟତଃ ଚଳାଚଳ କରୁନାହିଁ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ପକ୍ଷରୁ ଯେଉଁ କେତୋଟି ରୁଟ୍‌ରେ ବସ୍‌ ଚଳାଯାଉଛି ସେଥିରେ ତେଲ ଖର୍ଚ୍ଚ ଉଠୁନି। ବହୁ କ୍ଷତି ହେଉଥିବାରୁ ଏବେ ୩ଟି ରୁଟ୍‌ ମଧ୍ୟରୁ ଗୋଟିଏରେ ବସ୍‌ ଚଳାଚଳକୁ ବନ୍ଦ କରାଯାଇଛି। ଓଏସ୍‌ଆର୍‌ଟିସି ଅନୁଗୋଳ ୟୁନିଟ୍‌ ଇନ୍‌ଚାର୍ଜ ମାଗୁଣି ମହାନ୍ତିଙ୍କ କହିବା ଅନୁଯାୟୀ, ଗତ ୮ ତାରିଖ ଠାରୁ ରାଜ୍ୟରେ ଓଏସ୍‌ଆର୍‌ଟିସିର ବସ୍‌ ସେବା ଆରମ୍ଭ ହୋଇଛି। ଅନୁଗୋଳ ୟୁନିଟ୍‌କୁ ୩ଟି ରୁଟ୍‌ ଜୟପୁର, ବାରିପଦା ଓ ଫୁଲବାଣୀକୁ ବସ୍‌ ଚଳାଇବାକୁ ଅନୁମତି ମିଳିଥିଲା। କିନ୍ତୁ ଫୁଲବାଣୀ ରୁଟ୍‌ରେ ଆଦୌ ଯାତ୍ରୀ ନ ହେବାରୁ ଏହାକୁ ବନ୍ଦ କରି ଦିଆଯାଇଛି। ଜୟପୁରକୁ ଯାଉଥିବା ଗାଡ଼ିରେ ମଧ୍ୟ ଯାତ୍ରୀ ହେଉନାହାନ୍ତି। ଏବେ ସେହି ରୁଟ୍‌ରେ ପ୍ରାୟ କ୍ଷତି ସହିବାକୁ ପଡ଼ୁଛି। ବାରିପଦା ଯାଉଥିବା ବସ୍‌ର ମଧ୍ୟ ସମାନ ଅବସ୍ଥା। କେବେ କେମିତି ଯାତ୍ରୀ ହେଲେ ସେଦିନର ତେଲ ଖର୍ଚ୍ଚ ଉଠୁଛି ନ ହେଲେ ହାତରୁ ଭରଣା କରିବାକୁ ପଡ଼ୁଛି। ତେଲ ଓ ମରାମତି ଖର୍ଚ୍ଚ ଉଠିଗଲେ ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହୁଅନ୍ତା ନାହିଁ। ଯଦି ଏହି ଖର୍ଚ୍ଚ ନ ଉଠିବ ତାହେଲେ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି ମହାନ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଘରୋଇ ବସ୍‌ ଚଳାଚଳ ଏ ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରୁନି। ଜିଲା ମଧ୍ୟରେ କଁା ଭଁା ବସ୍‌ ଚାଲିଥିବାବେଳେ ଯାତ୍ରୀ ନ ଥିବାରୁ ବାହାର ଜିଲାକୁ ଗାଡ଼ି ଗଡ଼ୁନାହିଁ। ଏମିତିକି ଗାଡ଼ି ଚଳାଇବାକୁ ଆସୁଥିବା ଚାଳକଙ୍କୁ ଆଉ ଗଁା ଲୋକେ ସେଠାକୁ ଫେରିବାକୁ ଅନୁମତି ଦେବାକୁ ରାଜି ହେଉନାହାନ୍ତି। ତେଣୁ ବସ୍‌ ଚଳାଚଳ ସ୍ବାଭାବିକ ହେବାକୁ ଆହୁରି ସମୟ ଲାଗିବ ବୋଲି ଘରୋଇ ବସ୍‌ ମାଲିକ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?