ବଳାରଙ୍ଗ ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ସୋନପୁର,୧୬।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ଥାନା ବଳାରଙ୍ଗ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ପ୍ରେମୀ ଯୁଗଳ ବିଷପାନ କରି ଆତ୍ମହତ୍ୟା କରିଛନ୍ତି।
ସୂଚନାନୁଯାୟୀ, ଉକ୍ତ ଗ୍ରାମର ଅଚ୍ୟୁତ ଭୋଇ(୨୨)ଙ୍କର ଜଣେ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ମାତ୍ର ଅଚ୍ୟୁତଙ୍କ ପରିବାର ଲୋକେ ତାଙ୍କର ଅନ୍ୟତ୍ର ବିବାହ ଠିକ୍‌ କରିଥିଲେ। ଆସନ୍ତା ୩୦ରେ ବିବାହ ହୋଇଥାନ୍ତା। ଏହାକୁ ନେଇ ଅଚ୍ୟୁତ ଓ ନାବାଳିକା ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ବୁଧବାର ରାତିରେ ଅଚ୍ୟୁତଙ୍କ ବାଡ଼ି ପଛପଟେ ଉଭୟ ବିଷପାନ କରିଥିଲେ। ପରିବାର ଲୋକେ ଏହା ଜାଣିପାରି ଉଭୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବ ହେଲା ଠାକୁରଙ୍କ ନୀତିକାନ୍ତି

ପୁରୀ ଅଫିସ,୩୧ା୮: ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ଜିଲା ପ୍ରଶାସନ ଅସୁରକ୍ଷିତ କୋଠା ଭାଙ୍ଗୁଛି। ଶୁକ୍ରବାର ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ...

ହାତୀ ଉଜାଡିଲେ ଧାନ ଫସଲ

ମାଧପୁର/ବଇଣ୍ଡା, ୧୨ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମୁଚ୍ଛପୁର ଗ୍ରାମରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବିଲରେ ପଶି ଚାଷୀମାନଙ୍କ ଧାନ ଫସଲ ଉଜାଡିବା...

ଜଗତ କଲ୍ୟାଣ ପାଇଁ ଶ୍ରୀ ସୁଦର୍ଶନଙ୍କ ଗ୍ରାମ ପରିକ୍ରମା:ବିଭିନ୍ନ ରୋଗରୁ ଗ୍ରାମବାସୀଙ୍କୁ ମିଳେ ସୁରକ୍ଷା

ଖଣ୍ଡପଡ଼ା,୧୭ା୮(ସ୍ବ.ପ୍ର.)-କଣ୍ଟିଲୋ ନୀଳମାଧବ ପୀଠ, ଖଣ୍ଡପଡ଼ା ଓ ସିଧାମୂଳାସ୍ଥିତ ଜଗନ୍ନାଥ ମନ୍ଦିର, ଖଳିସାହି ଗୋପାଳ ଜୀଉ ମନ୍ଦିରରେ ୪ ଦିନବ୍ୟାପୀ ଚାଲିଥିବା ଝୁଲଣ ଯାତ୍ରା ଗହ୍ମା ପୂର୍ଣ୍ଣିମା...

ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା

ଫୁଲବାଣୀ ଅଫିସ୍‌, ୧୦।୧୨:କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ...

ଦୃଢ଼ ଇଚ୍ଛାଶକ୍ତି ଦେଇଛି ପରିଚୟ

ବାସୁଦେବପୁର, ୮।୧୧ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଏବେ ଐତିହାସିକ କାଳୀପୂଜାର ମାହୋଲ ଚାଲିଛି। ଜିଲାରେ ପଥର ମୂର୍ତ୍ତି ଏବଂ ପଥରରେ ନିର୍ର୍ମିତ ସାମଗ୍ରୀର...

ବି.ଡକେବାଡ଼ିରେ ଜ୍ୱର, ଝାଡ଼ା ଘଟଣା ପିଇବା ପାଣି କଥା ଶୁଣିଲାନି ପ୍ରଶାସନ

ଦାରିଙ୍ଗବାଡ଼ି,୪।୫(ଡି.ଏନ.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ବି.ଡକେବାଡ଼ି ଗ୍ରାମରେ ଜ୍ୱର, ଝାଡା ଲାଗି ରହିଛି। କେତେକ ଲୋକଙ୍କ ଜ୍ୱର ଛାଡ଼ୁଥିବା ବେଳେ ଆଉ କେତେଜଣ ଆକ୍ରାନ୍ତ ହେଉଛନ୍ତିି।...

ଛତ୍ରପୁରରେ ରେଳ ସମସ୍ୟା : ଡିଆରଏମ୍‌ଙ୍କୁ ଭେଟିଲେ ବିଧାୟକ

ଛତ୍ରପୁର,୫ା୧୧(ଡି.ଏନ.ଏ.)-ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିଭିନ୍ନ ରେଳ ସମସ୍ୟା ନେଇ ସ୍ଥାନୀୟ ବିଧାୟକ ସୁବାସଚନ୍ଦ୍ର ବେହେରା ସୋମବାର ଖୋର୍ଦ୍ଧା ଡିଆରଏମ୍‌ ଶଶିକାନ୍ତ ସିଂଙ୍କ ସହ ଆଲୋଚନା କରିଛନ୍ତିି ା...

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

କଣିହାଁ,୩୦ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ବଜ୍ରକୋଟ ଗ୍ରାମରେ ଶୁକ୍ରବାର ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ରେଙ୍ଗାଳି ଥାନା ବଜ୍ରକୋଟ...

Play 250+ Trending Games
Archives

Model This Week

Why Dharitri