Posted inଖେଳ

ବଲ ଅଟକାଇ ରନଆଉଟ୍‌ ହୋଇଥିଲେ ମହାନ ବ୍ୟାଟ୍ସମ୍ୟାନ

କ୍ରିକେଟରେ ଜଣେ ବ୍ୟାଟ୍ସମ୍ୟାନ ରନ୍‌ଆଉଟ୍‌ କେଉଁଭଳି ହୁଏ, ତାହା କ୍ରିକେଟ ପ୍ରଶଂସକଙ୍କୁ ଭଲ ସେ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ ଇଞ୍ଜାମାମ ଉଲ ହକ୍‌ ୨୦୦୬ରେ ଭାରତ ବିପକ୍ଷରେ ଭିନ୍ନ କାରଣ ପାଇଁ ରନ୍‌ଆଉଟ୍‌ ଘୋଷିତ ହୋଇଥିଲେ। ପେଶାଓ୍ବରଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୩୦୦ରୁ ଅଧିକ ରନ୍‌ର ପିଛା କରୁଥିଲା ପାକିସ୍ତାନ। ୧୬ ରନ୍‌ କରିଥିବା ଇଞ୍ଜାମାମ ଭାରତୀୟ ପେସର ଏସ୍‌. ଶ୍ରୀସାନ୍ଥଙ୍କ ବଲକୁ ଷ୍ଟେପ ଆଉଟ୍‌ କରି ମିଡ୍‌ ଅଫ୍‌ ଅଞ୍ଚଳକୁ ଖେଳିଥିଲେ। ସେଠାରେ ଥିବା ସୁରେଶ ରାଇନା ବଲକୁ ଷ୍ଟମ୍ପ ଆଡ଼କୁ ଥ୍ରୋ କରିଥିଲେ। ମାତ୍ର ଇଞ୍ଜାମାମ କ୍ରିଜକୁ ଫେରିବାକୁ ଉଦ୍ୟମ କରିବା ପରିବର୍ତ୍ତେ ବ୍ୟାଟ୍‌ ଦେଖାଇ ବଲକୁ ଅଟକାଇ ଦେଇଥିଲେ। ଏହାକୁ ଭାରତୀୟ ଦଳର ଖେଳାଳିମାନେ ଅପିଲ କରିଥିଲେ। ଅମ୍ପାୟର ସାଇମନ ଟଫେଲ ସ୍କୋୟାର ଲେଗ୍‌ ଅମ୍ପାୟରଙ୍କ ସହ ଆଲୋଚନା ପରେ ଆଉଟ୍‌ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଆଇଏଫ୍‌ଏଫ୍‌ର ଅନ୍‌ଲାଇନ୍‌ ସେମିନାର

ନୂଆଦିଲ୍ଲୀ,୧୪।୪ (ପି.ଟି.): କୋଭିଡ୍‌-୧୯ କାରଣରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକ ନୂଆ ପଦକ୍ଷେପ ନେଇଛି।...

ରିଙ୍ଗ୍‌ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍‌ଘାତ

ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍‌ଠାରେ...

୨୦୨୦ ଟୋକିଓ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ

ଟୋକିଓ,୯।୮(ଏଏଫ୍‌ପି): ଟୋକିଓ ୨୦୨୦ ଅଲିମ୍ପିକ୍ସ ନିର୍ମାଣାଧୀନ ଅଞ୍ଚଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ଜାପାନର ରାଜଧାନୀରେ ଅତ୍ୟଧିକ ଗରମ ଯୋଗୁ ହୃଦ୍‌ଘାତରେ ଉକ୍ତ ଶ୍ରମିକଙ୍କ...

ପୂର୍ବତନ ଖେଳାଳିଙ୍କ ଅଭିଜ୍ଞତାକୁ ବେକାର ହେବାକୁ ଦିଅନି: ଡ୍ରାଭିଡ୍‌

ମୁମ୍ବାଇ,୧୩।୮(ପି.ଟି.): ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ହେଡ୍‌ କୋଚ୍‌ ରାହୁଲ ଡ୍ରାଭିଡ୍‌ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଆୟୋଜିତ ଓ୍ବେବିନାରରେ ଯୋଗ ଦେଇ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ଅଷ୍ଟ୍ରେଲିଆ ପରୀକ୍ଷା

ଲଣ୍ଡନ,୨୫।୬(ଏଏଫ୍‌ପି)- ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ମଙ୍ଗଳବାର ଦୁଇ ପାରିମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ଫେଭରାଇଟ ଦଳ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହଁାମୁହିଁ ହେବାକୁ...

ପାକିସ୍ତାନର ପୂର୍ବ ଅଧିନାୟକଙ୍କ ଭବିଷ୍ୟବାଣୀ: ଧୋନୀ-ଗିଲଖ୍ରୀଷ୍ଟଙ୍କୁ ପଛରେ ପକାଇଦେବେ ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୩୦।୩: ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ନିଜକୁ ପ୍ରମାଣିତ କରିବା ପରେ ଇଂଲଣ୍ଡ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ।...

୧୯ ବର୍ଷରୁ କମ୍‌ ଏସିଆ କପ୍‌ ଜିତିଲା ଭାରତ

ଦୁବାଇ,୩୧।୧୨: ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟକୁ ଜିତି ନେଇଛି ଭାରତୀୟ ଦଳ। ଶୁକ୍ରବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଫାଇନାଲକୁ ଭାରତ ଡିଏଲ୍‌ଏସ୍‌...

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ...

Advertisement
Archives

Model This Week